ରାଜ୍ୟ

ଓଡ଼ିଶା ହେବ ଶିଳ୍ପର କ୍ୟାପିଟାଲ ହବ୍‌: ମୁଖ୍ୟମନ୍ତ୍ରୀ 

ଖୋର୍ଦ୍ଧା/ନିରାକାରପୁର,୩ା୪(ପ୍ରଭାତ ପାଣିଗ୍ରାହୀ/ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରାଜ୍ୟର ବିକାଶରେ ସର୍ବାଧିକ ଗୁରୁତ୍ୱବହନ କରିବ। ଜିଲାରେ ୬ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯାଇଛି। ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଜିଲାରେ ୩୭ହଜାର ବେକାର ଶିକ୍ଷିତ ଯୁବତୀଯୁବକ ନିଯୁକ୍ତି ସୁଯୋଗ ପାଇପାରିବେ। ବିକାଶ…

ହଷ୍ଟେଲରେ ମଦ ପିଉଥିଲେ; ଦେଖିନେଲେ ବୋଲି ବ୍ଲେଡରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ହାତକୁ କାଟିଲେ, ଲୁଣ ମାରିଲେ ନବମ ଶ୍ରେଣୀ ଛାତ୍ର

ଉଦଳା,୩।୪(ସନ୍ତୋଷ କୁମାର ବାଛିନି): ଛୋଟ ପିଲା ବୟସରେ ଭୟଙ୍କର ବ୍ୟବହାର। ର଼୍ୟାଗିଂ କରିବାକୁ ଯାଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଦେହକୁ ବ୍ଲେଡରେ କାଟିଲେ। ପରେ କ୍ଷତରେ ଲୁଣ ମାରି ବନ୍ଦ କଠୋରୀରେ ଦେଲେ ନିର୍ଯ୍ୟାତନା। ଖୁଣ୍ଟା ଥାନା ବାସିପିଠା ଏସଏସଡି ହାଇସ୍କୁଲରୁ…

ଛାତ ଉପରେ ମହୁଲ ଶୁଖାଇବାକୁ ଯାଇଥିଲେ, ମୁକୁଳା ସର୍ଭିସ ତାର ନେଇଗଲା ଜୀବନ

ଆନନ୍ଦପୁର, ୩।୪(ସୁଶାନ୍ତ କୁମାର ସାହୁ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ଏଭଳି ଦୁଃଖଦ ଘଟଣା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ କଣ୍ଟିପାଳ ପଇତାପାଣି ଗ୍ରାମରେ ଦେଖିବାକୁ ମିଳିଛି । ଖବରରୁ ପ୍ରକାଶ ଯେ, ଗୁରୁବାର…

ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଲେ ଭକ୍ତ, ରାଜନୀତି ହଲଚଲ

ଭୁବନେଶ୍ୱର,୩।୪: ଓଡ଼ିଶାରେ ରାଜନୈତିକ ଉତ୍ତେଜନା ଦିନକୁ ଦିନ ବଢ଼ିଚାଲିଛି। ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ଏକ ଜୋରଦାର ଘୋଷଣା କରି ରାଜ୍ୟବ୍ୟାପୀ ଆନ୍ଦୋଳନର ସଙ୍କେତ ଦେଇଛନ୍ତି। ସମ୍ପ୍ରତି କଳାହାଣ୍ଡି ଜିଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ…

ସମ୍ବଲପୁରରେ DGP, କର୍ମଚାରୀଙ୍କୁ ବଣ୍ଟନ କଲେ ଡିଜି ପଦକ

ସମ୍ବଲପୁର,୩ା(ପ୍ରମୋଦ ବହିଦାର): ସମ୍ବଲପୁର ଗସ୍ତରେ ଆସି ଗୁରୁବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ। ସମ୍ବଲପୁରରେ ଗତ ରାତିରେ ରହଣି ପରେ ଗୁରୁବାର ସକାଳେ ସର୍ବ ପ୍ରଥମେ ମା’ ସମଲେଶ୍ୱରୀ ପୀଠରେ ମା’ଙ୍କ ଦର୍ଶନ…

ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ କଂଗ୍ରେସର ବିରୋଧ, କର୍ମୀଙ୍କୁ ଉଠାଇନେଲା ପୋଲିସ

ଖୋର୍ଦ୍ଧା,୩ା୪(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ହଳଦୀପଦା ଓ ମୁଣ୍ଡାମ୍ବ କାଳିବେତୀଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଆଇନଶୃଙ୍ଖଳା ଦୃଷ୍ଟିରୁ କଂଗ୍ରେସ ମୁଖପାତ୍ର ତଥା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ସୋନାଲି ସାହୁଙ୍କ ସମେତ ୫ଜଣ ସହଯୋଗୀଙ୍କୁ ଜଟଣୀ ବାଇପାସ…

ଆସିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଭିତ୍ତିପ୍ରସ୍ତର ସ୍ଥାପନ

ଖୋର୍ଦ୍ଧା,୩ା୪(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଶିଳ୍ପ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ହଳଦୀପଦା ଅସ୍ଥାୟୀ ହେଲିପ୍ୟାଡ୍‌ରେ ମୁଖ୍ୟମନ୍ତ୍ରୀ ଅବତରଣ କରିବେ। ହଳଦୀପଦା ଓ କାଳିବେତୀ ଦୁଇଟି ସ୍ଥାନରେ ଶିଳ୍ପ ପ୍ରକଳ୍ପ ଶିଳାନ୍ୟାସ…

ବିଧାନସଭାରେ ରାତିତମାମ ବିତର୍କ, ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି

ଭୁବନେଶ୍ୱର ୩।୪: ଶେଷ ହେଲା ସପ୍ତଦଶ ବିଧାନସଭା ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୂଲତବୀ ଘୋଷଣା କଲେ ବାଚସ୍ପତି ।  ଆଗକୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ଲାଗି ପ୍ରସ୍ତାବ ଆଣିଥିଲେ…

୫ଯାଏ କାଳବୈଶାଖୀ, ଏହିସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୩ା୪(ଅନୁରାଧା ମହାରଣା): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ କାଳବୈଶାଖୀ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି। ବିଜୁଳି, ଘଡ଼ଘଡ଼ି, ପବନ ସହ ହାଲୁକା ବର୍ଷା ଆରମ୍ଭ ହୋଇଛି। ବୁଧବାର ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, ରାୟଗଡା, କୋରାପୁଟ ଏବଂ କନ୍ଧମାଳ ଜିଲାର…

ବିଧାନସଭାରେ ରାତିତମାମ ବିତର୍କ, ଭୋର ୪ଟା ୨୯ ମିନିଟରେ ପାରିତ ହେଲା ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ୍‌ ୨୦୨୪

ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ୍‌ ୨୦୨୪ ଉପରେ ବିଧାନସଭାରେ ବୁଧବାର ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିବା ଆଲୋଚନା ରାତିତମାମ ଜାରି ରହିଥିଲା। ରାତି ୨ଟାରେ ରିପୋର୍ଟ ପ୍ରସ୍ତୁତି ସୁଦ୍ଧା ବିଲ୍‌ ଉପରେ ବିରୋଧୀ ଆଣିଥିବା ସଂଶୋଧନ ପ୍ରସ୍ତାବ ଉପରେ ବିତର୍କ ଚାଲିଥିଲା।…

୮୬୪.୪୫ କୋଟିର ଖଣିଜ ରାଜସ୍ବ ବାଟମାରଣା

ରାଜ୍ୟରେ ଗତ ୨୨ ବର୍ଷରେ ଖଣି ଅଞ୍ଚଳରେ ଲିଜ୍‌ଧାରୀମାନେ ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି। ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି) ତାଙ୍କ ରିପୋର୍ଟରେ ରାଜ୍ୟର ଖଣିଜ ଦୁର୍ନୀତି ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି। ବେଆଇନ ଉତ୍ତୋଳନ ପାଇଁ ସୁପ୍ରିମ୍‌କୋର୍ଟ…

ଓଡ଼ିଶା ଆଧାର କାର୍ଡରେ ତେଲୁଗୁ ଭାଷା

କୋରାପୁଟ ଜିଲାର କୋଟିଆ ଅଞ୍ଚଳରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଲଗାତର ଉଦ୍ୟମ କରିଆସୁଛି। ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତବାସୀଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ସେମାନଙ୍କୁ କରାୟତ୍ତ ପାଇଁ ଆନ୍ଧ୍ର ଅଧିକାରୀମାନେ ଚେଷ୍ଟା ଚଳାଇଛନ୍ତି। ସେଥିପାଇଁ ସେମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri