ଓଡ଼ିଶା ଆଧାର କାର୍ଡରେ ତେଲୁଗୁ ଭାଷା

କୋରାପୁଟ ଜିଲାର କୋଟିଆ ଅଞ୍ଚଳରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଲଗାତର ଉଦ୍ୟମ କରିଆସୁଛି। ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତବାସୀଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ସେମାନଙ୍କୁ କରାୟତ୍ତ ପାଇଁ ଆନ୍ଧ୍ର ଅଧିକାରୀମାନେ ଚେଷ୍ଟା ଚଳାଇଛନ୍ତି। ସେଥିପାଇଁ ସେମାନେ ବିଭିନ୍ନ ସରକାରୀ ଯୋଜନାରେ କୋଟିଆବାସୀଙ୍କୁ ଲାଭାନ୍ବିତ କରିବାକୁ ଯାଇ ଓଡ଼ିଆ ବଦଳରେ ତେଲୁଗୁ ଭାଷା ବ୍ୟବହାର ପାଇଁ ଚାପ ପକାଉଛନ୍ତି। ଏପରି କି ଆଧାର କାର୍ଡର ତଥ୍ୟ ତେଲୁଗୁରେ ଉଲ୍ଲେଖ କରିବାକୁ ସେମାନେ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି। ଏଭଳିସ୍ଥଳେ ଓଡ଼ିଶା ଅଧିକାରୀଙ୍କ ଅବହେଳା ଓ ତ୍ରୁଟି ଆନ୍ଧ୍ର ଅଧିକାରୀଙ୍କ ଉଦ୍ଦେଶ୍ୟକୁ ଅନେକାଂଶରେ ସଫଳ କରୁଛି। କାରଣ କୋଟିଆର ଅନେକ ଲୋକଙ୍କ ଆଧାର କାର୍ଡରେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଓଡ଼ିଆ ପରିବର୍ତ୍ତେ ତେଲୁଗୁ ଭାଷାରେ ଉଲ୍ଲେଖ ହୋଇଥିବାବେଳେ ନାମ, ବୟସ, ଠିକଣା ଆଦି କେତେକ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳସ୍ବରୂପ କୋଟିଆ ଅଧିବାସୀ ଓଡ଼ିଶା ସରକାରଙ୍କ ଜନକଲ୍ୟାଣକାରୀ ସୁବିଧାରୁ ବଞ୍ଚତ୍ତ ହୋଇ ଆନ୍ଧ୍ର ଆଡ଼କୁ ଢଳିବା ଭଳି ସ୍ଥିତି ଉପୁଜିଛି।

ପଟ୍ଟାଙ୍ଗି,୩ା୪(ଶରତ କୁମାର ଧଳ)ସୀମାନ୍ତ ଗ୍ରାମଗୁଡ଼ିକରେ ଓଡ଼ିଆ ଭାଷା ସୁରକ୍ଷିତ ରହିବା ନେଇ ସରକାରୀ ସ୍ତରରେ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ ଥିବାବେଳେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ମଙ୍ଗଳବାର କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ସୀମାନ୍ତ କୋଟିଆ ଅଞ୍ଚଳରେ ଜିଲା ଓ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଓଡ଼ିଶା ଦିବସ ପାଳନବେଳେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଜଣେ ବୃଦ୍ଧା ଆର୍ଜୁବାଲସା ଗ୍ରାମର ଖରା ଝିପାଇଙ୍କ ପାଖରେ ଥିବା ଓଡ଼ିଶାର ଆଧାର କାର୍ଡରେ ଅନେକ ତଥ୍ୟ ତେଲୁଗୁ ଭାଷାରେ ରହିଛି। ଆଧାର କାର୍ଡ ଯଦି ଓଡ଼ିଶାର ତା’ହେଲେ ଏଥିରେ ତେଲୁଗୁ ଭାଷା ରହିବା ନେଇ ପ୍ରଶ୍ନ ଉଠିଛି। ଖରାଙ୍କ ଆଧାର କାର୍ଡରେ ଉଲ୍ଲେଖ ଥିବା ଜନ୍ମ ତାରିଖ ସମ୍ପୂର୍ଣ୍ଣ ଭୁଲ୍‌ ରହିଛି। ତାଙ୍କ ବୟସ ପ୍ରାୟ ୭୦ ବର୍ଷ ହୋଇଥିବା ବେଳେ କାର୍ଡରେ ୪୫ ବର୍ଷ ଉଲ୍ଲେଖ ରହିଛି। ଏହିପରି ଭୁଲ୍‌ ତଥ୍ୟ ପାଇଁ ବର୍ତ୍ତମାନ ସୁଦ୍ଧା ଅନେକ ସୀମାନ୍ତବାସୀ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ରହୁଥିବାବେଳେ ପଡ଼ୋଶୀ ଆନ୍ଧ୍ର ଏହାର ସୁଯୋଗ ନେବାରେ ସଫଳ ହେଉଛି। ଏହିପରି ବ୍ୟତିକ୍ରମ ଯୋଗୁ ସୀମାନ୍ତ ଗ୍ରାମଗୁଡ଼ିକରେ ଓଡ଼ିଆ ଭାଷାର ସୁରକ୍ଷା ନେଇ ବାଧା ରହିଥିବା ଉକ୍ତ ବୃଦ୍ଧାଙ୍କ ଆଧାର କାର୍ଡରୁ ସ୍ପଷ୍ଟ ହେଉଛି। କାର୍ଯ୍ୟକ୍ରମକୁ କାହିଁକି ଆଧାର କାର୍ଡ ନେଇଆସିଛ ବୋଲି ଖରାଙ୍କୁ ପ୍ରଶ୍ନ କରିବାରୁ, ସେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ରହିଥିବା କହିଛନ୍ତି। ତେଣୁ ତାଙ୍କୁ ଆଧାର କାର୍ଡ ନେଇ ଆସିବାକୁ କୁହାଯାଇଥିବାରୁ ସେ ଆସିଥିବା କହିଛନ୍ତି।

ଏ ସମ୍ପର୍କରେ ପଟ୍ଟାଙ୍ଗି ବ୍ଲକ୍‌ ଅଧୀନରେ ଥିବା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ବିଭାଗର ବିଏସ୍‌ଏସ୍‌ଓ ସୁଧୀର ସାହୁଙ୍କୁ ପଚାରିବାରୁ ବୃଦ୍ଧାଙ୍କ ଆଧାର କାର୍ଡ ଅନ୍‌ଲାଇନ୍‌ରେ ଦେଖାଉନାହିଁ। କିନ୍ତୁ ଉକ୍ତ ପଞ୍ଚାୟତର ଅନେକ ସୀମାନ୍ତ ଗ୍ରାମବାସୀ ଦୁଇ ରାଜ୍ୟରୁ ଲାଭ ଉଠାଇବା ପାଇଁ ଆଧାର କାର୍ଡରେ ଏଡିଟିଂ କରି ନିଜ ପାଇଁ ବିପଦ ଆଣିବା ସହ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି। ଏ ନେଇ ସ୍ଥାନୀୟ ବିଡିଓ ରାମକୃଷ୍ଣା ନାୟକଙ୍କୁ ପଚାରିବାରୁ ଏହିପରି ବ୍ୟତିକ୍ରମ ତାଙ୍କ ଦୃଷ୍ଟିକୁ ଆସିଥିବା କହିଛନ୍ତି। ଏନେଇ ସେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଧାର କାର୍ଡରେ ଥିବା ତ୍ରୁଟିକୁ ସ୍ବତନ୍ତ୍ର ଭାବେ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ନେଇ ସମାଧାନ କରିବାକୁ ଆଲୋଚନା ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?