Posted inଜାତୀୟ

କଂଗ୍ରେସ ନେତା ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ

ବେଙ୍ଗାଲୁରୁ, ୫।୧୦: କର୍ନାଟକ କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ଡି.କେ. ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବାରୁ ଏହି ଚଢ଼ାଉ କରାଯାଉଥିବା କୁହାଯାଉଛି। ବେଙ୍ଗାଲୁରୁର କନକପୁରା ବିଧାନସଭା କ୍ଷେତ୍ରର ସଦାଶିବ ନଗର ସ୍ଥିତ ହୋଡ୍ଡୁଲାହଲି ଗାଁରେ ଶିବକୁମାରଙ୍କ ବାସ ଭବନରେ ସୋମବାର ସକାଳ ୬ଟାରେ ଚଢ଼ାଉ କରାଯାଇଛି। ଆୟ ତୁଳନାରେ ଅଧିକ ସମ୍ପତ୍ତି ନେଇ ଗତ ୨ ବର୍ଷ ଧରି ଇଡ଼ି ଏବଂ ଆୟକର ବିଭାଗ ପକ୍ଷରୁ ଶିବକୁମାରଙ୍କ ସମ୍ପତ୍ତି କାଗଜପତ୍ର ଯାଞ୍ଚ୍‌ କରାଯାଉଛି। ତେବେ ସମ୍ପତ୍ତି ପରିମାଣ ସମ୍ପର୍କରେ ସଠିକ୍‌ ତଥ୍ୟ ହାସଲ ଲାଗି ଚଢ଼ାଉ କରାଯାଉଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଶିବକୁମାରଙ୍କ ଭାଇ ଡି.କେ. ସୁରେଶ ଏବଂ ନିକଟତମ ସହଯୋଗୀ ଇକବାଲ୍‌ ହୁସେନ୍‌ଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ମୋଟ ୧୫ଟି ସ୍ଥାନରେ ଏକା ସମୟରେ ଚଢ଼ାଉ କରାଯାଇଥିବା ସିବିଆଇ ପକ୍ଷରୁ କୁହାଯାଇଛି। ଏହି ସମୟରେ ୫୦ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭେଣ୍ଟିଲେଟରରେ ଅଜିତ୍‌ ଯୋଗୀ

ରାୟପୁର,୯।୫: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ହୃଦ୍‌ଘାତ ଯୋଗୁ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ରାୟପୁରର ଶ୍ରୀ ନାରାୟଣ ହସ୍ପିଟାଲରେ ଭର୍ତ୍ତି...

ବାହାଘରରେ ନାଚୁ ନାଚୁ ହଠାତ୍‌ ଟଳିପଡିଲେ ଯୁବକ, ଆଉ ତା’ପରେ

ହାଇଦ୍ରାବାଦ,୨୭।୨: ଭାରତରେ କରୋନା ପରେ ହୃଦଘାତ ଏବଂ କାର୍ଡିଆକ୍‌ ଆରେଷ୍ଟ ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶେଷ କରି ଯୁବକମାନଙ୍କ ମଧ୍ୟରେ ଏହା ବେଶୀ...

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯: ଭେଣ୍ଟିଲେଟରରେ ୨

ମୁମ୍ବାଇ,୧୯।୩: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବେଳକୁ ବେଳ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୪୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଗୁରୁବାର ସୂଚନା ଦେଇଛନ୍ତି...

ପବ୍ଲିକ ହେଲ୍‌ଥରେ ଅଧିକ ନିବେଶ ହେବ

ନୂଆଦିଲ୍ଲୀ,୧୮।୫: ପବ୍ଲିକ୍‌ ହେଲ୍‌ଥ ସିଷ୍ଟମରେ ସରକାର ଅଧିକ ପୁଞ୍ଜି ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଥିବା ସ୍ବାସ୍ଥ୍ୟସେବା ଯୋଗାଣ କରୁଥିବା ଅନୁଷ୍ଠାନଗୁଡିକରେ...

ଖାଇବା ତେଲ: କମୁନି ଦର

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯(ବ୍ୟୁରୋ): ମୁଣ୍ଡ ଉପରେ ଭୋଟ ଥିଲେ ଜରୁରୀ ସାମଗ୍ରୀଗୁଡ଼ିକର ଆକାଶଛୁଆଁ ଦରଦାମ୍‌ ଶାସକ ଦଳର ବିଜୟ ଆଶାକୁ ମଳିନ କରିଦିଏ। ଉତ୍ତର ପ୍ରଦେଶ ସମେତ ୫...

ପରାଜୟ ପରେ କାର୍ଯ୍ୟକର୍ତ୍ତାଙ୍କୁ ବିଦା କଲେ ମାୟାବତୀ

ଲକ୍ଷ୍ନୌ,୩ା୬(ଆଇଏଏନ୍‌ଏସ୍‌): ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ୬ ରାଜ୍ୟର ନିର୍ବାଚନ ସଂଯୋଜକ ଏବଂ ଦୁଇ ରାଜ୍ୟର ବିଏସ୍‌ପି ସଭାପତିଙ୍କୁ...

୩୦ ବର୍ଷ ପରେ ଭାରତଠାରୁ ଚାଉଳ କିଣିଲା ଚାଇନା

ମୁମ୍ବାଇ,୩।୧୨: ସୀମା ବିବାଦ ସତ୍ତ୍ୱେ ଏବେ ଭାରତ- ଚାଇନା ସମ୍ପର୍କରେ ସାମାନ୍ୟ ସୁଧାର ଆସିଛି। ଦୀର୍ଘ ୩୦ ବର୍ଷ ପରେ ଚାଇନା ପ୍ରଥମ ଥର ଭାରତରୁ...

ରାହୁଲଙ୍କୁ ଭେଟିଲେ ନୀତୀଶ: ୫୦ମିନିଟ୍‌ ଧରି ଚାଲିଲା ଆଲୋଚନା

ନୂଆଦିଲ୍ଲୀ,୫।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ନୀତୀଶ କୁମାର କଂଗ୍ରେସ ନେତା ରାହୁଲ...

Advertisement
Archives

Model This Week