ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଲେ ଭକ୍ତ, ରାଜନୀତି ହଲଚଲ

ଭୁବନେଶ୍ୱର,୩।୪: ଓଡ଼ିଶାରେ ରାଜନୈତିକ ଉତ୍ତେଜନା ଦିନକୁ ଦିନ ବଢ଼ିଚାଲିଛି। ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ଏକ ଜୋରଦାର ଘୋଷଣା କରି ରାଜ୍ୟବ୍ୟାପୀ ଆନ୍ଦୋଳନର ସଙ୍କେତ ଦେଇଛନ୍ତି। ସମ୍ପ୍ରତି କଳାହାଣ୍ଡି ଜିଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କଂଗ୍ରେସ କର୍ମୀମାନଙ୍କୁ ପୋଲିସ ଅଟକାଇବା ଘଟଣାକୁ ନେଇ ସେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଘଟଣାକୁ ନେଇ ଭକ୍ତ କହିଛନ୍ତି,ପୋଲିସ ବିଭାଗ ଏବଂ ଡିଜିପି ରାଜନୈତିକ କର୍ମୀ ଭଳି କାମ କରୁଛନ୍ତି। ଏହାକୁ ସେ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ବୋଲି ଅଭିହିତ କରିଛନ୍ତି।

ପ୍ରେସମିଟ୍‌ରେ ଭକ୍ତ ପୁଣି ଆନ୍ଦୋଳନ ଡାକରା ଦେଇଛନ୍ତି। ସେ ଘୋଷଣା କରି କହିଛନ୍ତି, “ଆଗାମୀ ଦିନରେ ଆମେ ୧୦ ଗୁଣ ଶକ୍ତି ସହ ବିଧାନସଭା ଘେରାଉ କରିବୁ। ଆମେ ସାରା ଓଡ଼ିଶାକୁ ପାଦରେ ଚାଲି ଜନସାଧାରଣଙ୍କ ସହ ସଂଯୋଗ ସ୍ଥାପନ କରିବୁ। ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ପିସିସି ସଭାପତି ଆହ୍ବାନ ଦେଇଛନ୍ତି। ଏପ୍ରିଲ ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା ହେବ। ସମସ୍ତ ବ୍ଲକ ମୁଖ୍ୟାଳୟରେ ଶୋଭାଯାତ୍ରା କରିବ କଂଗ୍ରେସ। ସେହିପରି ଏପ୍ରିଲ ୨୧ରେ ଜିଲ୍ଲାପାଳ ଅଫିସ ଘେରାଉ କରିବ କଂଗ୍ରେସ। ନାରୀ ର୍ନିଯ୍ୟାତନା ପ୍ରସଙ୍ଗରେ ଶୋଭାଯାତ୍ରା କରିବ ବୋଲି ଭକ୍ତ କହିଛନ୍ତି। ଭକ୍ତଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ନୂଆ ବିବାଦ ସୃଷ୍ଟି କରିଛି ଏବଂ କଂଗ୍ରେସ ଦଳର ଆଗାମୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି।

ପିସିସି ସଭାପତିଙ୍କ ଏହି ଘୋଷଣା ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ଗଠନ କରିବାର ଏକ ପ୍ରୟାସ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସରକାର ବିରୋଧୀ ସ୍ବରକୁ ଦବାଇବାକୁ ଚେଷ୍ଟା କରୁଛନ୍ତି, ଯାହାକୁ କଂଗ୍ରେସ କର୍ମୀମାନେ ସହ୍ୟ କରିବେ ନାହିଁ। ଏହା ସହିତ ସେ ଜନସାଧାରଣଙ୍କୁ ଏକଜୁଟ ହୋଇ ଅନ୍ୟାୟ ବିରୋଧରେ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?