Posted inଜାତୀୟ

୧୭ ବର୍ଷରେ ଅସ୍ତ୍ରବିରତି: ପ୍ରତିଦିନ ୨ ଥର ଉଲ୍ଲଂଘନ କରୁଛି ପାକିସ୍ତାନ

ଶ୍ରୀନଗର,୨୫।୧୧: ଭାରତ ପାକିସ୍ତାନ ମଧ୍ୟରେ ୨୦୦୩ ନଭେମ୍ବର ୨୬ ମଧ୍ୟରାତ୍ରଠାରୁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଅସ୍ତ୍ରବିରତିକୁ ୧୭ ବର୍ଷ ବିତିଛି। ତେବେ ଏହି ସମୟରେ ମଧ୍ୟରେ ପାକିସ୍ତାନ ୧୨ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଅର୍ଥାତ୍‌ ପାକିସ୍ତାନ ପକ୍ଷରୁ ପ୍ରତି ଦିନ ପିଛା ସୀମାରେ ୨ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏହାଦ୍ୱାରା ସୀମବର୍ତ୍ତୀ ଗାଁ ଗୁଡ଼ିକରେ ବାସ କରୁଥିବା ୩୨ ଲକ୍ଷରୁ ଅଧିକ ଲୋକେ ଆତଙ୍କିତ ଅବସ୍ଥାରେ ଦିନ ବିତାଉଛନ୍ତି। ୧୯୮ କିଲୋମିଟର ଲମ୍ବ ଅନ୍ତର୍ଜାତୀୟ ସୀମା ଏବଂ ୮୧୪ କିଲୋମିଟର ଦୀର୍ଘ ଏଲ୍‌ଓସି ନିକଟରେ ବାସ କରୁଥିବା ଲୋକେ ଅନିଶ୍ଚିତତା ମଧ୍ୟରେ ରହୁଛନ୍ତି। ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାର କୁପଓ୍ବାରା ଜିଲାର ମାଛଲି ସେକ୍ଟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବାଟେ ଭାରତରେ ପାକିସ୍ତାନ ଆତଙ୍କବାଦୀ ଅନୁପ୍ରବେଶ କରାଇଥାଏ। ସମୁଦ୍ର ପତ୍ତନଠାରୁ ୬,୫୦୦ରୁ ଅଧିକ ଫୁଟ ଉଚ୍ଚରେ ଥିବା ଏହି ଅଞ୍ଚଳ ଜଙ୍ଗଳ, ପାହାଡ଼ରେ ଘେରା। ଏହି ଦୁର୍ଗମ ଅଞ୍ଚଳ ବାଟେ ସହଜରେ ଆତଙ୍କବାଦୀମାନେ ପାକିସ୍ତାନୀ ଲଞ୍ଚପ୍ୟାଡ୍‌ରୁ ଭାରତରେ ଅନୁପ୍ରବେଶ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୫ ଦିନ ସତର୍କ ଜାରି କଲା ଆଇଏମ୍‌ଡି

ନୂଆଦିଲ୍ଲୀ,୨୮।୪: ଦେଶର ୫ଟି ରାଜ୍ୟରେ ଅନୂ୍ୟନ ଆଉ ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହର ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ...

ଗ୍ରାମୀଣ ବିକାଶରେ ଜ୍ଞାନକୌଶଳର ଉପଯୋଗ ଜରୁରୀ: ମୋଦି

ବେଙ୍ଗାଲୁରୁ, ୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କର୍ନାଟକ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ସମ୍ମିଳନୀରେ ଯୋଗଦେଇ...

ରାଜସ୍ଥାନରେ ଲାଗୁ ହେବନାହିଁ ସିଏଏ-ଏନ୍‌ଆର୍‌ସି: ମୁଖ୍ୟମନ୍ତ୍ରୀ

ଜୟପୁର,୨୨।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ବିରୋଧ କରି ସାରା ଦେଶରେ ହିଂସାର ବାତାବରଣ ଉପୁଜିଥିବା ବେଳେ ଏବେ ଏହାକୁ...

୭୨ ଘଣ୍ଟାରେ କରୋନାରୁ ମୁକ୍ତି,ଘୋଡ଼ା ଆଣ୍ଟିବଡ଼ିରୁ ପ୍ରସ୍ତୁତ ହେଉଛି ଔଷଧ…

କୋହ୍ଲାପୁର,୧୧।୮: କରୋନା ମହାମାରୀ ଭୂତାଣୁୁ ବିରୋଧରେ ପୃଥିବୀର ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ଦିନରାତି ଗବେଷଣା ଜାରି ରଖିଛନ୍ତି। ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥିତ ଆଇସେରା ବାୟୋଲୋଜିକାଲ ନାମକ...

୫ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀର ପ୍ରଦୂଷଣ

ନୂଆଦିଲ୍ଲୀ,୬ ।୧୧: ଦୀପାବଳିରେ ନିୟମ ନ ମାନି ବାଣ ଫୁଟାଇବା ପରେ ଏବେ ଦିଲ୍ଲୀ ଓ ଦିଲ୍ଲୀ ଏନ୍‌ସିଆର୍‌ର ବାୟୁ ପ୍ରଦୂଷିତ ହୋଇଯାଇଛି । ଯାହା...

ଦୀର୍ଘ ୬ ଘଣ୍ଟା ପରେ ଚାଲୁ ହେଲା ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ

ନୂଆଦିଲ୍ଲୀ,୫ ।୧୦: ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ ଓ ମେସେଞ୍ଜର ପୁଣିଥରେ କାମ କରିବା ଆରମ୍ଭ କରି ଦେଇଛି । କିଛି ଘଣ୍ଟା ପର୍ଯ୍ୟନ୍ତ ଏସବୁ ସର୍ଭର...

ଗୋଟିଏ ସେକେଣ୍ଡରେ ଲାଗିଥିବା ନିଆଁ ଲିଭିବାକୁ ଲାଗୁଛି ବର୍ଷ ବର୍ଷ: ରାହତ ଇନ୍ଦୋରି

ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ରାଜଧାନୀ ଦିଲ୍ଲୀରେ ଆରମ୍ଭ କରାଯାଇଥିବା ବିରୋଧ ପ୍ରଦର୍ଶନ ଏବେ ହିଂସାର ରୂପ ନେଲାଣି। ମଙ୍ଗଳବାର ସୁଦ୍ଧା ଏହି ହିଂସାରେ...

ଲେୟର ଶର୍ଟ ବିଜ୍ଞାପନ ନେଇ ସରକାରଙ୍କ କଡ଼ା ପଦକ୍ଷେପ, ଟୁଇଟର-ୟୁଟ୍ୟୁବରୁ ହଟାଇବାକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୪।୬ : ବଡ଼ି ସ୍ପ୍ରେ ଲେୟର ଶର୍ଟ ବିବାଦୀୟ ବିଜ୍ଞାପନ ନେଇ ବିବାଦ ବଢ଼ିବାରେ ଲାଗିଛି। ଏନେଇ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ...

Advertisement
Archives

Model This Week