Posted inଜାତୀୟ

ସେଲିବ୍ରିଟିଙ୍କ ଟୁଇଟ୍‌ ଯାଞ୍ଚ ହେବ

ମୁମ୍ବାଇ, ୯ା୨: ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ଅନ୍ତର୍ଜାତୀୟ ସେଲିବ୍ରିଟି ବାହାରିବା ପରେ କେନ୍ଦ୍ର ସରକାରଙ୍କ ସପକ୍ଷରେ ମତ ରଖିଥିଲେ ଭାରତର ପ୍ରମୁଖ ଚେହେରା। ବିଭିନ୍ନ କ୍ଷେତ୍ରର ଜଣାଶୁଣା ବ୍ୟକ୍ତିତ୍ୱମାନେ କିପରି ସମାନ ମତ ରଖିଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ର ସରକାର। ଭାଜପା ଚାପରେ ଭାରତୀୟ ସେଲିବ୍ରିଟିମାନେ ଏଭଳି ଟୁଇଟ କରିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହେବା ପରେ ଏ ଦିଗରେ ତଦନ୍ତ କରାଯିବ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି। କୃଷକଙ୍କ ସମର୍ଥନରେ ଆମେରିକୀୟ ପପ୍‌ ଷ୍ଟାର ରିହାନା, ସ୍ବିଡେନ୍‌ର ପରିବେଶ କର୍ମୀ ଗ୍ରେଟା ଥନବର୍ଗ, ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଝିଆରୀ ମୀନା ହାରିସ୍‌, ପର୍ନ ଷ୍ଟାର ମିଆ ଖଲିଫା ପ୍ରମୁଖ ଟୁଇଟ କରିବା ପରେ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର, କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର, ଅକ୍ଷୟ କୁମାର, ଅଜୟ ଦେବଗନ, କରନ ଜୋହର, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ସାଇନା ନେହଓ୍ବାଲ ପ୍ରମୁଖ କେନ୍ଦ୍ର ସରକାରଙ୍କ ସପକ୍ଷରେ ଟୁଇଟ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସି, ଏସ୍‌ଟିଙ୍କୁ ସବୁ ଅପମାନ ଅପରାଧ ନୁହେଁ

ନୂଆଦିଲ୍ଲୀ, ୭।୧୧: ଜଣେ ବ୍ୟକ୍ତିଙ୍କ ପ୍ରତି ସମସ୍ତ ପ୍ରକାର ଅପମାନ କିମ୍ବା ଧମକକୁ ଅନୁସୂଚିତ ଜାତି(ଏସ୍‌ସି)/ଜନଜାତି(ଏସ୍‌ଟି) ଆଇନ ଅନୁଯାୟୀ ଅପରାଧ ବିବେଚନା କରାଯାଇପାରିବ ନାହିଁ, ଯଦି...

‘କେଜ୍‌ରିଓ୍ବାଲଙ୍କୁ ଗାଦି ଛାଡିବାକୁ ପଡିବ’

ନୂଆଦିଲ୍ଲୀ,୧୬।୧୦: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡା ରବିବାର ଦିଲ୍ଲୀର ରାମଲିଲା ମଇଦାନରୁ ଏମସିଡି ନିର୍ବାଚନ ବିଗୁଲ ବଜାଇଛନ୍ତି। ସେ ‘ପଞ୍ଚ ପରମେଶ୍ୱର...

ଭାରତରେ ଆଫଗାନୀ ଆତଙ୍କବାଦୀ, ସତର୍କ ସୂଚନା ଜାରି..

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରର ଉରି ସେକ୍ଟର ଦେଇ ଆଫଗାନୀ ଆତଙ୍କବାଦୀ ଦେଶରେ ଅନୁପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆତଙ୍କବାଦୀମାନେ ସେନା...

ଭାରତକୁ ଶ୍ରେଷ୍ଠ କରିବାରେ ନେତାଜୀଙ୍କ ସ୍ବପ୍ନ ଏପର୍ଯ୍ୟନ୍ତ ପୂରଣ ହୋଇନି, ଏହାକୁ ପୂରଣ କରିବା ଆମେ: ମୋହନ ଭାଗଓ୍ବତ…

କୋଲକାତା,୨୩।୧ : ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ସୋମବାର ସାରା ଦେଶରେ ପାଳନ କରାଯାଉଛି। ଏହାକୁ ପରାକ୍ରମ ଦିବସ...

କଂଗ୍ରେସ ନେତାରୁ ଲୋକ ସେବକ ପାଲଟି ଗଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୨୫।୧୧:କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ ଟୁଇଟର ଆକାଉଣ୍ଟକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। କାରଣ ସେ କଂଗ୍ରେସ ନେତାରୁ ଏବେ ପାଲଟିଯାଇଛନ୍ତି ଲୋକ ସେବକ ଓ...

ସକ୍ରିୟ ମାମଲା ୭ ହଜାର ମୁହାଁ…

ନୂଆଦିଲ୍ଲୀ, ୨୧।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ପଞ୍ଜାବରେ ଗ୍ୟାଙ୍ଗଓ୍ବାର ଆଶଙ୍କା, ଜେଲ ପାଲଟିଛି ସୁରକ୍ଷିତ ସ୍ଥାନ, ଜେଲରେ ରହି ଅପରାଧ ପରିଚାଳନା…

ଚଣ୍ଡିଗଡ଼, ୬।୬ : ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ କିଏ ହତ୍ୟା କଲା, ଏହାର ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ଏହି ହତ୍ୟା...

ରୁଜିରା-ପାମେଲାଙ୍କୁ ନେଇ ଟିଏମ୍‌ସି-ଭାଜପା ମୁହାଁମୁହିଁ

କୋଲକାତା,୨୪।୨: ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ। ରାଜ୍ୟରେ କ୍ଷମତା ଦଖଲ ପାଇଁ ତୃଣମୂଳ କଂଗ୍ରେସ( ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।...

Advertisement
Archives

Model This Week