ରାଜ୍ୟ

ଥାକରେ ବିରଜାକ୍ଷେତ୍ରକୁ ରେଳପଥ ସଂଯୋଗ

ଯାଜପୁର ଅଫିସ,୧୮ା୧୧: ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ଭାୟା ଯାଜପୁରକୁ ପ୍ରସ୍ତାବିତ ନୂତନ ରେଳଲାଇନ ପ୍ରକଳ୍ପକୁ ୨୦୧୮-୧୯ ବର୍ଷରୁ ଥାକରେ ରଖାଯାଇଛି। ଯାଜପୁର-କେନ୍ଦୁଝର ରୋଡ୍‌ଠାରୁ ଭଦ୍ରକ ଦେଇ ଧାମରା ବନ୍ଦରକୁ ଯାଇଥିବା ରେଳଲାଇନର କ୍ଷମତା ଅନୁସାରେ...

ଫେଲ୍‌ ମାରିଛି କଂକ୍ରିଟ ଖଳା ଯୋଜନା

କେନ୍ଦ୍ରାପଡ଼ା ଅଫିସ,୧୮ା୧୧: କୃଷି ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲାରେ କୃଷି ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଯୋଜନା ସହ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ତୃଣମୂଳସ୍ତରରେ ଚାଷୀ ଉପକୃତ ହୋଇ ପାରୁନାହାନ୍ତି। ଆଳୁ, ସୂର୍ଯ୍ୟମୁଖୀ, ଚିନାବାଦାମ ବିହନ ଯୋଗାଣ ଅନିୟମିତତା ପରେ...

ସରିଲା ଐତିହାସିକ କଟକ ବାଲିଯାତ୍ରା: ୨୦୦ କୋଟିର ବ୍ୟବସାୟ

କଟକ ଅଫିସ,୧୮ା୧୧: ଦୀର୍ଘ ୧୦ ଦିନ ଧରି ପ୍ରବଳ ଜନ ସମାଗମ ମଧ୍ୟରେ ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ଗୁରୁବାର ଶେଷ ହୋଇଛି। ଏଥିସହ ବ୍ୟବସାୟ ଓ ସ୍ବତନ୍ତ୍ର ଆୟୋଜନ ବିଗତ ବର୍ଷଗୁଡ଼ିକର ରେକର୍ଡ ଭାଙ୍ଗିଛି। ରାଜ୍ୟ ସରକାରଙ୍କ ସହଯୋଗରେ...

ଭୀମ ପୃଷ୍ଟିଙ୍କୁ ଅକ୍ଷୟ ସାହିତ୍ୟ, ବିଚିତ୍ରାନନ୍ଦ ଦେଓଙ୍କୁ ଅକ୍ଷୟ ସଙ୍ଗୀତ ସମ୍ମାନ

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ଓଡ଼ିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଥିଲେ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି। ସାହିତ୍ୟ କ୍ଷେତ୍ରକୁ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ। ସ୍ବର୍ଗତ ମହାନ୍ତିଙ୍କ ୨୦ତମ ଶ୍ରାଦ୍ଧବାର୍ଷିକ ଅବସରରେ ଅନୁଷ୍ଠାନ ସଂସ୍କୃତି ଓ ସଂସ୍କୃତି, ଓଡ଼ିଶା ସିନେକ୍ରିଏଟିକ୍‌ ଆଶୋସିଏଶନ୍‌...

ମନ୍ତ୍ରୀଙ୍କ ପିଏ କହି ୧.୫ ଲକ୍ଷ ଠକେଇ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ସାଇବର ଠକମାନେ ନୂଆ ନୂଆ ତରିକା ଆପଣାଇ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ଏଭଳି ଜଣେ ସାଇବର ଠକ ନିଜକୁ ବଡ଼ ମନ୍ତ୍ରୀଙ୍କ ପିଏ କହି ଜଣେ ବ୍ୟବସାୟୀଙ୍କ ସମେତ ୩ ଜଣଙ୍କଠାରୁ ପ୍ରାୟ ଦେଢ ଲକ୍ଷରୁ ଅଧିକ ଟଙ୍କା...

ରାୟ ସଂରକ୍ଷିତ, ଏନ୍‌ଏଚ୍‌ଆଇକୁ ଇଡିର ରିପୋର୍ଟ ତଲବ

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ୍‌ମେଲ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଅର୍ଚ୍ଚନା ନାଗଙ୍କ ୩ୟଥର ଜାମିନ ଆବେଦନର ଶୁଣାଣି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ସଂରକ୍ଷିତ ରହିଛି। ଗୁରୁବାର ମାମଲାର ଶୁଣାଣିବେଳେ ଆଇନଜୀବୀ ଦେବାଶିଷ ମହାପାତ୍ର ଯୁକ୍ତି...

ଜରୁରୀ ସେବାକୁ ଆସୁଛି ଫେକ୍‌ କଲ୍‌

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ଲୋକଙ୍କୁ ଜରୁରିକାଳୀନ ଆମ୍ବୁଲାନ୍ସ ଓ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସରକାରଙ୍କ ୨୪ଘଣ୍ଟିଆ ମାଗଣା ୧୦୮ ଓ ୧୦୪ କଲ୍‌ ସୁବିଧା ରହିଛି। ହେଲେ କେତେଜଣ ଅସାମାଜିକ ବ୍ୟକ୍ତି ସରକାରଙ୍କ ଏହି ମାଗଣା ସେବାର ଫାଇଦା ଉଠାଇ ବିନା କାରଣରେ...

କାଲିଫର୍ନିଆ ଆଲମଣ୍ଡ ବୋର୍ଡ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୧୧: କାଲିଫର୍ନିଆ ଆଲମଣ୍ଡ ବୋର୍ଡ ପକ୍ଷରୁ ଗୁରୁବାର ସ୍ଥାନୀୟ ଜୟଦେବ ବିହାରସ୍ଥିତ ଏକ ହୋଟେଲରେ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି ‘ପ୍ରାୟୋରିଟାଇଜିଂ ମାଇଣ୍ଡଫୁଲ୍‌ ଇଟିଂ: ଦ ନ୍ୟୁ ମନ୍ତ୍ର ଫର୍‌ ହୋଲିଷ୍ଟିକ ଫ୍ୟାମିଲି ହେଲ୍‌ଥ’ ଶୀର୍ଷକ ବିଷୟବସ୍ତୁ ଉପରେ...

ବିଜେଡିରେ ଯୋଗଦେଲେ ମହେନ୍ଦ୍ର ବଢ଼େଇ

ଭୁବନେଶ୍ବର,୧୮ା୧୧(ବ୍ୟୁରୋ): ସ୍ବେଚ୍ଛାକୃତ ଅବସର ନେଇଥିବା ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ ଗୁରୁବାର ବିଜେଡିରେ ଯୋଗଦେଇଛନ୍ତି। ପୂର୍ବାହ୍ନରେ ନବୀନ ନିବାସରେ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଢ଼େଇଙ୍କ ସମେତ...

ଆଜିଠୁ ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବ ଭାଜପା

ଭୁବନେଶ୍ବର,୧୮ା୧୧(ବ୍ୟୁରୋ): ମୁଣ୍ଡ ଉପରେ ପଦ୍ମପୁର ଉପନିର୍ବାଚନ। ଏହି ନିର୍ବାଚନମଣ୍ଡଳୀରେ ଚାଷୀଙ୍କ ସଂଖ୍ୟା ଅଧିକ ଥିବାବେଳେ ଭୋଟିଂରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି କୁହାଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେ ସବୁ ଦଳ ଚାଷୀଙ୍କ ସପକ୍ଷରେ ଥିବା ଦେଖେଇବାକୁ...

ବଢ଼ିବ ବିଧାୟକଙ୍କ ଦରମା

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ):ବିଧାୟକମାନଙ୍କର ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏନେଇ ଗଠିତ କମିଟି ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଶୀତ ଅଧିବେଶନରେ ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିବ। ବିଭିନ୍ନ ରାଜ୍ୟରେ ବିଧାୟକମାନଙ୍କୁ ମିଳୁଥିବା...

ଖଣି ଅଞ୍ଚଳରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ହେବ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ଖଣିଜ କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ଯୁବବର୍ଗଙ୍କୁ କୁଶଳୀ କରିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏନେଇ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଗୁରୁବାର ଲୋକସେବା ଭବନରେ ଟାଟା ଗ୍ରୁପ୍‌ର ସ୍କିଲ କାଉନସିଲ୍‌ ଫର୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri