Posted inଜାତୀୟ

‘ଜାତୀୟ ସ୍ବାର୍ଥ ହାନି କରିଛି କେନ୍ଦ୍ର’

ନୂଆଦିଲ୍ଲୀ, ୧୦ା୧୧: ଫ୍ରାନ୍ସରୁ ରାଫାଲ ଯୁଦ୍ଧ ବିମାନ କିଣିବା ପାଇଁ ଭାରତ ସହ ହୋଇଥିବା ଚୁକ୍ତିରେ ୬୫ କୋଟି ଟଙ୍କା ଲାଞ୍ଚ କାରବାର, ନକଲି ଇନ୍‌ଭଏସ୍‌ ପ୍ରସ୍ତୁତ ଆଦି ବେଆଇନ କାର୍ଯ୍ୟକଳାପକୁ ନେଇ ମିଡିଆପାର୍ଟ ପୋର୍ଟାଲରେ ରିପୋର୍ଟ ପ୍ରକାଶ ପାଇବା ପରେ ଜାତୀୟ ରାଜନୀତି ସରଗରମ ହୋଇଛି। ଏ ନେଇ କଂଗ୍ରେସ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା ମଙ୍ଗଳବାର ଅଭିଯୋଗ ଆଣିଛନ୍ତି, ଫ୍ରାନ୍ସ କମ୍ପାନୀ ସହ ଚୁକ୍ତିରେ ହୋଇଥିବା ଦୁର୍ନୀତି ଓ ସତ ଲୁଚାଇବାକୁ ଯାଇ ଭାଜପା ଅପରେଶନ ‘କଭର ଅପ୍‌’ ଦ୍ୱାରା ଦୋଷୀଙ୍କୁ ସୁରକ୍ଷା ଦେଇଛି। ମଧ୍ୟସ୍ଥ ସୁଶେନ ଗୁପ୍ତା କେନ୍ଦ୍ର ସରକାରଙ୍କ ନିକଟରୁ ଗୋପନୀୟ ତଥ୍ୟ ହାସଲ କରିଥିବାର ପ୍ରମାଣ ଥିଲେ ସୁଦ୍ଧା ତାହାର ତଦନ୍ତ କରାଯାଇନାହିଁ। ଭାଜପା ସରକାର ଜାତୀୟ ନିରାପତ୍ତାକୁ ବଳି ଦେଇ ବାୟୁସେନାର ସ୍ବାର୍ଥହାନି କରିଛି। ଏଥିଯୋଗୁ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର କ୍ଷତି ହୋଇଛି ବୋଲି ସେ କହିଛନ୍ତି।
ଆହୁରି ଅଭିଯୋଗ କରିଛନ୍ତି, ସଦ୍ୟ ପ୍ରଘଟ ହୋଇଥିବା ରିପୋର୍ଟ ଅନୁସାରେ, ରାଫାଲ ଚୁକ୍ତିରେ ବେଆଇନ କାମକୁ ଘଣ୍ଟ ଘୋଡ଼ାଇବା ପାଇଁ ମୋଦି ସରକାର ସିବିଆଇ-ଇଡି ସହ ବୁଝାମଣା କରିଛନ୍ତି। ୨୦୧୯ ମାର୍ଚ୍ଚ ୨୬ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜଣେ ମଧ୍ୟସ୍ଥଙ୍କ ଘରେ ଚଢ଼ାଉବେଳେ ଗୋପନୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଦସ୍ତାବିଜ୍‌ ଜବତ କରିଥିଲା। ସେହି ଦସ୍ତାବିଜ୍‌ରେ ୨୦୧୫ ଅଗଷ୍ଟ ୧୦ର ବେଞ୍ଚମାର୍କ ପ୍ରାଇସ୍‌ ଡକ୍ୟୁମେଣ୍ଟ, ଚୁକ୍ତିନାମାର ରେକର୍ଡ, ପ୍ରତିରକ୍ଷା ମନ୍ତ୍ରଣାଳୟ କରିଥିବା ହିସାବର ଏକ୍ସଏଲ୍‌ ଶିଟ୍‌, ୟୁରୋଫାଇଟର ଭାରତକୁ ୨୦ ପ୍ରତିଶତ ଛାଡ଼ ଅଫର କରିଥିବାର ରେକର୍ଡ ଆଦି ରହିଥିଲା। ଏତେ ସବୁ ପ୍ରମାଣ ହାତରେ ଲାଗିବା ସତ୍ତ୍ୱେ ଇଡି କାହିଁିକି ଏ ଦିଗରେ ତଦନ୍ତ କରି ନ ଥିଲା, ମୋଦି ସରକାର ଡାସଲ୍ଟ ଆଭିଏଶନ ଏବଂ ପ୍ରତିରକ୍ଷା ଡକ୍ୟୁମେଣ୍ଟ ଲିକ୍‌ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୧୮ ଅକ୍ଟୋବର ୪ରେ ଭାଜପାର ଦୁଇ ପୂର୍ବତନ ମନ୍ତ୍ରୀ ଯଶଓ୍ବନ୍ତ ସିହ୍ନା ଏବଂ ଅରୁଣ ସୌରି ଓ ଜଣେ ବରିଷ୍ଠ ଆଇନଜୀବୀ ରାଫାଲ ଚୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ କ୍ରେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିକଟରେ ଅଭିଯୋଗ କରିଥିଲେ। ୨୦୧୮ ଅକ୍ଟୋବର ୧୧ରେ ମରିସସ୍‌ ସରକାର ସିବିଆଇକୁ ରାଫାଲ ଡିଲ୍‌ ସହ ସଂଯୋଗ ଥିବା ଆର୍ଥତ୍କ କାରବାରର ଡକ୍ୟୁମେଣ୍ଟ ମଧ୍ୟ ସିବିଆଇକୁ ପ୍ରଦାନ କରିଥିଲେ। କିନ୍ତୁ ଏହା ପରେ ମୋଦି ସରକାର ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଅକ୍ଟୋବର ୨୩ରେ ହଟାଇ ଦେଇଥିଲେ। ରାଫାଲ ଷଡ଼ଯନ୍ତ୍ର ଉପରେ ପରଦା ପକାଇବା ପାଇଁ ଏହା କେନ୍ଦ୍ର ସରକାରଙ୍କ ଉଦ୍ୟମ ଥିଲା ବୋଲି ପଓ୍ବନ କହିଛନ୍ତି।

ସତ୍ୟ ସହ ଥିଲେ ଡର ନାହିଁ: ରାହୁଲ

ଦୁର୍ନୀତିଗ୍ରସ୍ତ ଭାଜପା ସରକାର ବିରୋଧରେ ଲଢ଼େଇ ଜାରି ରଖିବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଯଦି ତୁମେ ତୁମେ ସତ୍ୟ ସହ ଜଡ଼ିତ ତେବେ ଡରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଅମଳରେ ରାଫାଲ ଚୁକ୍ତିରେ ହୋଇଥିବା ଲାଞ୍ଚ କାରବାର ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇବା ପରେ ରାହୁଲ ହାଶ୍‌ଟ୍ୟାଗ୍‌ ରାଫାଲସ୍କାମ୍‌ରେ ଏକ ଟୁଇଟ୍‌ କରିଛନ୍ତି।

କମିଶନ ବିନା କାମ କରେନି କଂଗ୍ରେସ

ରାଫାଲ ଚୁକ୍ତି ଦୁର୍ନୀତି ବାବଦରେ ଫ୍ରାନ୍ସ ମିଡିଆପାର୍ଟ ରିପୋର୍ଟ ଉପରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ଭାଜପା ମୁଖପାତ୍ର ସମ୍ବିତ ପାତ୍ର। କଂଗ୍ରେସ ଶାସନରେ ଥିବାବେଳେ ୨୦୦୭ରୁ ୨୦୧୨ ମଧ୍ୟରେ ଉକ୍ତ ଯୁଦ୍ଧବିମାନ କ୍ରୟ ବାବଦରେ ମଧ୍ୟସ୍ଥ ସୁଶେନ ଗୁପ୍ତା ୬୫ କୋଟି ଟଙ୍କା କମିଶନ ନେଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ବିନା କମିଶନରେ କଂଗ୍ରେସ କୌଣସି କାମ କରେନାହିଁ। ତେଣୁ ଆଇଏନ୍‌ସି (ଇଣ୍ଡିଆନ୍‌ ନ୍ୟାଶନାଲ କଂଗ୍ରେସ)ର ନାମ ‘ଆଇ ନିଡ୍‌ କମିଶନ’ ରହିବା ଉଚିତ ବୋଲି ସମ୍ବିତ କହିଛନ୍ତି। ଏହି ଫାଇଟର ଜେଟ୍‌ କ୍ରୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରର ଭାଜପା ସରକାରଙ୍କ ବିରୋଧରେ ମିଛ, ଗୁଜବ ଏବଂ ଭୁଲ୍‌ ତଥ୍ୟ ଦେଇଆସୁଥିଲେ ବୋଲି ସମ୍ବିତ ଅଭିଯୋଗ କରିଛନ୍ତି। ମୋଦି ସରକାରଙ୍କ ବେଳେ ହୋଇଥିବା ରାଫାଲ ଡିଲ୍‌ରେ କୌଣସି ତ୍ରୁଟି କିମ୍ବା ଦୁର୍ନୀତି ହୋଇ ନ ଥିବା ସୁପ୍ରିମକୋର୍ଟ ଏବଂ ସିଏଜି ମଧ୍ୟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ଇଟାଲୀରୁ ରାହୁଲ ଏହା ଉପରେ ଏବେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଦୋକାନୀମାନେ UPI ଶୁଳ୍କର ବୋଝ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ; ସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୧୭।୯: UPI କାରବାର ଉପରେ ଶୁଳ୍କ ଲାଗୁ ହେବା ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ, ସରକାର ଏହା ସୁନିଶ୍ଚିତ କରିବାକୁ କାର୍ଯ୍ୟ କରୁଛନ୍ତି ଯେ ୨,୦୦୦…

ଉଜ୍ଜୈନରୁ ଅହମଦାବାଦ, ବଙ୍ଗଳାରୁ ଓଡ଼ିଶା ପର୍ଯ୍ୟନ୍ତ ଝଲସିଲା ସାରା ଦେଶ; ମୋଦିଙ୍କ ଜନ୍ମଦିନରେ ଜଳିଲା କୋଟି କୋଟି ଦୀପ

ନୂଆଦିଲ୍ଲୀ,୧୭।୯: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସାରା ଦେଶରେ ‘ସେବା-ସଂକଳ୍ପ ଅଭିଯାନ’…

NHAI ଉପରେ ସୁପ୍ରିମକୋର୍ଟଙ୍କ ପ୍ରଭାବ: ପ୍ରତି ୧୦୦ କିଲୋମିଟରରେ ଗୋଟିଏ ‘ପଶୁ ଆଶ୍ରୟସ୍ଥଳ’ ନିର୍ମାଣ କରାଯିବ

ନୂଆଦିଲ୍ଲୀ,୧୭।୯: ଜାତୀୟ ରାଜପଥରେ ବୁଲୁଥିବା ବୁଲା ପଶୁଙ୍କ ସମସ୍ୟା ଦେଶର ଅନେକ ରାଜ୍ୟକୁ ପ୍ରଭାବିତ କରୁଛି। ଏହି ପଶୁମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ବତଃପ୍ରବୃତ୍ତ ଭାବେ…

ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଲେଖିଲେ ଜର୍ଜିଆ ମେଲୋନି, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ/ରୋମ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଧାନ କ୍ଷେତରେ ବଜ୍ରପାତ; ଚାଲିଗଲା ନଣନ୍ଦ-ଭାଉଜଙ୍କ ଜୀବନ, ସୋହେଲାରେ ଶୋକର ଛାୟା

ସୋହେଲା,୧୭।୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କୁସୁର୍ଡା ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ୨ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

ପଦକ ଜିତିବାର ଉତ୍ସାହଜନକ ଖବରଠାରୁ ପ୍ରଧାନମନ୍ତ୍ରୀଙ୍କ ଫୋନ କଲ ପର୍ଯ୍ୟନ୍ତ… ମୋଦି ସାଜିଥିଲେ ଖେଳାଳିମାନଙ୍କର ସବୁଠାରୁ ବଡ଼ ‘Cheerleader’

ନୂଆଦିଲ୍ଲୀ,୧୭।୯: ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଜନ୍ମିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ ସମ୍ପର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?