Posted inଜାତୀୟ

୧୦୦ କୋଟି ବଟି ଆଦାୟ ମାମଲାର ଯାଞ୍ଚ୍‌ କରିବ ସିବିଆଇ: ହାଇକୋର୍ଟ

ମୁମ୍ବାଇ,୫।୪: ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଆବେଦନ ଉପରେ ବିଚାର କରି ହାଇକୋର୍ଟ ସୋମବାର ବଡ଼ ଫଇସଲା ଶୁଣାଇଛନ୍ତି। ୧୦୦କୋଟି ଟଙ୍କାର ବଟି ଆଦାୟ ମାମଲାର ଯାଞ୍ଚ୍‌ ଏଣିକି ସିବିଆଇ କରିବ ବୋଲି କୋର୍ଟ କହିଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗର ବିଚାର କରି କୋର୍ଟ କହିଛନ୍ତି ଯେ, ଏନେଇ ମାମଲା ଦାଏର କରାଯାଇଛି। ପୋଲିସ ଏହାର ତଦନ୍ତ ଆରମ୍ଭ କରିବ। ତେବେ ପୋଲିସ ତଦନ୍ତ ପରେ ମାମଲା ସିବିଆଇ ହାତକୁ ଯିବ। କୋର୍ଟ କହିଛନ୍ତି ଯେ, ଅନୀଲ ରାଜ୍ୟର ଗୃହମନ୍ତ୍ରୀ। ତେଣୁ ମାମଲାର ନିରପେକ୍ଷ ଯାଞ୍ଚ୍‌ ଜରୁରୀ। ସୂଚନାଯୋଗ୍ୟ, କୋର୍ଟଙ୍କ ଫଇସଲା ଆଧାରରେ ଆସନ୍ତା ୧୫ ଦିନ ମଧ୍ୟରେ ସିବିଆଇ ନିର୍ଦ୍ଦେଶକଙ୍କୁ ମାମଲା ହସ୍ତାନ୍ତର କରାଯିବ। ଅନୀଲଙ୍କ ବିରୋଧରେ ପ୍ରମାଣ ମିଳିଲେ ଏନେଇ ସିବିଆଇ ପକ୍ଷରୁ ମାମଲା ଦାଏର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ପୂରିଲା ୧୩୫ ଦିନ: ସାମାନ୍ୟ ଅସାବଧାନତା ନେଇପାରେ ଅନେକଙ୍କ ଜୀବନ !

ନୂଆଦିଲ୍ଲୀ,୧୬।୬: କରୋନା ଭାଇରସକୁ ଏକ ଅଜଣା ବିଶ୍ୱାସଘାତୀ ଶତ୍ରୁ ବୋଲି କହି ଭାରତୀୟ ବିଶେଷଜ୍ଞମାନେ କହିଛନ୍ତି ସାମାନ୍ୟ ଅବହେଳା ପରିସ୍ଥିତିକୁ ଆହୁଳି ଜଟିଳ କରିଦେଇପାରେ। ଦେଶରେ...

ମୋଦି ପାକିସ୍ତାନର ଦୂତ: ମମତା

ସିଲିଗୁଡି,୩।୧: ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ସଲିଗୁଡିରେ ପୁଣି ଏକ ରାଲି କରିଛନ୍ତି। ରାଲିକୁ...

ମାରପିଟ ଅଭିଯୋଗରେ ଏଏପି ନେତା ସୋମନାଥଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ, ୨୩।୧: ମାରପିଟ ଅଭିଯୋଗରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ନେତା ସୋମନାଥ ଭାରତୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ରାଉଜ୍‌ ଆଭେନ୍ୟୁ କୋର୍ଟଙ୍କ ପକ୍ଷରୁ...

ଟ୍ରମ୍ପ-ମୋଦିଙ୍କ ରୋଡ ଶୋ’ରେ ହାଇଟେକ୍‌ ସିକ୍ୟୁରିଟି: ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଅନୁମତି!

ଅହମଦାବାଦ,୨୧।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜରାଟ ଅହମଦାବଦରେ ଅନୁଷ୍ଠିତ ରୋଡ ଶୋ’କୁ ନେଇ ଆସୁଛି ନୂଆ...

ଭୂମି ପୂଜନରେ କରୋନା ନେଗେଟିଭ୍‌ ଅତିଥି ହେବେ ସାମିଲ୍‌

ଅଯୋଧ୍ୟା, ୩।୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଅତିଥିଙ୍କ ପାଖକୁ ନିମନ୍ତ୍ରଣ କାର୍ଡ ପଠାଯାଇଛି। ତେବେ...

ନା ଥିଲେ ବ୍ରାହ୍ମଣ ନା ଥିଲା ହୋମ ନିଆଁ, ଏମିତି ଶପଥ ନେଇ ବିବାହ କଲେ ବରକନ୍ୟା; ଜାଣିଲେ କରିବେ ପ୍ରଶଂସା

ଭୋପାଳ,୧୯ା୭: ମଧ୍ୟପ୍ରଦେଶର ସିହୋରରେ ଏକ ନିଆରା ବିବାହ ସମ୍ପନ୍ନ ହୋଇଛି। ନା ଅଗ୍ନିକୁ ସାକ୍ଷୀ ରଖି, ନା ମନ୍ତ୍ରପାଠ, ନା ହୋମ, ବ୍ରାହ୍ମଣ କିଛି ବି...

ଉପନିର୍ବାଚନ ଫଳାଫଳ ପରେ ବହୁମତ ପାଇଁ ୟେଦୁରପ୍ପା ସରକାର ଆବଶ୍ୟକ କରିବେ ୬ ବିଧାୟକଙ୍କ ସମର୍ଥନ

ବେଙ୍ଗାଲୁରୁ,୧୩।୧୧: କର୍ନାଟକର ୧୫ଟି ବିଧାନସଭା ଆସନରେ ଡିସେମ୍ବର ୫ରେ ଉପନିର୍ବାଚନ ହେବ। ସମ୍ପ୍ରତି କର୍ନାଟକରେ ମୋଟ ବିଧାୟକ ସଂଖ୍ୟା ୨୦୭ ରହିଛି। ସରକାର ଗଠନ ପାଇଁ...

ଦିଲ୍ଲୀରୁ ଜୈଶ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ, ୧୮।୫: ଦିଲ୍ଲୀରୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌)ର ସଦସ୍ୟ ଜନ୍‌ ମହମ୍ମଦ ଦର୍‌ଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଘର ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ।...

Advertisement
Archives

Model This Week