ଶିଶୁକନ୍ୟା ଜନ୍ମଦେଲେ ନାବାଳିକା

ଅନୁଗୋଳ ଅଫିସ, ୭।୮: ନାବାଳିକାଙ୍କ ଗର୍ଭରେ ବଢୁଥିଲା ସନ୍ତାନ। ହେଲେ ଏ କଥା ଜାଣି ନ ଥିଲେ ପରିବାର ସଦସ୍ୟ। ହଠାତ୍‌ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ଟ୍ୟୁମର ହୋଇଥିବା ସନ୍ଦେହରେ ଘର ଲୋକେ ତାଙ୍କୁ ନେଇ ଯାଉଥିଲେ ଡାକ୍ତରଖାନା। ହେଲେ ରାସ୍ତାରେ ଅଟୋରିକ୍ସାରେ ନାବାଳିକା ଜଣକ ପ୍ରସବ କଲେ ଏକ କନ୍ୟା ସନ୍ତାନ। ଗୋପନ ପ୍ରେମ ଏବଂ ଶାରୀରିକ ସମ୍ପର୍କରୁ ସମ୍ପୃକ୍ତ ସେ କୁଆଁରୀ ମା’ ସାଜିଥିବା ଚର୍ଚ୍ଚା ଜୋର୍‌ ଧରିଛି। ଅନୁଗୋଳ ଜିଲାରେ ଶୁକ୍ରବାର ଘଟିଥିବା ଏଭଳି ଏକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଅଞ୍ଚଳର ସମ୍ପୃକ୍ତା ନାବାଳିକା ଜଣକ ଶୁକ୍ରବାର ସକାଳେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ସମ୍ପର୍କୀୟମାନେ ତାଙ୍କୁ ଏକ ଅଟୋରିକ୍ସାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିବାବେଳେ ରାସ୍ତାରେ ପ୍ରସବ ହୋଇଥିଲା। ଏହା ଦେଖିବା ପରେ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କାରଣ ଟ୍ୟୁମର ପାଇଁ ଝିଅ ପେଟରେ ଯନ୍ତ୍ରଣା ହେଉଥିବା ସେମାନେ ଅନୁମାନ କରିଥିଲେ। ପରେ ମା’ ଏବଂ ଶିଶୁଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇଜଣଙ୍କ ଚିକିତ୍ସା ଚାଲିଥିବାବେଳେ ଉଭୟ ସୁସ୍ଥ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ଅନ୍ୟପଟେ ନାବାଳିକା ଜଣକ ବାରମ୍ବାର ଘରକୁ ଚାଲିଯିବା ପାଇଁ ଜିଦ୍‌ କରୁଥିବାରୁ ତାଙ୍କୁ କଡ଼ା ସୁରକ୍ଷା ଭିତରେ ରଖାଯାଇଛି। ଘଟଣା ସମ୍ପର୍କରେ ନାବାଳିକା ମୁହଁ ଖୋଲୁନାହାନ୍ତି। ପରିବାର ପକ୍ଷରୁ ଥାନାରେ ଅଭିଯୋଗ ମଧ୍ୟ ହୋଇନାହିଁ। ତେଣୁ ପୋଲିସ ଘଟଣା ସମ୍ପର୍କରେ ଅବଗତ ଥିଲେ ମଧ୍ୟ ତଦନ୍ତ ଆରମ୍ଭ କରିନାହିଁ। ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଟାଉନ୍‌ ଥାନାକୁ ମୌଖିକ ଭାବେ ଅବଗତ କରାଯାଇଥିବାବେଳେ ଅନୁଗୋଳ ପୋଲିସ ଜରପଡ଼ା ଥାନାକୁ ଘଟଣା ବିଷୟରେ ସୂଚିତ କରାଇଛି। ନାବାଳିକାଙ୍କ ଚିକିତ୍ସାରେ ନିୟୋଜିତ ଜଣେ ଡାକ୍ତର କହିଛନ୍ତି, କନ୍ୟା ସନ୍ତାନ ପ୍ରସବ କରିଥିବା ଝିଅଙ୍କୁ ଦେଖିଲେ ସେ ନାବାଳିକା ବୋଲି ଜଣାପଡୁଛନ୍ତି। ପୋଲିସ ତଦନ୍ତରୁ ଏହାର ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri