Posted inଜାତୀୟ

ନ୍ୟାୟପାଳିକାକୁ ସାହାଯ୍ୟ କରୁନି ସିବିଆଇ

ନୂଆଦିଲ୍ଲୀ,୭ା୮: ବିଚାରପତିମାନଙ୍କୁ ବ୍ୟକ୍ତିଗତ ଭାବେ ଧମକ ଦିଆଯାଉଛି, ହ୍ବାଟ୍ସଆପ୍‌ ତଥା ଫେସ୍‌ବୁକ୍‌ରେ ମଧ୍ୟ ଦୁର୍ବ୍ୟବହାରପୂର୍ଣ୍ଣ ମେସେଜ୍‌ ପଠାଯାଉଛି। କିନ୍ତୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ଗୋଇନ୍ଦା ବ୍ୟୁରୋ(ଆଇବି) କିମ୍ବା ପୋଲିସ ନ୍ୟାୟପାଳିକାକୁ ଆଦୌ ସାହାଯ୍ୟ କରୁନାହାନ୍ତି। ଏପରି କି ଏଭଳି ଅଭିଯୋଗ ଆଣିବା ଲାଗି ବିଚାରପତିମାନଙ୍କ ସ୍ବାଧୀନତା ମଧ୍ୟ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାସହ ନ୍ୟାୟିକ ଅଧିକାରୀମାନଙ୍କୁ କେଉଁ ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଉଛି ସେନେଇ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ସମସ୍ତ ରାଜ୍ୟକୁ ଶୀର୍ଷ ଅଦାଲତ ନୋଟିସ କରିଛନ୍ତି।
ଗତ ଜୁଲାଇ ୨୮ରେ ଝାଡ଼ଖଣ୍ଡର ଧାନବାଦ ଜିଲା ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦ ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ପଛପଟୁ ଏକ ଅଟୋ ଧକ୍କା ଦେଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ସିବିଆଇକୁ ନୋଟିସ କରିଛନ୍ତି। ତେବେ ଏନେଇ ଏକ ୨୨ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଛି। ଉତ୍ତମ ଆନନ୍ଦଙ୍କୁ ଧକ୍କା ଦେଇଥିବା ଅଟୋରିକ୍ସାର ୨ ଡ୍ରାଇଭରଙ୍କୁ ଏସ୍‌ଆଇଟି ଗିରଫ କରିଛି। ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି ବୋଲି ଝାଡ଼ଖଣ୍ଡ ସରକାରଙ୍କ ଆଡ୍‌ଭୋକେଟ୍‌ ଜେନେରାଲ ରାଜୀବ ରଞ୍ଜନ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ। ଏନେଇ ଖଣ୍ଡପୀଠ କହିଥିଲେ, ତେବେ ଆପଣ ନିଜ ହାତ ଧୋଇଦେଇଛନ୍ତି? ଝାଡ଼ଖଣ୍ଡରେ ଥିବା ବିଚାରପତିମାନଙ୍କୁ ସେମାନଙ୍କ ବାସଭବନରେ କେଉଁ ପ୍ରକାର ସୁରକ୍ଷା ଦିଆଯାଇଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।
ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ କହିଥିଲେ, ଗ୍ୟାଙ୍ଗ୍‌ଷ୍ଟର ଓ ହାଇପ୍ରୋଫାଇଲ୍‌ ବ୍ୟକ୍ତିମାନେ ଜଡ଼ିତ ଥିବା ଅନେକ ମାମଲା ବିଚାରାଧୀନ ରହିଛି। ସେଗୁଡ଼ିକର ଶୁଣାଣି କରୁଥିବା ବିଚାରପତିମାନେ ଧମକ ଓ ଅପମାନଜନକ ମେସେଜ୍‌ ପାଉଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ। ଏହି ପ୍ରସଙ୍ଗରେ ସେ ଏକ ଲିଖିତ ଜବାବ ଦାଖଲ କରିବେ। ଖଣ୍ଡପୀଠ କହିଥିଲେ, ଗୋଟିଏ କି ଦୁଇଟି ସ୍ଥାନରେ କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୁଃଖର କଥା ଯେ, ଗତ ବର୍ଷେରୁ ଅଧିକ ସମୟ ଧରି ସିବିଆଇ କିଛି କରିନାହିଁ। ସିବିଆଇର ମାନସିକତାରେ ପରିବର୍ତ୍ତନ ଆସିବ ବୋଲି ଆମେ ମନେକରିଥିଲୁ। ତେବେ ସେମିତି କିଛି ପରିବର୍ତ୍ତନ ଦେଖିବାକୁ ପାଇନାହୁଁ। ଏକଥା କହିବାକୁ ଦୁଃଖ ଲାଗୁଛି, କିନ୍ତୁ ଏହା ହିଁ ସ୍ଥିତି ବୋଲି ସିଜେଆଇ କହିଛନ୍ତି। ଏହାସହ ଖଣ୍ଡପୀଠ ବେଣୁଗୋପାଳଙ୍କୁ କହିଥିଲେ, ହାଇପ୍ରୋଫାଇଲ ବ୍ୟକ୍ତିମାନେ ସମ୍ପୃକ୍ତ ଥିବା ଆପରାଧିକ ମାମଲାଗୁଡ଼ିକରେ ସେମାନେ ନିଜ ଆଶା ଅନୁସାରେ କୋର୍ଟ ଅର୍ଡର ନ ପାଇଲେ ନ୍ୟାୟପାଳିକାକୁ ବଦନାମ କରିଥାଆନ୍ତି। ଦେଶରେ ଏଭଳି ଟ୍ରେଣ୍ଡ ବଢ଼ିବା ଦୁର୍ଭାଗ୍ୟର ବିଷୟ। ଏଭଳି ଧମକ ପାଇଲେ ମଧ୍ୟ ବିଚାରପତିମାନଙ୍କ ଅଭିଯୋଗ କରିବା ସ୍ବାଧୀନତା ନାହିଁ। ଏପରି କି ଅଭିଯୋଗ କରାଗଲେ ସୁଦ୍ଧା ପୋଲିସ କିମ୍ବା ସିବିଆଇ ନ୍ୟାୟପାଳିକାକୁ ସାହାଯ୍ୟ କରୁନାହାନ୍ତି। ଝାଡ଼ଖଣ୍ଡ ମାମଲାର ଶୁଣାଣି ସୋମବାର କରାଯିବ। ଏବେ ସିବିଆଇକୁ ନୋଟିସ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସମୁଦ୍ର ତଳେ ‘ଡ୍ରାଗନ’ର ଚକ୍ରବ୍ୟୁହ, ପନଡୁବ୍ବି ଯୁଦ୍ଧ ପାଇଁ ସଜବାଜ ହେଉଛି ଚାଇନା; ଆମେରିକାର ହଜିଲା ନିଦ!

ବେଜିଂ,୨୫।୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବେ ଏକ ନୂଆ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି। ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତରେ…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri