Posted inଜାତୀୟ

ଚପଲ ଖୋଲିବାକୁ କହିବାରୁ ଆଟେଣ୍ଡାଣ୍ଟଙ୍କୁ ଅର୍ଦ୍ଧନଗ୍ନ କଲେ

ରାଞ୍ଚି,୨୫।୬: ଡିଭିଜନାଲ ରେଲ୍‌ଓ୍ବେ ମ୍ୟାନେଜର (ଡିଆର୍‌ଏମ୍‌)ଙ୍କ ସ୍ତ୍ରୀଙ୍କୁ ଚପଲ ଖୋଲିବାକୁ କହି ଝାଡଖଣ୍ଡ ଧନବାଦ ମଣ୍ଡଳ ରେଳ ହସ୍ପିଟାଲ ଆଟେଣ୍ଡାଣ୍ଟ ବସନ୍ତ ଉପାଧ୍ୟାୟଙ୍କୁ ହଟହଟା ହେବାକୁ ପଡ଼ିଛି। ଗୁରୁବାର ଡିଆର୍‌ଏମ୍‌ ଆଶିଷ ଝା’ଙ୍କ ସ୍ତ୍ରୀ ଚେକ୍‌ଅପ୍‌ ପାଇଁ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଡାକ୍ତରଙ୍କ ଚାମ୍ବର ବାହାରେ ଡ୍ୟୁଟିରେ ଥିବା ବସନ୍ତ ତାଙ୍କୁ ଚପଲ ଖୋଲି ଭିତରକୁ ଯିବା ପାଇଁ କହିଥିଲେ। କାରଣ ପ୍ରତ୍ୟେକ ରୋଗୀ ଚପଲ ବାହାରେ ରଖି ଚାମ୍ବରକୁ ଚେକ୍‌ଅପ୍‌ ପାଇଁ ଯିବା ଲାଗି ପୂର୍ବରୁ ଡାକ୍ତର ନିର୍ଦ୍ଦେଶ ଦେଇଥିଲେ। ବସନ୍ତ କହିବା ପରେ ମଧ୍ୟ ଆଶିଷଙ୍କ ସ୍ତ୍ରୀ ଚପଲ ପିନ୍ଧି ଡାକ୍ତରଙ୍କ ନିକଟକୁ ଗଲେ। କିଛି ସମୟ ପରେ ଆଶିଷ ମୁଖ୍ୟ ମେଡିକାଲ ସୁପରିଣ୍ଟେଣ୍ଡ୍‌(ସିଏମ୍‌ଏସ୍‌)ଙ୍କ ଦ୍ୱାରା ବସନ୍ତଙ୍କୁ ଚାମ୍ବରକୁ ଡକେଇଲେ।
ସିଏମ୍‌ଏସ୍‌ ଏବଂ ବସନ୍ତ ଦୁହେଁ ମିଶି ଡିଆର୍‌ଏମ୍‌ଙ୍କ ନିକଟରେ ପହଞ୍ଚତ୍ଥିଲେ। ସ୍ତ୍ରୀଙ୍କୁ ଚପଲ ଖୋଲି ଡାକ୍ତରଙ୍କ ନିକଟକୁ ଯିବା କଥାକୁ ନେଇ ଡିଆର୍‌ଏମ୍‌ ବସନ୍ତଙ୍କୁ ପ୍ରଥମେ ଗାଳିକଲେ। ଏହାପରେ ତାଙ୍କୁ ନିର୍ଯାତିତ କରି ଅର୍ଦ୍ଧନଗ୍ନ ଅବସ୍ଥାରେ ଘରକୁ ପଠାଇଥିଲେ। ଡିଆର୍‌ଏମ୍‌ଙ୍କ ଅସ୍ବାଭାବିକ ବ୍ୟବହାର ପାଇଁ ବସନ୍ତ ଅବସାଦକୁ ଚାଲିଗଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବା ପରେ ବସନ୍ତଙ୍କୁ ଡିଭିଜନାଲ ରେଲ୍‌ଓ୍ବେ ହସ୍ପିଟାଲରେ ଭର୍ତ୍ତି କରାଗଲା। ଅବସ୍ଥା ଅଧିକ ଶୋଚନୀୟ ହେବା ପରେ ଶେଷରେ ତାଙ୍କୁ ଧାନବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ନେଇ ଡାକ୍ତରଖାନାର ଗ୍ରୁପ୍‌-ଡି କର୍ମଚାରୀ ଡିଆର୍‌ଏମ୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ କରିଥିଲେ। ବରିଷ୍ଠ ଡିଭିଜନାଲ କମର୍ସିଆଲ ମ୍ୟାନେଜର (ଡିସିଏମ୍‌) ଅମରେଶ କୁମାର କିନ୍ତୁ ଆଶିଷଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। କର୍ମଚାରୀମାନେ ବସନ୍ତଙ୍କୁ ନ୍ୟାୟ ଦାବିରେ କାର୍ଯ୍ୟବନ୍ଦ ଡାକରା ଦେଇଥିବାରୁ ଡାକ୍ତରଖାନାରେ ରୋଗୀଙ୍କ ସେବା ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ସିଏମ୍‌ଏସ୍‌ କ୍ଷମା ମାଗିବା ପାଇଁ ରାଜିହେବା ପରେ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?