ସିସିଟିଭିରେ ହତ୍ୟାର ଦୃଶ୍ୟ

ବଲାଙ୍ଗୀର ଅଫିସ,୨୩।୫: ବଲାଙ୍ଗୀର ଆର୍‌ଟିଓ ଅଫିସ ଛକରେ ଶନିବାର ପୂର୍ବାହ୍ନରେ ସିରିଜ୍‌ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିଲେ। ଏହି ସିରିଜ୍‌ ଦୁର୍ଘଟଣା ସମୟର ସିସିଟିଭି ଫୁଟେଜ୍‌ ରବିବାର ଭାଇରାଲ ହେବା ପରେ ଏହା ଦୁର୍ଘଟଣା ଛଳରେ ଏକ ସୁପରିକଳ୍ପିତ ହତ୍ୟା ଯୋଜନା ବୋଲି ସ୍ପଷ୍ଟ ହୋଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ମିନିଟ୍ରକ୍‌ ଚଢ଼ାଇ ହତ୍ୟା ଯୋଜନା କରାଯାଇଥିବା ମୃତ ଶ୍ରୀକାନ୍ତ ବାଗ (୩୦) ଓ ଆହତ ସାନୁ ନାୟକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଗୁରୁତର ଆହତ ଅଭିଯୁକ୍ତ ଚିତ୍ତରଞ୍ଜନ ମହାନ୍ତିଙ୍କୁ ପୋଲିସ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ହେପାଜତରେ ରଖିଛି। ଏହି ଘଟଣାରେ ବଲାଙ୍ଗୀର ପୋଲିସ ଅନ୍ୟ ୨ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ଶନିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଟିଟିଲାଗଡ଼ ପଟରୁ କ୍ଷିପ୍ରଗତିରେ ଆସୁଥିବା ଏକ ମିନିଟ୍ରକ୍‌ (ଓଆର୦୩ ଏ ୫୩୯୦) ଆର୍‌ଟିଓ ଅଫିସ ନିକଟରେ ଏକ ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ ନିମଗଛରେ ପିଟିହୋଇ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ବାଇକ୍‌ରେ ବସିଥିବା ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ହୋଟେଲ ମାଲିକ ସାନୁ ନାୟକ ଗୁରୁତର ଆହତ ହୋଇଥିଲେ। ସନ୍ଧ୍ୟାରେ ମୃତ ଶ୍ରୀକାନ୍ତ ଓ ଆହତ ସାନୁଙ୍କ ପରିବାର ଲୋକେ ଟାଉନ୍‌ ଥାନାରେ ଚିତ୍ତରଞ୍ଜନ ମହାନ୍ତି ମିନିଟ୍ରକ୍‌ରେ ଧକ୍କା ଦେଇ ହତ୍ୟା କରିଥିବା ଲିଖିତଭାବେ ଜଣାଇଥିଲେ। ଚିତ୍ତରଞ୍ଜନ ମହାନ୍ତିଙ୍କ ବିରୋଧରେ ଲାଗିଛି ଦଫା ୩୦୨, ୩୦୭, ୧୨୦ବିରେ ଏକ ମାମଲା(୨୫୩/୨୨)ରୁଜୁ ହୋଇଛି। ଦୁର୍ଘଟଣା ପରେ ଚିତ୍ତରଞ୍ଜନଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ସେ ୱାଲଟିଅର ଯାଉଥିବା ଖବର ପାଇବା ପରେ ପୋଲିସ ଥେରୁବାଲି ନିକଟରୁ ତାଙ୍କୁ ବଲାଙ୍ଗୀର ଫେରାଇ ଆଣିଛି। ସିସିଟିଭି ଫୁଟେଜ୍‌ରେ ଦେଖାଯାଉଛି ଯେ ମିନିଟ୍ରକ୍‌ଟି କ୍ଷିପ୍ରଗତିରେ ଆସି ବାଇକ୍‌କୁ ଧକ୍କା ଦେଇଛି। ଏହି ବାଇକ୍‌ରେ ସାନୁ ଓ ଶ୍ରୀକାନ୍ତ ବସିଥିଲେ। ଇଡ୍‌କୋ ଏବଂ ସରକାରୀ ଜମି ଅକ୍ତିଆରକୁ ନେଇ ସାନୁ ଓ ଚିତ୍ତରଞ୍ଜନଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। କିଛିଦିନ ପୂର୍ବରୁ ସାନୁଙ୍କ ବଡ଼ଭାଇ ମଧ୍ୟ ସମାନ ଷ୍ଟାଇଲରେ ଦୁର୍ଘଟଣାରେ ଆହତ ହୋଇଥିଲେ। ଏହା ମଧ୍ୟ ହତ୍ୟା ଷଡଯନ୍ତ୍ର ଥିଲା ବୋଲି ଚର୍ଚ୍ଚା ଜୋର ଧରିଛି। ଏସ୍‌ଡିପିଓ ତୋଫାନ୍‌ ବାଗଙ୍କୁ ପଚାରିବାରୁ ଆର୍‌ଟିଓ ଅଫିସ ଦୁର୍ଘଟଣା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତ ଚିତ୍ତରଞ୍ଜନଙ୍କୁ ପୋଲିସ ହେପାଜତରେ ଏକ ନର୍ସିଂହୋମ୍‌ର ରଖି ଚିକିତ୍ସା କରୁଛି। ଅନ୍ୟ ଦୁଇ ସନ୍ଦିଗ୍ଧଙ୍କୁ ଏ ନେଇ ପଚରାଉଚରା କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri