Posted inଜାତୀୟ

ମଣିପୁରକୁ କଶ୍ମୀର କରିବାକୁ ଚାହୁଁଛି କେନ୍ଦ୍ର

ନୂଆଦିଲ୍ଲୀ, ୨୫।୬: ମଣିପୁର ସ୍ଥିତିକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଦ୍ୱାରା ମଣିପୁରରେ ଶାନ୍ତି ସ୍ଥାପନ ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀ ତୁରନ୍ତ ତାଙ୍କୁ ବହିଷ୍କାର କରନ୍ତୁ ବୋଲି କଂଗ୍ରେସ ବୈଠକରେ ଦାବି କରିଛି। ନୂଆଦିଲ୍ଲୀ ପରିବର୍ତ୍ତେ ଇମ୍ଫାଲରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଥିଲେ ଏହାର ଭଲ ପ୍ରଭାବ ପଡ଼ିଥାନ୍ତା ବୋଲି କଂଗ୍ରେସ ତରଫରୁ ଯୋଗଦେଇଥିବା ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓକ୍ରାମ୍‌ ଇବୋବି କହିଛନ୍ତି।
ସେହିପରି ହିଂସାପ୍ରବଣ ରାଜ୍ୟକୁ ସପ୍ତାହେ ମଧ୍ୟରେ ଏକ ସର୍ବଦଳୀୟ ପ୍ରତିନିଧି ଟିମ୍‌ ପଠାଇବା ଲାଗି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବୈଠକରେ ଦାବି କରିଛି। ମଣିପୁର ଜଳିଲେ ଆସାମ, ମେଘାଳୟ ସମେତ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ଏବଂ ସାରା ଦେଶ ପ୍ରଭାବିତ ହେଉଛି। କେନ୍ଦ୍ର ସରକାର ମଣିପୁରକୁ କଶ୍ମୀରରେ ପରିଣତ କରିବାକୁ ଉଦ୍ୟମ କରୁଛନ୍ତି କି ବୋଲି ଟିଏମ୍‌ସି ପ୍ରଶ୍ନ କରିଛି। ହିଂସା ଯୋଗୁ ରାଜ୍ୟରେ ହତାଶା, ଭୟ ଓ ନୈରାଶ୍ୟର ବାତାବରଣ ସୃଷ୍ଟି ହୋଇଛି। ପିଲାମାନେ ପରୀକ୍ଷା ଦେଇପାରୁନାହାନ୍ତି, ରୋଗୀ ଚିକିତ୍ସା ସୁବିଧା ପାଉନାହିଁ ଓ ଲୋକେ ଆତଙ୍କ ମଧ୍ୟରେ ରହୁଛନ୍ତି। କେନ୍ଦ୍ର ସରକାର ମଣିପୁର ଜନସାଧାରଣଙ୍କ ଆବଶ୍ୟକତାକୁ ଅଣଦେଖା କରୁଥିବା ମମତା ବାନାର୍ଜୀଙ୍କ ଦଳ ଅଭିଯୋଗ କରିଛି। ବୈଠକରେ ଟିଏମ୍‌ସି ରାଜ୍ୟ ସଭା ସଦସ୍ୟ ଡେରେକ୍‌ ଓ’ବ୍ରିଏନ୍‌ ଯୋଗଦେଇଥିଲେ। ବୈଠକରେ ଭାଜପାରୁ ନିତ୍ୟାନନ୍ଦ ରାୟ, ପ୍ରହଲ୍ଲାଦ ଜୋଷୀ ଏବଂ ଜେ.ପି. ନଡ୍ଡା, କଂଗ୍ରେସରୁ ଓ. ଇବୋବି ସିଂ, ଉଦ୍ଧବ ଠାକ୍‌ରେଙ୍କ ଶିବସେନାରୁ ପ୍ରିୟଙ୍କା ଚତୁର୍ବେଦୀ, ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ୍‌ ସାଙ୍ଗ୍‌ମା, ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ, ବିଜେଡିରୁ ପିନାକୀ ମିଶ୍ର, ଏଆଇଏଡିଏମ୍‌କେରୁ ଏମ୍‌. ଥମ୍ବିଦୁରାଇ, ଆର୍‌ଜେଡିରୁ ମନୋଜ ଝା ଏବଂ ଅନ୍ୟ ରାଜନୈତିକ ଦଳଗୁଡ଼ିକର ନେତା ଉପସ୍ଥିତ ଥିଲେ।
ମଣିପୁରରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ସବୁପ୍ରକାର ଉଦ୍ୟମ ଚଳାଇଥିବା ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶକ୍ରମେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ହେଉଥିବା ଭାଜପା ମଣିପୁର ପ୍ରଭାରୀ ସମ୍ବିତ୍‌ ପାତ୍ର ବୈଠକ ପରେ ଖବରଦାତାମାନଙ୍କୁ କହିଛନ୍ତି।
ମେ’ ୩ରୁ ମଣିପୁରରେ ହିଂସାକାଣ୍ଡ ଲାଗିରହିଥିବାବେଳେ ପାଖାପାଖି ୧୨୦ ଲୋକଙ୍କ ଜୀବନ ଗଲାଣି ଓ ୩,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ୪,୦୦୦ରୁ ଊର୍ଦ୍ଧ୍ୱ ଘର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ୬୦ ହଜାର ଲୋକ ଘରଦ୍ୱାର ଛାଡ଼ି ପଳାଇଛନ୍ତି। ମେଇତି ସମ୍ପ୍ରଦାୟ ଅନୁସୂଚିତ ଜନଜାତି ମାନ୍ୟତା ଦାବି କରୁଥିବାବେଳେ କୁକି ଆଦିବାସୀ ସମ୍ପ୍ରଦାୟ ଏହାକୁ ବିରୋଧ କରିବାରୁ ସଂଘର୍ଷର ସୂତ୍ରପାତ ହୋଇଥିଲା। ଅମିତ୍‌ ଶାହା ଗତ ମାସରେ ମଣିପୁରକୁ ୪ ଦିନିଆ ଗସ୍ତରେ ଯାଇ ବିଭିନ୍ନ ସମ୍ପ୍ରଦାୟର ନେତାମାନଙ୍କ ସହ ଆଲୋଚନା କରି ଶାନ୍ତି ଫେରାଇ ଆଣିବାକୁ ନିବେଦନ କରିଥିଲେ। ୫୦ ଦିନ ହେଲା ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ହିଂସା ଲାଗିରହିଥିବାବେଳେ କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri