ସେଲିନାଙ୍କ ବୈବାହିକ ଜୀବନରେ ଝଡ଼, ସ୍ବାମୀଙ୍କୁ ମାଗିଲେ ୫୦ କୋଟିର କ୍ଷତିପୂରଣ,୧୦ ଲକ୍ଷର… 

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ପୂର୍ବତନ ଅଭିନେତ୍ରୀ ତଥା ମିସ୍‌ ଇଣ୍ଡିଆ ସେଲିନା ଜେଟଲୀ। ତାଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ସ୍ବାମୀ ପିଟର ହାଗଙ୍କ ବିରୋଧରେ ଅଭିନେତ୍ରୀ ଘରୋଇ ହିଂସା ଭଳି ସଂଗିନ ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ଖବର ବଲିଉଡଜଗତରେ ଆଲୋଡ଼ନ ସୃଷ୍ଟି କରିଛି।
୪୭ ବର୍ଷୀୟ ସେଲିନା ୨୦୧୦ ସେପ୍ଟେମ୍ବର ୧୮ରେ  ସେଲିନା ପିଟର୍‌ଙ୍କୁ ବିବାହ କରିଥିଲେ। ଏବେ ସେ ତିନୋଟି ସନ୍ତାନର ଜନନୀ। ପିଟର ତାଙ୍କୁ ଶାରୀରିକ, ମାନସିକ, ଯୌନ ଏବଂ ଆର୍ଥିକ ନିର୍ଯାତନା ଦେଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏପରିକି ସେ ୫୦ କୋଟି ଟଙ୍କା କ୍ଷତିପୂରଣ ସହ ମାସକୁ ୧୦ ଲକ୍ଷ ଟଙ୍କା ଭରଣପୋଷଣର କରିଛନ୍ତି ଦାବି । ଅଭିନେତ୍ରୀ ଅନ୍ଧେରୀ କୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ଆଗାମୀ ଦିନରେ ଶୁଣାଣି ହେବ।
ସେଲିନା ଏବେ ଅଷ୍ଟ୍ରିୟାରୁ ଭାରତକୁ ଫେରିଆସିଛନ୍ତି। କିନ୍ତୁ ସନ୍ତାନମାନଙ୍କୁ ପିଟର୍‌ ଅଷ୍ଟ୍ରିୟାରେ ରଖି ତାଙ୍କୁ ଭିଡିଓ କଲ୍‌ ଓ ଫୋନ କଲ୍‌ କରିବାରୁ ବାରଣ କରୁଛନ୍ତି। ସେଲିନା ଅଦାଲତଠାରୁ ସନ୍ତାନମାନଙ୍କର ଅଭିଭାବକତ୍ୱ ଏବଂ ନିୟମିତ ଯୋଗାଯୋଗର ଅନୁମତି ଦାବି କରିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ୧୨ ଡିସେମ୍ବର ୨୦୨୫ରେ ନିର୍ଦ୍ଧାରିତ କରାଯାଇଛି।

ସେଲିନା ଜେଟଲୀ ୨୦୦୩ରେ ଅଭିନୟରେ ଡେବ୍ୟୁ କରିଥିଲେ। ତାଙ୍କର ଅଭିନୟରେ ‘ନୋ ଏଣ୍ଟ୍ରି’, ’ଶୋର୍ଯ୍ୟ’ ଭଳି ଫିଲ୍ମ ରହିଛି। ବିବାହ ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇ ପରିବାର ଓ ସନ୍ତାନମାନଙ୍କ ପ୍ରତି ଧ୍ୟାନ ଦେଇଥିଲେ। ହେଲେ ବୈବାହିକ ଜୀବନରେ ହିଂସାର ସମ୍ମୁଖୀନ ହେବା ପରେ ସେ ଭାଙ୍ଗି ପଡ଼ିଛନ୍ତି। ସୋସିଆଲ ମିଡିଆରେ ଭାବବିହ୍ବଳ ପୋଷ୍ଟ ଲେଖିଛନ୍ତି, ଯାହାକୁ ଦେଖି ପ୍ରଶଂସକ ତାଙ୍କୁ ଶାନ୍ତ୍ୱନା ଦେଉଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri