ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ଏଥର ପୂଜାମଣ୍ଡପ ଜଗିବ ସିସିଟିଭି, ଶୃଙ୍ଖଳା ରକ୍ଷା ନ କଲେ…

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ପୋଲିସ ପୂଜା ଉପଲକ୍ଷେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଶାନ୍ତିଶୃଙ୍ଖଳାର ସହ ପୂଜା ସମାପନ ହେବା ନେଇ ଏଥର ଜିଲାର ସମସ୍ତ ପୂଜାମଣ୍ଡପରେ ସିସିଟିଭି ଲାଗିବାକୁ ପୋଲିସ ପ୍ରଶାସନ ନିଷ୍ପତ୍ତି ନେଇଥିବା କନ୍ଧମାଳ ଏସ୍‌ପି ହରିଶ ବିଶି କହିଛନ୍ତି। ସେ କହିଛନ୍ତି, ଦାରିଙ୍ଗବାଡ଼ିରେ ହେବାକୁ ରହିଥିବା ଦଶହରା ପୂଜା ଓ ଗଜଲଷ୍ମୀ ପୂଜା ମଣ୍ଡପରେ ଲାଗିବ ସିସି କ୍ୟାମେରା ଏନେଇ ପୂଜା କମିଟିର କର୍ମକର୍ତ୍ତାଙ୍କୁ ଡିଏସପି ତଥା ଦାରିଙ୍ଗବାଡ଼ି ଥାନା ଅଧିକାରୀ କନକ ମାଝୀ ନିର୍ଦ୍ଦେଶ ଦେଉଛନ୍ତି। ସିସି କ୍ୟାମେରା ମଣ୍ଡପ ଭିତରେ ଯେଉଁଠି ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି ସେଠି କ୍ୟାମେରା ଖଞ୍ଜା ଯିବା ସହ ମଣ୍ଡପ ବାହାରେ ମଧ୍ୟ କ୍ୟାମେରା ଲାଗିବ ଏହା ଦ୍ୱାରା ଶୃଙ୍ଖଳିତ ଦର୍ଶନ ହେବା ସହ ବିଶେଷ କରି ମହିଳାମାନଙ୍କ ସାମାଜିକ ସୁରକ୍ଷାକୁ ପୋଲିସ କଡ଼ାକଡ଼ି ଭାବେ ପଦକ୍ଷେପ ନେଉଥିବା ଜଣାପଡ଼ିଛି। ବିଭିନ୍ନ ଛକରେ ପୋଲିସ ଅଫିସର ନିୟୋଜିତ କରାଯିବା ସହ ସଶସ୍ତ୍ର ପୋଲିସ ବାହିନୀ ଲୋକଙ୍କୁ ସୁରକ୍ଷା ଦେବେ ଦାରିଙ୍ଗବାଡ଼ିର ଚାରି ଛକରେ ଦୁର୍ଗାପୂଜା ବଡ଼ ଧୂମ୍‌ଧାମରେ ପାଳନ ହେବାକୁ ରହିଥିବା ବେଳେ ଦୁର୍ଗା ପୂଜା ସରିବା ପରେ ଗଜଲଷ୍ମୀ ପୂଜା ସେହି ସ୍ଥାନରେ ପାଳନ ହେବାକୁ ରହିଛି ସେହିପରି ଦାରିଙ୍ଗବାଡ଼ିର ଅନ୍ୟ ସ୍ଥାନ ତୁଡୁକିବାଡ଼ି ସାହିରେ ମଧ୍ୟ ଚଳିତ ଥର ଗଜଲକ୍ଷ୍ମୀ ପୂଜା ମହା ଆଡ଼ମ୍ବରରେ ହେବାକୁ ରହିଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଇଛି।

ସେହିପରି ସିମନବାଡ଼ିରେ ମଧ୍ୟ ଚଳିତଥର ୩୭ ତମ ଦୁର୍ଗାପୂଜା ହେବାକୁ ଯାଉଛି। ଏଥି ପାଇଁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ପୋଲିସ ଅଫିସର ଅର୍ଜୁନ ଶବରଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ବାହିନୀ ପୂଜା ମଣ୍ଡପ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ନିୟୋଜିତ ହୋଇଥିବା ଡିଏସ୍‌ପି କହିଛନ୍ତି। ସେଠାରେ ମଧ୍ୟ ସିସି କ୍ୟାମେରା ବ୍ୟବସ୍ଥା କରାଯିବା ସହ ରାତି ୧୦ଟା ପରେ ସମସ୍ତ ପୂଜା ମଣ୍ଡପରେ ଶବ୍ଦ ପ୍ରଦୂଷଣକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପୂଜା କମିଟି ପୋଲିସର ନିର୍ଦ୍ଦେଶକୁ ଅବମାନନା କରିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସ୍‌ପି କନକ ମାଝୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri