ଜୈବିକ ପଦ୍ଧତିରେ ଆଦିବାସୀଙ୍କ ଫୁଲକୋବି ଚାଷ

ସୁନ୍ଦରଗଡ଼, ୧୧।୩(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲାର ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକାରର ପନିପରିବା ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ସେଥିମଧ୍ୟରେ ଫୁଲ କୋବି ହେଉଛି ଏକ ପ୍ରମୁଖ ଚାଷ। ଆଦିବାସୀ ଚାଷୀମାନେ ଏହାକୁ ଜୈବିକ ପଦ୍ଧତିରେ କରୁଥିବାରୁ ବଜାରରେ ଏହି ଫୁଲ କୋବିର ଭଲ ଚାହିଦା ରହିଛି। ଏହାକୁ ବିକ୍ରି କରି ଚାଷୀମାନେ ବିଶେଷ ଲାଭବାନ ହେଉଛନ୍ତି।
ରାଜ୍ୟ ସରକାରଙ୍କ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଅଧୀନରେ ଫୁଲ କୋବି ଚାଷ କରାଯାଉଛି। ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଏଥିପାଇଁ ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ଆଦିବାସୀ ବର୍ଗର ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ‘ମିଶନ ଜୀବିକା’ ଅଧୀନରେ କୃଷି ଓ ଉଦ୍ୟାନ କୃଷି ଭିତ୍ତିକ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଇ ଚାଷୀମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଛି ବୋଲି ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ କହିଛନ୍ତି।
ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ମୋଟ ୯ଟି ବ୍ଲକ ରହିଛି। ତା’ ଭିତରୁ ୩ଟି ବ୍ଲକ ବାଲିଶଙ୍କରା, ହେମଗିର ଏବଂ କୁତ୍ରାରେ ଫୁଲ କୋବି ଚାଷ କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୨୫୦ ଏକର ଜମିରେ ୩୧୫ ଜଣ ଚାଷୀ ଏହି ାବି ଅମଳ ହେବା ପରେ ଚାଷୀମାନେ ଏହାକୁ ପାଖ ବଜାରରେ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରିପାରୁଛନ୍ତି। ଏଥର ଫୁଲ କୋବି ଫସଲ ଭଲ ହୋଇଛି। ବଜାରରେ ଏହା ଭଲ ଦରରେ ବିକ୍ରି ହେଉଛି। ଭଲ ବିହନ ମିଳିଥିବାରୁ ଫୁଲ କୋବି ଉତ୍ପାଦନ ମଧ୍ୟ ଭଲ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଫୁଲକୋବିରୁ ଅଧିକ ଲାଭ ମିଳିଛି ବୋଲି କୁତ୍ରା ବ୍ଲକର ଜଣେ ଚାଷୀ ହାରୁନ ବରୁଆ କହିଛନ୍ତି।
ଫୁଲକୋବି ଚାଷ ପାଇଁ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ଚାଷୀମାନଙ୍କୁ ମାଗଣାରେ ବିହନ ଏବଂ ଜୈବିକ ସାର ଦିଆଯାଉଛି। ତା’ଛଡ଼ା ମିଶନ ଜୀବିକାର ବିଶେଷଜ୍ଞ ଟିମ୍‌ କ୍ଷେତ୍ର ପରିଦର୍ଶନ କରି ଫସଲର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଫୁଲକୋବିରେ ରୋଗ ପୋକ ପରିଚାଳନା ପାଇଁ ଏହି ବିଶେଷଜ୍ଞ ଟିମ୍‌ ଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଉଛନ୍ତି। ଫୁଲକୋବି ଚାଷରେ ଆମେ ଆଗରୁ ରାସାୟନିକ ସାର ପ୍ରୟୋଗ କରୁଥିଲୁ। ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ମାଗଣାରେ ଜୈବିକ ସାର ମିଳିବା ଫଳରେ ଆମେ ଏବେ ଏହାର ବ୍ୟବହାର କରୁଛୁ। ଏହା ଫଳରେ ଫୁଲକୋବି ଏଥର ଭଲ ଅମଳ ହେଉଛି ବୋଲି ସୁନ୍ଦରଗଡ଼ର ଆଉ ଜଣେ ଚାଷୀ ପ୍ରେମଧାନୀ ବେଗ କହନ୍ତି। ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ କୁତ୍ରା ବ୍ଲକର ରାଜବସା ଓ କଣ୍ଡେଇମୁଣ୍ଡା ଗ୍ରାମପଞ୍ଚାୟତରେ ଫୁଲକୋବି ଚାଷ କରାଯାଇଛି। ସେହିପରି ହେମଗିର ବ୍ଲକର କେନ୍ଦୁଡିହି, ଗରଜନଜୋରି ଓ ହେମଗିର ଗ୍ରାମପଞ୍ଚାୟତ ସହିତ ବାଲିଶଙ୍କରା ବ୍ଲକର ତୁମୁଲିଆ, ସାଗବାହାଲ ଏବଂ ବେହେରାଡିହି ଗ୍ରାମପଞ୍ଚାୟତର ଚାଷୀ ଏହି ଚାଷ କରିଛନ୍ତି।
ମିଶନ ଜୀବିକା କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲାର ଚାଷୀମାନେ ବିଭିନ୍ନ ପ୍ରକାରର ଚାଷ କରି ଅଧିକ ରୋଜଗାର କରିପାରୁଛନ୍ତି। ଚଳିତବର୍ଷ ସେମାନେ ଫୁଲକୋବି ସହିତ ଟମାଟୋ, ଲଙ୍କା, ବାଇଗଣ ଏବଂ ଆଳୁ ଚାଷ କରିଛନ୍ତି। ତେବେ ଫୁଲକୋବି ଋ଼ତୁକାଳୀନ ଫସଲ ହୋଇଥିବାରୁ ଏହା ଆଦିବାସୀ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ବେଶ ସହାୟକ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?