ଫାଟ କରିବ ଜାତିଗଣନା

ଓଡ଼ିଆରେ ଲୋକେ କହିଥାଆନ୍ତି-‘ବାର ଜାତି ତେର ଗୋଲା, ବୈଷ୍ଣବ ହେଲେ ସବୁ ଗଲା’। ଏଠାରେ କେଉଁ ନିର୍ଦ୍ଦିଷ୍ଟ ଜାତିକୁ ଉପଲକ୍ଷ୍ୟ କରି କଟାକ୍ଷ କରିବା ଉଦ୍ଦେଶ୍ୟ ନୁହେଁ। ପ୍ରସଙ୍ଗ ହେଲା ଏପ୍ରିଲ ୩୦ରେ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିପିଏ) ୨୦୨୬ରେ ହେବାକୁ ଥିବା ଜନଗଣନା ସହ ଜାତିଗଣନାକୁ ଅନ୍ତର୍ଭୁକ୍ତ କରିବା ନେଇ ନିଷ୍ପତ୍ତି ନେଇଛି। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଯୋଗୁ ସମଗ୍ର ଦେଶରେ ନିରାପତ୍ତାକୁ ନେଇ ଗୁଞ୍ଜରଣ ଚାଲିଥିବା ବେଳେ କେନ୍ଦ୍ରର ଭାଜପା ସରକାର ହଠାତ୍‌ ଏଭଳି କାହିଁକି ପଦକ୍ଷେପ ନେଲେ ତାହା ବୁଝିବା କଷ୍ଟକର ନୁହେଁ। କାରଣ ୨୦୨୪ ନିର୍ବାଚନରେ ଦଳ ଆଶାନୁରୂପ ସଫଳତା ନ ପାଇବା ଓ ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବାରୁ ବିରୋଧୀଙ୍କୁ ଝଟକା ଦେବା ଲାଗି ଏଭଳି ନିଷ୍ପତ୍ତି ନେଇଥିବା ସ୍ପଷ୍ଟ ଦେଖାଯାଉଛି। ସାମାଜିକ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଦଳଗୁଡ଼ିକ ଢେର ସମୟ ଧରି ଜାତିଭିତ୍ତିକ ଜନଗଣନା ନେଇ ଦାବି କରୁ ଆସୁଥିଲେ। ପରେ କଂଗ୍ରେସ ସେହି ସ୍ରୋତରେ ଭାସିଗଲା। ହିନ୍ଦୁଙ୍କୁ ଏକତ୍ର କରିବାରେ ବିଶ୍ୱାସ କରୁଥିବା ଭାଜପା ଜାତିକୁ ନେଇ ରାଜନୀତି ଅପେକ୍ଷା ଧର୍ମ ଏକ ବ୍ୟାପକ ପରିସର ହୋଇଥିବାରୁ ସେଥିରୁ ସଫଳତା ନେବାକୁ ସର୍ବଦା ଚାହିଁ ଆସିଛି ଏବଂ ଦୀର୍ଘମିଆଦୀ ଫଳ ମଧ୍ୟ ପାଇଛି। ପରିବର୍ତ୍ତିତ ସ୍ଥିତିରେ ଯେତେବେଳେ ଅଲଗା ପରୀକ୍ଷଣ ସଫଳ ହେଉ ନ ଥିବା ଅନୁଭବ ହେଲା, ସେତେବେଳେ ଭାଜପା ବିରୋଧୀଙ୍କୁ ଜାତିଭିତ୍ତିକ ଜନଗଣନା ଅସ୍ତ୍ରରେ ପାଲଟା ଜବାବ ଦେବାକୁ ଆଗେଇ ଆସିଥିବା ଭଳି ଦିଶୁଛି।
୨୦୨୦ କୋଭିଡ୍‌ ମହାମାରୀ ଯୋଗୁ ୨୦୨୧ରେ ହେବାକୁ ଥିବା ଜନଗଣନାକୁ ସ୍ଥଗିତ ରଖାଯାଇଥିଲା। ଆଗାମୀ ଜନଗଣନାରେ ଗଣନାକାରୀମାନେ ଘରକୁ ଘର ଯାଇ ଲୋକଙ୍କ ଜାତି ପଚାରିବେ। ଏଠାରେ ସୂଚାଇ ଦିଆଯାଇପାରେ ଯେ, ୧୯୩୧ରେ ଉପନିବେଶୀୟ ସରକାର ଜାତିଭିତ୍ତିକ ଜନଗଣନା କରିଥିଲେ। ହେଲେ ସ୍ବାଧୀନତା ପରେ ୧୯୫୧ରେ ଜବାହର ଲାଲ ନେହେରୁ ସରକାର ଜନଗଣନାରେ ଜାତିଗଣନାକୁ ବାଦ୍‌ ଦେବାକୁ ନିଷ୍ପତ୍ତି ନେଇଥିଲେ। ଦେଶରେ ଏକତା ବଜାୟ ରଖିବା ଓ ଜାତିବିହୀନ ସମାଜ ଗଠନ ଥିଲା ମୂଳ ଲକ୍ଷ୍ୟ। ସେବେଠାରୁ ୨୦୧୧ ଯାଏ କେବଳ ତଫସିଲଭୁକ୍ତ ଜାତି ଓ ଉପଜାତିଙ୍କ ଗଣନା କରାଯାଉଥିଲା ବେଳେ ଜାତିଭିତ୍ତିକ ହିସାବ କରାଯାଇ ନ ଥିଲା। ୨୦୧୧ ଜନଗଣନାରେ ଉପା-୨ର ମନମୋହନ ସିଂଙ୍କ ସରକାର ସମୟରେ ସାମାଜିକ ଓ ଅର୍ଥନୈତିକ ଜନଗଣନା କରାଯାଇଥିଲେ ମଧ୍ୟ ଜାତି ବିଷୟକୁ ଇଚ୍ଛାକୃତ ରଖାଯାଇଥିଲା। ସେତେବେଳେ ତଥ୍ୟରେ ତାଳମେଳ ଦେଖାଦେବାରୁ ଏ ସଂକ୍ରାନ୍ତରେ ସବିଶେଷ ସୂଚନା ଆସିପାରି ନ ଥିଲା। ଆଗାମୀ ଜନଗଣନାରେ ଜାତିଭତ୍ତିକ ଗଣନା ଆସିଲେ ତାହା ସମାଜରେ ନୂଆ ବିତର୍କ ସୃଷ୍ଟି କରିବାର ଆଶଙ୍କା ଦେଖାଦେଲାଣି। ତଥାପି ରାଜନୈତିକ ଦଳଗୁଡ଼ିକ ସେଥିପ୍ରତି ଆଗ୍ରହ ଦେଖାଉଛନ୍ତି। ମୁଖ୍ୟ ଲକ୍ଷ୍ୟ ରହୁଛି ରାଜନୈତିକ ଫାଇଦା ଓ ତାହା ତୁଳନାରେ ଦେଶ ମଙ୍ଗଳ ଏମାନଙ୍କ ପାଇଁ ସର୍ବଦା ଗୌଣ ରହିଆସିଛି। ଭାଜପା ଏହି ଚରିତ୍ରଠାରୁ ଯଥେଷ୍ଟ ଦୂରରେ ରହିଆସିଥିଲା। ଏପରିକି ଜନଗଣନାରେ ଜାତିଭିତ୍ତିକ ଗଣନାକୁ ଏହା ପସନ୍ଦ କରୁ ନ ଥିଲା। ସମ୍ଭବତଃ ତା’ ପାଇଁ ଏଭଳି ଚିନ୍ତାଧାରା ଆଦର୍ଶ ଭାବେ ବିବେଚିତ ହୋଇଥାଆନ୍ତା। କିନ୍ତୁ ନିର୍ବାଚନୀ ସଫଳତା ପାଇଁ ଏହା ସବୁକିଛି ଜଳାଞ୍ଜଳି ଦେବାକୁ ଚାହିଁଲା ଓ ଶେଷ ନିଷ୍ପତ୍ତି ଶୁଣାଇ ଦେଲା। ଏଭଳି ସ୍ଥଳେ ବିରୋଧୀ ଦଳଗୁଡ଼ିକ ଭାଜପାକୁ ସମାଲୋଚନା କରି ଘୋଷଣାର ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତଥାପି ସେମାନଙ୍କ ଦାବିକୁ ସରକାର ଡେରିରେ ଗ୍ରହଣ କରିଥିବାରୁ ଆଶ୍ୱସ୍ତ ହୋଇଛନ୍ତି।
ସବୁ ମଣିଷ ଜନ୍ମରୁ ସମାନ ହୋଇଥାଆନ୍ତି। ସଭ୍ୟତା ଅସମାନତା ସୃଷ୍ଟି କରିଛି। ସିନ୍ଧୁ ସଭ୍ୟତା ଜାତିବିହୀନ ଥିଲେ ମଧ୍ୟ ଶ୍ରେଣୀବିହୀନ ନ ଥିଲା। ସେତେବେଳେ ଉଚ୍ଚ ବର୍ଗ ଓ ଶ୍ରମିକ ଶ୍ରେଣୀ ଦେଖାଦେଇଥିଲା। ବୈଦିକ ଯୁଗକୁ ଦେଖିଲେ କାର୍ଯ୍ୟ ଅନୁଯାୟୀ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଆଦି ବର୍ଣ୍ଣ ସୃଷ୍ଟି ହୋଇଥିଲେ। ପରବର୍ତ୍ତୀ ସମୟରେ ଅନେକ ଜାତି ଓ ଉପଜାତି ହୋଇଛି। ସବୁ ଜାତି ମଣିଷ ଦ୍ୱାରା ସୃଷ୍ଟି କରାଯାଇଛି। ବିଭିନ୍ନ ଜାତି ମଧ୍ୟରେ ଦ୍ୱନ୍ଦ୍ୱ ଓ ସଂଘାତ ଦେଖାଦେଉଛି। ଜାତିକୁ ନେଇ ସଂରକ୍ଷଣ କେଉଁ ସ୍ତରରେ ପହଞ୍ଚତ୍ଛି ତାହା ବିତର୍କର ବିଷୟ ହୋଇ ରହିଛି। କୁହାଯାଉଛି ଜାତିଭିତ୍ତିକ ଜନଗଣନା କରାଗଲେ ତାହା ସାମାଜିକ ନ୍ୟାୟ ଦିଗକୁ ପରିପୁଷ୍ଟ କରିବ। କିନ୍ତୁ ବାସ୍ତବତାକୁ ଦେଖିଲେ ଏହାକୁ ନେଇ ରାଜନୀତି ସର୍ବାଗ୍ରେ ରହୁଥିବାରୁ ଏହାର ଉଦ୍ଦେଶ୍ୟ କେତେ ମାତ୍ରାରେ ସାଧିତ ହେଉଛି ତାହା ଭବିଷ୍ୟତ କହିବ।


Enter your email to get our daily news in your inbox.

All Right Reserved By Dharitri.Com

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

ସୋନମ ୱାଙ୍ଗଚୁକଙ୍କୁ ଭାବୁକ ନିବେଦନ କଲେ ଅଭିଜିତ୍‌ ଦୀପକେ, କହିଲେ-ଆପଣଙ୍କ ଜୀବନ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

ୟୁ-ଟର୍ନ ନେଲା ଆନ୍ଦୋଳନ: ସରକାରଙ୍କ ଆଗରେ ପୁଣି ବଡ଼ ସର୍ତ୍ତ ରଖିଲା CJP, ବଢିଲା କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରବକ୍ତା ସୌରଭ ଦାସ ସରକାରଙ୍କ ସହ ଆଲୋଚନାକୁ ନେଇ କହିଛନ୍ତି ଯେ, ପୂର୍ବରୁ ସରକାର ମିଛ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri