ଲୋକେ ଭକୁଆ: କରୋନା ଟୀକାର ଦେଖାନାହିଁ, ଅଫିସରଙ୍କ ପକେଟ ଗରମ

ଓ୍ବାଶିଂଟନ, ୨୭।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। କରୋନା ପ୍ରତିଷେଧକ ଟୀକା ଆଶାରେ ସାଧାରଣ ଲୋକଙ୍କ ଜୀବନ ବିତୁଛି। କେବେ ଟୀକା ଆସିବ ମଣିଷ ମହାମାରୀ ସମସ୍ୟାରୁ ମୁକ୍ତି ପାଇବ, ସେନେଇ ଲୋକେ ଆଶାବାନ୍ଧି ବସିଛନ୍ତି। ଏପରିସ୍ଥଳେ କେତେକ ମହାମାରୀ ବିପଦ ସମୟରେ ନିଜ ପକେଟ ଗରମ କରିଚାଲିଛନ୍ତି। ଏଭଳି ଏକ ଘଟଣା ଆମେରିକାରେ ଘଟିଛି। କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଜାରି ରଖିଥିବା ୧୧ଟି ଔଷଧ କମ୍ପାନୀର ଶେୟାର ବଢ଼ିବାରେ ଲାଗିଛି। ଏହାର ଫାଇଦା କମ୍ପାନୀର ବଡ଼ ଅଫିସରମାନେ ନେଇଛନ୍ତି। ସେମାନେ କମ୍ପାନୀର ଶେୟାର କାରବାରରେ ଅଂଶଗ୍ରହଣ କରଛନ୍ତି। ଚଢ଼ାଦାମରେ କିଣି ଥିବା ଶେୟାର ବିକ୍ରି କରି ସାଢ଼େ ୭ ହଜାର କୋଟି ଟଙ୍କାର ଲାଭ ପାଇଛନ୍ତି। ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାମମ୍ସ୍‌ ଅନୁସାରେ ଏହାଦ୍ୱାରା କେବଳ ଲୋକେ ହିଁ ଭକୁଆ ପାଲଟିଛନ୍ତି। ଅପରପକ୍ଷରେ ଔଷଧ କମ୍ପାନୀର ଉଚ୍ଚ ଅଫିସର ଏଥିରେ ଲାଭାନ୍ବିତ ହୋଇଛନ୍ତି। ଅଫିସରମାନେ ଅନୈତିକ ଉପାୟରେ ଅର୍ଥ ରୋଜଗାର କରିଥିବା ଆମେରିକାର ଅଣ-ଲାଭକାରୀ ସଂସ୍ଥା ପେସେଣ୍ଟ୍‌ ଫର୍‌ ଆଫୋଡେବୁଲ୍‌ ଡ୍ରଗ୍ସ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ ବେନ୍‌ ଓ୍ବକାନା କହିଛନ୍ତି। ଠିକ୍‌ ସମୟରେ ଷ୍ଟକ୍‌ କିଣିବା ଏବଂ ବିକ୍ରି କରିବା ଆଇନ ଅନୁସାରେ ଭୁଲ୍‌ ନୁହେଁ। ମାତ୍ର ସମ୍ପୃକ୍ତ ଅଫିସରମାନେ ଔଷଧ କମ୍ପାନୀଗୁଡ଼ିକର ଆଭ୍ୟନ୍ତରୀଣ ଖବର ଅନୁସାରେ ଶେୟାର କିଣା ବିକା କରିଥିବା କୁହାଯାଉଛି। ମହାମାରୀ ସମୟରେ ସାଧାରଣ ଲୋକେ ମାନବିକତାର ପରିଚୟ ଦେଉଥିବାବେଳେ ସମ୍ପକ୍ତ ଅଫିସରମାନେ ନିଜ ସ୍ବାର୍ଥକୁ ଦେଖିଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପାମ୍ପଡ଼ ଖାଇଲେ ହେବନି କରୋନା ସଂକ୍ରମଣ: ଭାଜପା ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁ ନ ଥିବାବେଳେ ଭାଜପାର ସଂସଦୀୟ ବ୍ୟାପାର ଏବଂ ଭାରି ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ...

ଲକ୍ଷାଧିକ ଲୋକଙ୍କ ପାସଓ୍ବାର୍ଡ ‘୧୨୩୪୫୬

ଲଣ୍ଡନ,୨୨ା୪(ପି.ଟି): ବିଶ୍ୱର ଲକ୍ଷଲକ୍ଷ ଲୋକ ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟ ପାଇଁ ସହଜରେ ମନେରହିବା ଭଳି ପାସଓ୍ବାର୍ଡ ‘୧୨୩୪୫୬’ ଏବଂ ‘କ୍ୟୁଡବ୍ଲ୍ୟୁଇଆରଟିଓ୍ବାଇ’ ବ୍ୟବହାର କରୁଥିବା ଏକ ଅଧ୍ୟୟନରୁ ଜାଣିବାକୁ...

୮ ମାସର ପିଲାର ନାଁ ରଖିଲେ ଗୁଗୁଲ: ମିଳିଲା ଓ୍ବାର୍ଲଡ ଷ୍ଟ୍ରଙ୍ଗେଷ୍ଟ ନେମ ଆଓ୍ବାର୍ଡ

ଜାକର୍ତ୍ତା,୧।୭: ପିଲାଙ୍କ ନାମକରଣକୁ ନେଇ ପିତାମାତା ସବୁବେଳେ ଭିନ୍ନ କିଛି ଚିନ୍ତା କରିଥାଆନ୍ତି। ହେଲେ ଇଣ୍ଡୋନେସିଆର ଜଣେ ଦମ୍ପତି ନିଜ ୮ ମାସର ପିଲାର ନାଁ...

କରୋନା ଭାଇରସକୁ ହରାଇଲେ ଶତାୟୁ

ବେଜିଂ,୯।୩: କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରରୁ ଆସିଛି ଭଲ ଖବର। ଏଠାରେ ଜଣେ ୧୦୦ ବର୍ଷୀୟ ବୃଦ୍ଧ କରୋନାରେ ସଂକ୍ରମିତ ଥିବା...

୩୧ ବର୍ଷ ପରେ ପୃଥିବୀରେ ବୟସ୍କଙ୍କ ସଂଖ୍ୟା ଛୁଇଁବ ୨୧୦ କୋଟି

ନୂଆଦିଲ୍ଲୀ/ଜେନେଭା,୧୧।୭: ଆସନ୍ତା ୩୧ ବର୍ଷ ପରେ ୨୦୫୦ ବେଳକୁ ପୃଥିବୀରେ ବୟସ୍କଙ୍କ ସଂଖ୍ୟା ଛୋଟ ପିଲାଙ୍କ ତୁଳନାରେ ଦୁଇଗୁଣା ହେବ। ମୋଟ ଜନସଂଖ୍ୟା ୯୭୦ କୋଟିରେ...

ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୧୫୩୫ କରୋନା ଆକ୍ରାନ୍ତ: ମୋଟ ସଂଖ୍ୟା ୪୫ହଜାର ଟପିଲା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୫୩୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବାଧିକ ୨୮୭ଜଣ ଖୋର୍ଦ୍ଧାର ଅଛନ୍ତି। ଏହାଛଡ଼ା ସୁନ୍ଦରଗଡ଼ର ୧୭୮, ଗଞ୍ଜାମର ୧୫୬, କନ୍ଧମାଳର...

ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଲମ୍ବା ଲାଇନ୍‌

ଗୋପ,୨୪।୩(ଡି.ଏନ୍‌.ଏ): କରୋନାକୁ ନେଇ ସାରା ବିଶ୍ବରେ ଆତଙ୍କ ଦେଖାଯାଇଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତା’ର ବ୍ୟତିକ୍ରମ ଦେଖାଯାଇଛି। ସାମାଜିକ ଦୂରତା ଦୃଷ୍ଟି ଦିଆ ଯାଉ ନ...

କରୋନା ମାର୍ଗଦର୍ଶିକାକୁ ଫୁ: ଭାଜପା ନେତାଙ୍କ ନାତୁଣୀ ନିର୍ବନ୍ଧରେ ୬ ହଜାରରୁ ଅଧିକ ଅତିଥି

ସୁରଟ,୨।୧୨: ଗୁଜରାଟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଏଥିରୁ ଦୂରେଇ ରହିବା ପାଇଁ କଡ଼ା ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ...

Advertisement


Archives

Model This Week