କେନ୍ଦ୍ରୀୟ କମିଟିର କାନପୁର ନଦୀବନ୍ଧ ପ୍ରକଳ୍ପ ପରିଦର୍ଶନ

ଯୋଡ଼ା,୩୧ା୫(ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ବ୍ଲକର କାନପୁରଠାରେ ବୈତରଣୀ ନଦୀ ଉପରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା ଦ୍ବାରା ବିସ୍ଥାପିତଙ୍କ ସମସ୍ୟା ଉପରେ ଅବଗତ ହେବା ପାଇଁ ଦିଲ୍ଲୀରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ସୋମବାର ଅଞ୍ଚଳ ପରିଦର୍ଶନ କରିଛି। ଏହି ପରିଦର୍ଶନରେ କମିଟିରେ ୩ଜଣିଆ ଦଳରେ ପୋଲାଭରମ ପ୍ରକଳ୍ପରେ ଲୋକଙ୍କ ପାଇଁ କାମ କରିଥିବା ଏନ୍‌ଜିଓ ଶକ୍ତିର ନିର୍ଦ୍ଦେଶକ ଶିବରାମ କ୍ରିଷ୍ଣନ, ନ୍ୟାଶନାଲ ଏସ୍‌ଟି କମିଶନଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଭି ଅଶୋକ ବର୍ଦ୍ଧନ ଏବଂ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ। ଏହି କମିଟି ଧୋବାକୁଚୁଡ଼ା ଅଙ୍ଗୁଳିଆ, ଶଙ୍କରପୁର, ଗୋବିନ୍ଦପୁର ପ୍ରଭୃତି ଗ୍ରାମ ଗୁଡ଼ିକୁ ପରିଦର୍ଶନରେ ଯାଇ ବିସ୍ଥାପିତଙ୍କର ଥଇଥାନ ସମ୍ପର୍କିତ ତଥ୍ୟ ବିଷୟରେ ସଂଗ୍ରହ କରିଥିଲେ। ବିଶେଷ କରି ଏହି କମିଟି ବିସ୍ଥାପିତ ଅଞ୍ଚଳର ଜନଜାତିଙ୍କ ବିସ୍ଥାପନ ସମସ୍ୟା ନେଇ ଅଧିକ ସମ୍ବେଦନଶୀଳ ଥିଲା। ଏହାକୁ କେନ୍ଦ୍ର କରି ଅନ୍ୟ ଜାତିର ବିସ୍ଥାପିତମାନେ ଉକ୍ତ କମିଟି ସମ୍ମୁଖରେ ତର୍କ କରିଥିଲେ।
ଏ ସମ୍ପର୍କରେ ଯୋଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ନାଏକ କହିଛନ୍ତି ଯେ, ଶଙ୍କରପୁର ଗ୍ରାମରେ ଏହି କମିଟି ବିସ୍ଥାପିତଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝୁଥିବାବେଳେ ଅନସୁଚିତ ଜାତିର ଜଣେ ବ୍ୟକ୍ତି ନିଜର ସମସ୍ୟା ସମ୍ପର୍କରେ ଜଣାଇବା ବେଳେ ତାଙ୍କୁ କମିଟି ବର୍ଣ୍ଣ ବୈଷମ୍ୟ ବିଭେଦ କରିବାରୁ ସେଠାରେ ଉପସ୍ଥିତ ଥିବା ମହିଳାପୁରୁଷମାନେ ଅସନ୍ତୋଷ ପ୍ରକାଶ କରିଥିଲେ। କେବଳ ଗୋଟିଏ ସମ୍ପ୍ରଦାୟ ଉପରେ କାହିଁକି କମିଟି ଗୁରୁତ୍ୱ ଦେଉଛି ବୋଲି ନାଏକ ଅଭିଯୋଗ କରିଥିଲେ। କେନ୍ଦ୍ରରୁ ଆସିଥିବା ଏହି କମିଟି ପୂର୍ବରୁ କାହିଁକି ବିସ୍ଥାପିତଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉ ନ ଥିଲେ ବୋଲି ମହିଳାମାନେ ପ୍ରଶ୍ନ କରିଥିଲେ। ଏ ସମ୍ପର୍କରେ ଏହି କମିଟିରେ ସାମିଲ ଥିବା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ କହିଛନ୍ତି ଯେ, ଏହି କମିଟି କାନପୁର ପ୍ରକଳ୍ପରେ ବିସ୍ଥାପିତ ହେଉଥିବା ଆଦିବାସୀଙ୍କର ବିସ୍ଥାପନ ସମସ୍ୟା ସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରସ୍ତୁତ କରି ଏସ୍‌ଟି କମିଶନଙ୍କୁ ହସ୍ତାନ୍ତର କରିବ। ସୂଚନାଯୋଗ୍ୟ , କାନପୁର ଡ୍ୟାମ ପ୍ରକଳ୍ପର ସମୁଦାୟ ୧୬ଗୋଟି ଗ୍ରାମ ବୁଡ଼ି ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ଏହି ବିସ୍ଥାପିତ ଗ୍ରାମର ୪୩୫୩ ଜଣ ବିସ୍ଥାପିତ ଥିବାବେଳେ ତନ୍ମଧ୍ୟରୁ ୨୭୮୫ଜଣ ଅନୁସୂଚିତ ଜନଜାତି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୦ା୧: ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ଗୁରୁବାର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁର ପରିକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଆଜି ପୂର୍ବାହ୍ନ...

୨ ନକଲି ଆଇଏଏସ୍‌ ଅଫିସର ଗିରଫ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଶୁକ୍ରବାର ୨ ନକଲି ଆଇଏଏସ୍‌ ଅଫିସରଙ୍କୁ କଟକ ଓ ଭୁବନେଶ୍ୱରରୁ ଗିରଫ କରିଛି। ଅଭିଯୁକ୍ତମାନେ...

ଡାକ୍ତରଙ୍କ ପ୍ରତି ହିଂସା ଅଗ୍ରହଣୀୟ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): କରୋନା ସଂକ୍ରମଣରେ ବିଶ୍ୱ ଛଟପଟ। ସମଗ୍ର ଦେଶ ମଧ୍ୟ ଏହି ମହାମାରୀ ସହିତ ଲଢୁଛି। ଏହାକୁ ମୁକାବିଲା କରିବାରେ ଡାକ୍ତର, ନର୍ସ ଓ ପାରାମେଡିକାଲ...

କରୋନା ଯୁଦ୍ଧରେ ଟେକ୍ନୋଲୋଜି ଅସ୍ତ୍ର

ସସ୍ମିତା ପାଇକରାୟ ଭୁବନେଶ୍ୱର,୬ା୫(ବ୍ୟୁରୋ): କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ଦେଶରେ ରୋଲ୍‌ ମଡେଲ ସାଜିଛି। ଯୁଦ୍ଧ ଜିତିବାକୁ ରାଜ୍ୟ ସରକାର ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନ...

୫୪ ଓ୍ବାର୍ଡରୁ ଉଠିବନି ଅଳିଆ

ଭୁବନେଶ୍ୱର, ୧।୧୧ (ବ୍ୟୁରୋ):ସହରରେ ସଫେଇ ବ୍ୟବସ୍ଥାକୁ ନେଇ ଡିଣ୍ଡିମ ପିଟୁଥିବା ବିଏମ୍‌ସିରେ ଥିବା ଅବ୍ୟବସ୍ଥା ପୁଣିଥରେ ପଦାରେ ପଡିଛି। କିଛିଦିନ ବ୍ୟବଧାନରେ ସଫେଇ କର୍ମୀ ଏବଂ...

ଗୋଲବଜାରରେ ଅଗ୍ନିକାଣ୍ଡ: ଜଳିଗଲା ୬୦ ଦୋକାନ

ସମ୍ବଲପୁର, ୨୮।୧୦ (ବ୍ୟୁରୋ): ସମ୍ବଲପୁର ସହରର ଗୋଲବଜାରସ୍ଥିତ ପରିବା ମାର୍କେଟରେ ସୋମବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬୦ରୁ ଊର୍ଦ୍ଧ୍ୱ ଦୋକାନ ଜଳି ପାଉଁଶ...

କମର୍ସିଆଲ ଗ୍ୟାସ୍‌ ମୂଲ୍ୟ ୩୬ ଟଙ୍କା ହ୍ରାସ

ଭୁବନେଶ୍ୱର,୨/୮: କ୍ରମାଗତ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଉଛି। ତା’ର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି। ବିଶେଷକରି ଗତ କିଛି ମାସ...

୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ ଅଫିସ, ୨୨।୩ – କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ରବିବାର ରାତିରେ ଭଦ୍ରକ ଚରମ୍ପା ଅଞ୍ଚଳରୁ ଜବତ କରାଯାଇଛି ୧୫୨ ଗ୍ରାମର ବ୍ରାଉନସୁଗାର।...

Advertisement
Archives

Model This Week