ବିବନଙ୍କ ବିରୋଧରେ ସିବିଆଇର ଚାର୍ଜଶିଟ୍‌

ଭୁବନେଶ୍ୱର,୧୩।୫(ବ୍ୟୁରୋ):ଦୀର୍ଘ ୨୨ବର୍ଷ ତଳର ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ବିରୋଧରେ ସିବିଆଇ ବୁଧବାର ଚାର୍ଜଶିଟ ଦାଖଲ କରିଛି। ସ୍ବତନ୍ତ୍ର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ସିଜେଏମ୍‌) କୋର୍ଟରେ ତଦନ୍ତକାରୀ ଟିମ୍‌ ୨୬ପୃଷ୍ଠାର ସପ୍ଲିମେଣ୍ଟାରି ଚାର୍ଜଶିଟ୍‌ ଦାଖଲ କରିଛି। ଏଥିସହିତ ସିବିଆଇ ଗଣବଳାତ୍କାର ମାମଲାର ତଦନ୍ତ ଶେଷ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତିଙ୍କ ବିରୋଧରେ କୋର୍ଟରେ ପୂର୍ବରୁ ଚାର୍ଜଶିଟ ଦାଖଲ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ଥିବାରୁ ତାଙ୍କ ବିରୋଧରେ ଚାର୍ଜଶିଟ ଦାଖଲ ହୋଇପାରି ନ ଥିଲା। ଅନ୍ୟପକ୍ଷରେ ଯେଉଁ ଷଡ଼ଯନ୍ତ୍ରକାରୀଙ୍କ ପ୍ରରୋଚନାରେ ଅଭିଯୁକ୍ତମାନେ ତାଙ୍କୁ ବଳାତ୍କାର କରିଥିଲେ ସେମାନଙ୍କ ନାମ ସିବିଆଇ ଚାର୍ଜଶିଟରେ ଉଲ୍ଲେଖ କରିଥିବା ଆବଶ୍ୟକ ବୋଲି ଅଞ୍ଜନା କହିଛନ୍ତି। ଯଦି ଷଡ଼ଯନ୍ତ୍ରକାରୀଙ୍କ ନାମ ଚାର୍ଜଶିଟ୍‌ରେ ଉଲ୍ଲେଖ ନ ଥିବ ତେବେ ତାଙ୍କୁ ପ୍ରକୃତ ନ୍ୟାୟ ମିଳିପାରିବ ନାହିଁ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ଦୀର୍ଘ ୨୨ବର୍ଷ ଧରି ଫେରାର ଥିବା ବିବନଙ୍କୁ ଗତ ଫେବୃୟାରୀ ୨୨ରେ କମିଶନରେଟ ପୋଲିସ ଅପରେଶନ୍‌ ‘ସାଇଲେଣ୍ଟ-ଭାଇପର’ ମାଧ୍ୟମରେ ପୁଣେର ଆମ୍ବିଭ୍ୟାଲିରୁ ଗିରଫ କରି ସିବିଆଇକୁ ହସ୍ତାନ୍ତର କରିଥିଲା। ବିବନଙ୍କୁ ନିଜ ହେପାଜତକୁ ନେବା ପରେ ସିବିଆଇ ଘଟଣାର ତଦନ୍ତ କରିଥିଲା। ଏପରି କି ବିବନଙ୍କୁ ଗିରଫ କରାଯାଇଥିବା ଆମ୍ବିଭ୍ୟାଲି ଯାଇ ସେଠାରେ ତାଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିଥିଲା। ମାର୍ଚ୍ଚ ୩ରେ ଝାରପଡ଼ା ଜେଲରେ ବିବନଙ୍କ ଟିଆଇ ପରେଡ୍‌ କରାଯାଇଥିଲା। ୧୦ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୀଡ଼ିତା ଅଞ୍ଜନା ଓ ଘଟଣା ଦିନ ତାଙ୍କ ସହ ଯାଉଥିବା ଡ୍ରାଇଭର ବିବନଙ୍କୁ ଚିହ୍ନଟ କରିଥିଲେ। ପରେ ବିବନଙ୍କୁ ସିବିଆଇ ୨ଦିନିଆ ରିମାଣ୍ଡରେ ନେଇ ୨୨ବର୍ଷ ତଳର ଘଟଣାର ଟିକ୍‌ନିଖ୍‌ ଖୋଳତାଡ଼ କରିବା ସହ କ୍ରାଇମ୍‌ସିନ ରିକ୍ରିଏଟ୍‌ କରିବା ପାଇଁ ଅଞ୍ଜନାଙ୍କୁ ଯେଉଁସ୍ଥାନରେ ବଳାତ୍କାର କରାଯାଇଥିଲା ସେଠାକୁ ବିବନଙ୍କୁ ନିଆଯାଇଥିଲା। ପରବର୍ତ୍ତୀ ସମୟରେ ସିବିଆଇ ଅଞ୍ଜନାଙ୍କ ପାଖରେ ଥିବା ତଥ୍ୟ ନେବା ସହ ବିବନଙ୍କ ଘର ଲୋକଙ୍କୁ ମଧ୍ୟ ପଚରାଉଚରା କରିଥିଲା। ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ଼ ସରିବା ପରେ ବୁଧବାର ସିବିଆଇ ଚାର୍ଜଶିଟ୍‌ ଦାଖଲ କରିଛି। ୧୯୯୯ ଜାନୁୟାରୀ ୯ରେ ଅଞ୍ଜନାଙ୍କୁ ଗଣ ବଳାତ୍କାର କରାଯିବା ଘଟଣାରେ ସିବିଆଇ ତଦନ୍ତ ଭାର ନେଇଥିଲା। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରଦୀପ ଏବଂ ଧୀରେନ୍ଦ୍ରଙ୍କୁ ଗିରଫ କରି ୧୯୯୯ ମେ ୫ରେ ଉଭୟଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା। ପରେ ୨୦୦୨ରେ ଖୋର୍ଦ୍ଧା ଜିଲା ଜଜ୍‌ ପ୍ରଦୀପ ଏବଂ ଧୀରେନ୍ଦ୍ରଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳି: ପାଣ୍ଡରାସିଙ୍ଗାରେ ରାସ୍ତାରୋକ, ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା

ଗଣିଆ,୧୫।୬: ନୟାଗଡ଼ ଜିଲାର ଗଣିଆ ଅଞ୍ଚଳରେ ଗ୍ୟାରେଜ ମାଲିକ ରବୀନ୍ଦ୍ରଙ୍କ ହତ୍ୟା ଘଟଣାକୁ ନେଇ ସୋମବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଣ୍ଟିଲୋ–ଗଣିଆ ମୁଖ୍ୟ ରାସ୍ତାର ପାଣ୍ଡରାସିଙ୍ଗା…

ପୋଖରୀର ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ

ମହାକାଳପଡ଼ା,୧୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛେଲା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ମହିଳାମାନେ ପାନୀୟଜଳ ସମସ୍ୟା ଯୋଗୁ ଗଡ଼ିଆ, ପୋଖରୀର…

୧୮ରେ ଖୋଲିବ ସ୍କୁଲ; ଖରା ବଢ଼ିଲେ ପୁନର୍ବିଚାର…

ଭୁବନେଶ୍ୱର,୧୫।୬: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ସ୍କୁଲ ଖୋଲିବା ନ ଖୋଲିବା ଚର୍ଚ୍ଚା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ମସ୍ପଷ୍ଟ କରିଛନ୍ତି।…

କେନାଲ ଗଛରେ ଝୁଲୁଛି ମେଡିକାଲ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର-ଗୋପିନାଥପୁର କେନାଲ ନିକଟସ୍ଥ ଏକ ଗଛରୁ ସୋମବାର ଜଣେ ମେଡିକାଲ କର୍ମଚାରୀଙ୍କ ଝୁଲନ୍ତା ମୃତ…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri