Posted inଜାତୀୟ

ମଣିପୁରକୁ କଶ୍ମୀର କରିବାକୁ ଚାହୁଁଛି କେନ୍ଦ୍ର

ନୂଆଦିଲ୍ଲୀ, ୨୫।୬: ମଣିପୁର ସ୍ଥିତିକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଦ୍ୱାରା ମଣିପୁରରେ ଶାନ୍ତି ସ୍ଥାପନ ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀ ତୁରନ୍ତ ତାଙ୍କୁ ବହିଷ୍କାର କରନ୍ତୁ ବୋଲି କଂଗ୍ରେସ ବୈଠକରେ ଦାବି କରିଛି। ନୂଆଦିଲ୍ଲୀ ପରିବର୍ତ୍ତେ ଇମ୍ଫାଲରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଥିଲେ ଏହାର ଭଲ ପ୍ରଭାବ ପଡ଼ିଥାନ୍ତା ବୋଲି କଂଗ୍ରେସ ତରଫରୁ ଯୋଗଦେଇଥିବା ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓକ୍ରାମ୍‌ ଇବୋବି କହିଛନ୍ତି।
ସେହିପରି ହିଂସାପ୍ରବଣ ରାଜ୍ୟକୁ ସପ୍ତାହେ ମଧ୍ୟରେ ଏକ ସର୍ବଦଳୀୟ ପ୍ରତିନିଧି ଟିମ୍‌ ପଠାଇବା ଲାଗି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବୈଠକରେ ଦାବି କରିଛି। ମଣିପୁର ଜଳିଲେ ଆସାମ, ମେଘାଳୟ ସମେତ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ଏବଂ ସାରା ଦେଶ ପ୍ରଭାବିତ ହେଉଛି। କେନ୍ଦ୍ର ସରକାର ମଣିପୁରକୁ କଶ୍ମୀରରେ ପରିଣତ କରିବାକୁ ଉଦ୍ୟମ କରୁଛନ୍ତି କି ବୋଲି ଟିଏମ୍‌ସି ପ୍ରଶ୍ନ କରିଛି। ହିଂସା ଯୋଗୁ ରାଜ୍ୟରେ ହତାଶା, ଭୟ ଓ ନୈରାଶ୍ୟର ବାତାବରଣ ସୃଷ୍ଟି ହୋଇଛି। ପିଲାମାନେ ପରୀକ୍ଷା ଦେଇପାରୁନାହାନ୍ତି, ରୋଗୀ ଚିକିତ୍ସା ସୁବିଧା ପାଉନାହିଁ ଓ ଲୋକେ ଆତଙ୍କ ମଧ୍ୟରେ ରହୁଛନ୍ତି। କେନ୍ଦ୍ର ସରକାର ମଣିପୁର ଜନସାଧାରଣଙ୍କ ଆବଶ୍ୟକତାକୁ ଅଣଦେଖା କରୁଥିବା ମମତା ବାନାର୍ଜୀଙ୍କ ଦଳ ଅଭିଯୋଗ କରିଛି। ବୈଠକରେ ଟିଏମ୍‌ସି ରାଜ୍ୟ ସଭା ସଦସ୍ୟ ଡେରେକ୍‌ ଓ’ବ୍ରିଏନ୍‌ ଯୋଗଦେଇଥିଲେ। ବୈଠକରେ ଭାଜପାରୁ ନିତ୍ୟାନନ୍ଦ ରାୟ, ପ୍ରହଲ୍ଲାଦ ଜୋଷୀ ଏବଂ ଜେ.ପି. ନଡ୍ଡା, କଂଗ୍ରେସରୁ ଓ. ଇବୋବି ସିଂ, ଉଦ୍ଧବ ଠାକ୍‌ରେଙ୍କ ଶିବସେନାରୁ ପ୍ରିୟଙ୍କା ଚତୁର୍ବେଦୀ, ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ୍‌ ସାଙ୍ଗ୍‌ମା, ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ, ବିଜେଡିରୁ ପିନାକୀ ମିଶ୍ର, ଏଆଇଏଡିଏମ୍‌କେରୁ ଏମ୍‌. ଥମ୍ବିଦୁରାଇ, ଆର୍‌ଜେଡିରୁ ମନୋଜ ଝା ଏବଂ ଅନ୍ୟ ରାଜନୈତିକ ଦଳଗୁଡ଼ିକର ନେତା ଉପସ୍ଥିତ ଥିଲେ।
ମଣିପୁରରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ସବୁପ୍ରକାର ଉଦ୍ୟମ ଚଳାଇଥିବା ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶକ୍ରମେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ହେଉଥିବା ଭାଜପା ମଣିପୁର ପ୍ରଭାରୀ ସମ୍ବିତ୍‌ ପାତ୍ର ବୈଠକ ପରେ ଖବରଦାତାମାନଙ୍କୁ କହିଛନ୍ତି।
ମେ’ ୩ରୁ ମଣିପୁରରେ ହିଂସାକାଣ୍ଡ ଲାଗିରହିଥିବାବେଳେ ପାଖାପାଖି ୧୨୦ ଲୋକଙ୍କ ଜୀବନ ଗଲାଣି ଓ ୩,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ୪,୦୦୦ରୁ ଊର୍ଦ୍ଧ୍ୱ ଘର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ୬୦ ହଜାର ଲୋକ ଘରଦ୍ୱାର ଛାଡ଼ି ପଳାଇଛନ୍ତି। ମେଇତି ସମ୍ପ୍ରଦାୟ ଅନୁସୂଚିତ ଜନଜାତି ମାନ୍ୟତା ଦାବି କରୁଥିବାବେଳେ କୁକି ଆଦିବାସୀ ସମ୍ପ୍ରଦାୟ ଏହାକୁ ବିରୋଧ କରିବାରୁ ସଂଘର୍ଷର ସୂତ୍ରପାତ ହୋଇଥିଲା। ଅମିତ୍‌ ଶାହା ଗତ ମାସରେ ମଣିପୁରକୁ ୪ ଦିନିଆ ଗସ୍ତରେ ଯାଇ ବିଭିନ୍ନ ସମ୍ପ୍ରଦାୟର ନେତାମାନଙ୍କ ସହ ଆଲୋଚନା କରି ଶାନ୍ତି ଫେରାଇ ଆଣିବାକୁ ନିବେଦନ କରିଥିଲେ। ୫୦ ଦିନ ହେଲା ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ହିଂସା ଲାଗିରହିଥିବାବେଳେ କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?