ଉନ୍ନତମାନର ରାସ୍ତା ପାଇଁ କେନ୍ଦ୍ର ଦେବ ଅର୍ଥ

କଳିଙ୍ଗନଗର,୧ା୭(ଶୁଭାଶିଷ ରାଉତ): କଳିଙ୍ଗନଗର ଶିଳ୍ପାଞ୍ଚଳର ଜୀବନ ରେଖା ସଦୃଶ ୨ ମୁଖ୍ୟ ରାସ୍ତା ବିଜୁ ପଟ୍ଟନାୟକ ମାର୍ଗ ଓ ଗୋପବନ୍ଧୁ ମାର୍ଗର ସତନ୍ତ୍ର ଉନ୍ନତୀକରଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟୟ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଶିଳ୍ପାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦାୟିତ୍ୱରେ ଥିବା ବିଭାଗ ଉଦାସୀନ ରହୁଥିବା ପ୍ରସଙ୍ଗରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିବାବେଳେ ଶିଳ୍ପାଞ୍ଚଳର ଦୁଇ ମୁଖ୍ୟ ସଡ଼କ ନିର୍ମାଣ କାର୍ଯ୍ୟକୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନାରେ ସାମିଲ କରିଥିବା ଜଣାପଡ଼ିଛି।
ତଥ୍ୟ ମୁତାବକ, ପରିବହନରେ ବହୁଳ ବ୍ୟବହାର ହେଉଥିବା ଏହି ରାସ୍ତା ଦ୍ୱୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜେସିଡିଲ ପରିଚାଳନା ଅଧୀନରେ ଥିବା ଏହି ରାସ୍ତାର ରକ୍ଷଣାବେକ୍ଷଣ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଦ୍ୱାରା ପରିଚାଳିତ ହେଉଛି। ଟାଟା ଷ୍ଟିଲ, ଭିସା ଷ୍ଟିଲ, ଜିନ୍ଦଲ ଷ୍ଟେନ୍‌ଲେସ, ବିଆର୍‌ପିଏଲ, ନୀଳାଚଳ ଇସ୍ପାତ, କେଜେ ଇସ୍ପାତ, ରୋହିତ ଫେରୋଟେକ, ମଇଥାନ ଇସ୍ପାତ, ଯାଜପୁର ସିମେଣ୍ଟ, ନ୍ୟୁ ଭିସ୍ତା ସିମେଣ୍ଟ, ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ, ନିଜୋନ, ବେଟ ଓ ଆଦାନୀ ପ୍ରମୁଖ କାରଖାନା ପାଇଁ ଏହି ରାସ୍ତାଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ବ୍ୟବହୃତ ହେଉଛି। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅଣଦେଖା କାରଣରୁ ରାସ୍ତା ଦୁଇଟି ଏବେ ଭାଙ୍ଗିରୁଜି ଯାଇଛି। ସମ୍ପୂର୍ଣ୍ଣ ଶିଳ୍ପାଞ୍ଚଳ ନିର୍ଭରଶୀଳ ରହିଥିବା ଏହି ରାସ୍ତାଗୁଡ଼ିକର ଆବଶ୍ୟକତା ଦୃଷ୍ଟିରୁ ପ୍ରଶସ୍ତୀକରଣ ଓ ଉନ୍ନତିକରଣ ନିହାତି ଆବଶ୍ୟକ ହୋଇପଡିଛି।
ଗତ ୩ ମାସ ପୂର୍ବରୁ ରାସ୍ତା ଉନ୍ନତୀକରଣ ପାଇଁ ପୂର୍ତ୍ତ ବିଭାଗ ଟେଣ୍ଡର ଆହ୍ବାନ କରିଥିଲା। ମାତ୍ର ଟେଣ୍ଡର ପ୍ରକ୍ରିୟା ସରିବା ପରେ ତରବରିଆ ଭାବେ ଏହାକୁ ବାତିଲ କରି ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନାରେ ରାସ୍ତା ଦ୍ୱୟ ନିର୍ମାଣ ପାଇଁ ଅର୍ଥ ପ୍ରସ୍ତାବ ଆସିବା ପରେ ଟେଣ୍ଡର ବାତିଲ କରାଯାଇଥିବା କୁହାଯାଉଛି। ପ୍ରଶସ୍ତ ରାସ୍ତା ନ ଥିବାରୁ ଅନେକ ସମୟରେ ଏଠାରେ ଟ୍ରାଫିକ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି। ଏତେ ବଡ଼ ଏକ ଶିଳ୍ପାଞ୍ଚଳରେ ଯାନବାହନ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୋଲିସ ମୁତୟନ ବ୍ୟବସ୍ଥା ହୋଇନାହିଁ। ପ୍ରତ୍ୟହ ହଜାରହଜାର ସଂଖ୍ୟାରେ ବଡ଼ବଡ଼ ଭାରିଯାନ ଶିଳ୍ପାଞ୍ଚଳ କଞ୍ଚାମାଲ ଓ ଉତ୍ପାଦ ପରିବହନରେ ଲାଗୁଥିବାବେଳେ ଏପର୍ଯ୍ୟନ୍ତ କଳିଙ୍ଗନଗରଠାରେ ଏକ ଟ୍ରକ ଟର୍ମିନାଲ ନିର୍ମାଣ କରାଯାଉ ନାହିଁ, ଯାହାକି ଶିଳ୍ପାଞ୍ଚଳରେ ଦୁର୍ଘଟଣାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri