ବାଇକ୍‌କୁ ଧକ୍କା ଦେଲା ସିଡିଏମ୍‌ଓଙ୍କ ଗାଡ଼ି

ମୋହନା,୨୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଭାଲିଆଗୁଡା ଗାଁ ନିକଟ ଜାତୀୟ ରାଜପଥରେ ସୋମବାର ଏକ ଦୁର୍ଘଟଣା ଘଟିଛି। ସିଡିଏମ୍‌ଓଙ୍କ ବୋଲେରୋ ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ସୋମବାର ମୋହନା ବ୍ଲକର ଡମ୍ବଗୁଡା ପଞ୍ଚାୟତରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ରହିଥିଲା। ଏନେଇ ଗଜପତି ସିଡିଏମ୍‌ଓ ଏକ ବୋଲେରୋ ଗାଡ଼ି ଯୋଗେ ପାରଳାଖେମୁଣ୍ଡିରୁ ଡମ୍ବଗୁଡ଼ା ଗାଁକୁ ଯାଉଥିଲେ। ହେଲେ ଭାଲିଆଗୁଡା ଗାଁ ନିକଟ ଜାତୀୟ ରାଜପଥରେ ଏକ ବାଇକ୍‌ ଯୋଗେ ବୃଦ୍ଧା ଆଇଙ୍କୁ ଧରି ଦିବ୍ୟ ନାୟକ ଆସୁଥିବା ବେଳେ ବୋଲେରୋ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଫଳରେ ୨ଜଣ ଗୁରୁତର ଆହତ ହୋଇଥିଲେ। ସିଡିଏମ୍‌ଓ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

ମଦ ପିଇବାକୁ ପଇସା ନ ଦେବାରୁ ସ୍ତ୍ରୀଙ୍କୁ ଆକ୍ରମଣ, ଆଉ ତା’ପରେ…

ବୁଗୁଡା,୧୦।୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବାକୁ ପଇସା ନ…

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫…

ୱାରେଣ୍ଟ ବଳରେ ଜେଲ୍ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୧୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ଗ୍ରାମର ଅଶ୍ଵିନୀ ଗୌଡ଼ଙ୍କୁ ରବିବାର ପାଟପୁର ପୋଲିସ ଗିରଫ କରି କୋଦଳା କୋର୍ଟକୁ ଚାଲାଣ କରିଛନ୍ତି…

ଚେନ୍ନାଇ ସୁପର କିଙ୍ଗ୍ସର ବଡ଼ ବିଜୟ

ଚେନ୍ନାଇ,୧୦ା୫: ଉର୍ଭିଲ ପଟେଲଙ୍କ ଯୁଗ୍ମ ଦ୍ରୁତତମ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୫ ଉଇକେଟରେ ଲକ୍ଷ୍ନୌ…

ସୁନାଥର ଗ୍ରାମରେ ଗ୍ଯାସ ଲଗାଇବା ବେଳେ ଫାଟିଗଲା ସିଲିଣ୍ଡର; ଉଡିଗଲା ଟିଣ, ୬….

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ଭୟଙ୍କର ବିସ୍ଫୋରଣ । ରବିବାର ସଂଧ୍ଯ୍ଯାରେ ରୋଷେଇ ଲାଗି ଗ୍ଯାସ ଲଗାଇବା ବେଳେ ହଠାତ୍…

ବାଲିଅନ୍ତା ଘଟଣାର ସମୀକ୍ଷା ପରେ ମୁହଁ ଖୋଲିଲେ ପୋଲିସ ଡିଜିପି, କହିଲେ…

ଭୁବନେଶ୍ୱର,୧୦।୫: ବାଲିଅନ୍ତା ଏବଂ ବାଲିପାଟଣା ଘଟଣାର ସମୀକ୍ଷା ପରେ ପୋଲିସ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ ବଡ଼ ବୟାନ ଦେଇଛନ୍ତି। ୩ରୁ ୪ ଦିନ ହେଲା…

ଥୁଆମୂଳ ରାମପୁର: PWD ରାସ୍ତାରେ ଝୁଲୁଛି ମୃତ୍ୟୁର ଖଣ୍ଡା! ଶୁଖିଲା ଗଛ ସାଜିଛି ମରଣଯନ୍ତା

ଥୁଆମୂଳ ରାମପୁର, ୧୦ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଜୀବନରେଖା କୁହାଯାଉଥିବା ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ PWD ରାସ୍ତା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri