୮୬୪.୪୫ କୋଟିର ଖଣିଜ ରାଜସ୍ବ ବାଟମାରଣା

ରାଜ୍ୟରେ ଗତ ୨୨ ବର୍ଷରେ ଖଣି ଅଞ୍ଚଳରେ ଲିଜ୍‌ଧାରୀମାନେ ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି। ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି) ତାଙ୍କ ରିପୋର୍ଟରେ ରାଜ୍ୟର ଖଣିଜ ଦୁର୍ନୀତି ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି। ବେଆଇନ ଉତ୍ତୋଳନ ପାଇଁ ସୁପ୍ରିମ୍‌କୋର୍ଟ ଧାର୍ଯ୍ୟ କରିଥିବା ଜରିମାନା ରାଶି ମଧ୍ୟରୁ ୩,୯୬୬.୩୪ କୋଟି ଟଙ୍କା (ସୁଧ ସହ) ଲିଜ୍‌ଧାରୀମାନଙ୍କଠାରୁ ଆଦାୟ କରିବାରେ ରାଜ୍ୟ ସରକାର ଉଦ୍ୟମ କରିନାହାନ୍ତି। ସେହିପରି ପ୍ରାଧିକୃତ ସଂସ୍ଥା ଦ୍ୱାରା ଲଘୁ ଖଣିଜ କ୍ରୟ ଟ୍ରାନ୍‌ଜିଟ ପାସ୍‌ ନ ଦେବା ଯୋଗୁ ୨୦୧୫ରୁ ୨୦୨୨ ମଧ୍ୟରେ ୮୬୪.୪୫ କୋଟି ଟଙ୍କାର ଖଣିଜ ରାଜସ୍ବ ବାଟମାରଣା ହୋଇଛି ବୋଲି ବୁଧବାର ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଦର୍ଶାଯାଇଛି।

ଭୁବନେଶ୍ୱର,୩ା୪(ରବିନାରାୟଣ ଜେନା):ନିୟମ ଉଲ୍ଲଂଘନ କରି ଖଣିଜ ପଦାର୍ଥ ଉତ୍ତୋଳନ କରିଥିଲେ ୧୦୦% ଜରିମାନା ହେବ ବୋଲି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। ଏହି କ୍ରମରେ ୧୩୧ ଜଣ ଖଣି ଲିଜ୍‌ଧାରୀଙ୍କଠାରୁ ୧୯,୧୭୪.୩୮ କୋଟି ଆଦାୟ କରାଯିବାକୁ ରାଜ୍ୟ ସରକାରଙ୍କୁ ୨୦୧୭ ଅଗଷ୍ଟରେ ନିର୍ଦ୍ଦେଶ ହୋଇଥିଲା। ହେଲେ ଗତ ୬ ବର୍ଷ ମଧ୍ୟରେ ଜରିମାନା ବାବଦ ୧୯,୧୭୮.୩୮ କୋଟି ଟଙ୍କା ମଧ୍ୟ ୩,୯୬୬.୩୪ କୋଟି ଟଙ୍କା ଆଦାୟ ହୋଇପାରିନାହିଁ। ଏପରି କି ଜରିମାନା ଅନାଦେୟ କ୍ଷେତ୍ରରେ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ ଥିଲେ ମଧ୍ୟ ତାହା ଅନୁପାଳନ କରାଯାଇନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ବୁଧବାର ଅନୁଷ୍ଠିିତ ଖବରଦାତା ସମ୍ମିଳନୀରେ ରାଜ୍ୟ ମହାଲେଖାକାର (ଏଜି) ଅତୁଲ୍ୟ ପ୍ରକାଶ କହିଛନ୍ତି, ୨୦୧୭ ଅଗଷ୍ଟ ୩୧ରେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଖଣିଜ ଲୁହାପଥର ଓ ମାଙ୍ଗାନିଜ, ପରିବେଶ ଅନୁମତି(ଇସି) କିମ୍ବା ବିନା ଜଙ୍ଗଲ ଅନୁମତି(ଏଫ୍‌ସି) କିମ୍ବା ଉଭୟ ଅନୁମତି ବିନା ଉତ୍ତୋଳନ କରାଯାଇଥିଲେ, ଏମ୍‌ଏମ୍‌ଡିଆର୍‌ ନିୟମ ୧୯୫୭ ଏବଂ ଧାରା ୨୧ ଅନୁଯାୟୀ ଖଣିଜ ମୂଲ୍ୟର ଶତକଡ଼ା ୧୦୦ଭାଗ ଲିଜ୍‌ଧାରୀଙ୍କଠାରୁ କ୍ଷତିପୂରଣ ବାବଦକୁ ଆଦାୟ କରାଯାଇପାରିବ। ଏହାକୁ ନେଇ ସମସ୍ତ ଖଣି ଲିଜ୍‌ଧାରୀଙ୍କଠାରୁ ୨୦୧୭ ଡିସେମ୍ବର ୩୧ ମଧ୍ୟରେ କ୍ଷତିପୂରଣ ରାଶି ଆଦାୟ କରାଯିବାକୁ କୁହାଯାଇଥିଲା। ଏସଂକ୍ରାନ୍ତରେ ଏକ କେନ୍ଦ୍ରୀୟ ସଶକ୍ତୀକରଣ କମିଟି ୨୦୧୮ ଜାନୁଆରୀ ୧୭ରେ ହୋଇଥିଲା। କମିଟିି ରିପୋର୍ଟରେ ଦର୍ଶାଇଥିଲା ଯେ, ୧୯ହଜାର ୧୭୪.୩୮କୋଟି ଟଙ୍କା ଦାବି ମଧ୍ୟରୁ ୮ହଜାର ୨୮୯.୮୭କୋଟି ଟଙ୍କା ଆଦାୟ ହୋଇଛି ଏବଂ ୧୦ହଜାର ୮୮୪.୫୧କୋଟି ଟଙ୍କା ଆଦାୟ ହୋଇପାରି ନାହିଁ। ସୁପ୍ରିମକୋର୍ଟ ଏନେଇ ବାଧ୍ୟତାମୂଳକ ପଦକ୍ଷେପ ନେବାକୁ ଇସ୍ପାତ ଓ ଖଣି ନିର୍ଦ୍ଦେଶକ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜଙ୍କୁ କହିଥିଲେ। ସମ୍ପୃକ୍ତ ଲିଜଧାରୀଙ୍କ ନାମରେ ସାର୍ଟିଫିକେଟ କେସ୍‌ ପ୍ରକ୍ରିୟା ଆରମ୍ଭ କରିବାକୁ କହିଥିଲେ। ମାମଲା ପରେ ୭୩୭୧.୧୨ କୋଟିି ଟଙ୍କା ସୁଧ ସହିତ ଆଦାୟ ହୋଇଛି। ତଥାପି ୬ବର୍ଷ ବିତିଯାଇଥିଲେ ବି ବିଭାଗ ଖଣି ଖିଲାପକାରୀ ତଥା ଖଣି ଲିଜଧାରୀଙ୍କଠାରୁ ୩୯୬୬.୩୪କୋଟି ଟଙ୍କା ଆଦାୟ କରିବାପାଇଁ କୌଣସି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରି ନ ଥିଲେ ବୋଲି ଅତୁଲ୍ୟ କହିଛନ୍ତି।
ସେହିପରି ସମୀକ୍ଷା ବେଳେ ଲଘୁ ଖଣିଜ ପଦାର୍ଥ ନିଲାମରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି। ଏନେଇ ଅତୁଲ୍ୟ କହିଛନ୍ତି, ରାଜ୍ୟର ଅଣଟିକସ ରାଜସ୍ବର ମୁଖ୍ୟ ଉତ୍ସ ହେଲା ଲଘୁ
୮୬୪.୪୫ କୋଟିର ….
ଖଣିଜ ପଦାର୍ଥ। ଖଣିଗୁଡ଼ିକର ନିୟମାବଳୀ ଏବଂ ଲଘୁ ଖଣିଜ ପଦାର୍ଥର ରାଜସ୍ବ ମୂଲ୍ୟାଙ୍କନ ଏବଂ ସଂଗ୍ରହ ନିୟମ-୨୦୧୬ ଅନୁଯାୟୀ ପରିଚାଳିତ। ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଯାଞ୍ଚ ହୋଇଥିବା ୨୨ଟି ତହସିଲରେ ୫୨୦ ଖଣିଜ ପଦାର୍ଥ ଉତ୍ସ ମଧ୍ୟରୁ ୧୪୭ ଉତ୍ସ କାର୍ଯ୍ୟକ୍ଷମ ଥିବାବେଳେ ୩୭୩ ଉତ୍ସ କାର୍ଯ୍ୟକ୍ଷମ ହୋଇ ନ ଥିଲା। ନିଲାମଧାରୀ ଚୂଡ଼ାନ୍ତକରଣରେ ଅନିୟମିତତା ଯୋଗୁ ୬ କୋଟି ୨୧ ଲକ୍ଷ ଟଙ୍କା କ୍ଷତି ହୋଇଛି ବୋଲି ସେ କହିଛନ୍ତି। ଖଣି ଯୋଜନା ଅନୁମୋଦନ ହେବା ପରେ ଏବଂ ନିଲାମ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଜଳେଶ୍ୱର, ଗୁରୁଣ୍ଡିଆ ଓ ଜଗତ୍‌ସିଂହପୁର ତହସିଲଦାରମାନେ ପରିବେଶ ମଞ୍ଜୁରୀ ପାଇଁ ଆବେଦନ କରି ନ ଥିଲେ। ଫଳରେ ଚାଲୁ ରହିଥିବା ଲିଜ୍‌ ଅବଧିର ପରିସମାପ୍ତି ପୂର୍ବରୁ ନିଲାମ ପ୍ରକ୍ରିୟା ସମାପ୍ତ ହୋଇପାରି ନ ଥିଲା। ଏଥିଯୋଗୁ ରାଜ୍ୟ ସରକାରଙ୍କୁ ୨୦.୧୦ କୋଟି ଟଙ୍କାର ରାଜସ୍ବ ହାନି ପହଞ୍ଚିଥିଲା। ସେହିପରି ଲିଜ୍‌ଧାରୀମାନଙ୍କଠାରୁ ବକେୟା ଖଣିଜ ଦେୟ ସୁଧ ସହ ୯୨.୨୮ ଲକ୍ଷ ଟଙ୍କା ଆଦାୟ ହୋଇ ନ ଥିବାବେଳେ ଲିଜ୍‌ଧାରୀମାନଙ୍କ ଲିଜ୍‌ ଡିଡ୍‌ କାର୍ଯ୍ୟକାରୀ ନ ଥିବା ପରିଲକ୍ଷିତ ହୋଇଛି, ଯେଉଁଥିପାଇଁ ଲିଜ୍‌ଧାରୀମାନଙ୍କୁ ବେଆଇନ ଖଣି ଉତ୍ତୋଳନ ପାଇଁ ୪.୩୮ କୋଟି ଟଙ୍କା ମୂଲ୍ୟ ଦେବାକୁ ପଡ଼ିବ। ଏହାବ୍ୟତୀତ ଅନୁମୋଦିତ ଖଣି ଯୋଜନାଠାରୁ ଅଧିକ ଖଣିଜ ପଦାର୍ଥ ଖନନ ଏବଂ ତହସିଲଦାରଙ୍କ ଦ୍ୱାରା ‘ଓ୍ବାଇ’ ଫର୍ମର ଯାଞ୍ଚ ନ ହେବା ଯୋଗୁ ୮୦,୭୨୧.୪୦ ଘ.ମି. ପଥରର ବେଆଇନ ଉତ୍ତୋଳନ ହୋଇଛି, ଯାହାପାଇଁ ଲିଜ୍‌ଧାରୀମାନଙ୍କୁ ୩୩.୫୦ କୋଟି ଟଙ୍କା ଦେବାକୁ ପଡ଼ିବ। ରାଜସ୍ବ ବିଭାଗର ଉଦାସୀନତା ପାଇଁ ଯାଜପୁର ଜିଲା ଡଙ୍କାରୀ କଳାପଥର ପାହାଡ଼ରୁ ଅଧିକ ଖଣିଜ ପଦାର୍ଥ ଉତ୍ତୋଳନ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ବିଭାଗରେ ଠିକଣା ଭାବେ ଅନୁପାଳନ ହୋଇନାହିଁ। ଫଳସ୍ବରୂପ ୫୮.୬୩ କୋଟି ଟଙ୍କାର ଖଣିଜ ରାଜସ୍ବ ଆଦାୟ ହୋଇପାରିନାହିଁ।
ଏଜି ଅତୁଲ କହିଛନ୍ତି, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଙ୍ଗଲ ଜମିର ଅଣଜଙ୍ଗଲ ଉପଯୋଗ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖଣି ଲିଜ୍‌ଧାରୀଙ୍କଠାରୁ ଅସୁଲ କରାଯାଇଥିବା ଅତିରିକ୍ତ ନେଟ୍‌ ପ୍ରୋଜେକ୍ଟ ମୂଲ୍ୟର ୫୦%ରେ ନିର୍ଦ୍ଦିଷ୍ଟ ଆଦିବାସୀ କଲ୍ୟାଣ ଏବଂ କ୍ଷେତ୍ର ବିକାଶ କାର୍ଯ୍ୟ କରାଯିବ। ଏହାକୁ ନେଇ ନିର୍ଦ୍ଦିଷ୍ଟ ଆଦିବାସୀ କଲ୍ୟାଣ ଏବଂ ଖଣିଜ ଧାରକ କ୍ଷେତ୍ର ବିକାଶ କାର୍ଯ୍ୟ ପାଇଁ ୨୦୧୪ ଡିସେମ୍ବର ୨ରେ ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମ(ଓଏମ୍‌ବିଏଡିସି) ପ୍ରତିଷ୍ଠା କରାଯାଇଥିଲା। ମାତ୍ର ଉପରୋକ୍ତ କାର୍ଯ୍ୟ ପାଇଁ ଓଏମ୍‌ବିଏଡିସି ସିଇଓ ପ୍ରଥମ ପର୍ଯ୍ୟାୟରେ ୮୬୯.୪୨କୋଟି ଟଙ୍କା ଦେଇଥିଲେ।
ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଅନୁସାରେ, ଯେକୌଣସି ଲୌହ ବା ମାଙ୍ଗାନିଜ୍‌ ଧାତୁ ପରିବେଶ ପ୍ରଭାବ ଆକଳନ ବିଜ୍ଞପ୍ତି ୧୯୯୪ କିମ୍ବା ୨୦୦୬ ଅନୁପାଳନ ନ କରି ଉତ୍ତୋଳନ ହୋଇଥିଲେ ତାହା ବେଆଇନ ଖନନ ଭାବେ ଧରାଯିବ। ଏହି କ୍ରମରେ ୨୦୦୦-୦୧ରୁ ୨୦୨୨ ମାର୍ଚ୍ଚ ସୁଦ୍ଧା ଖଣିଜ ମୂଲ୍ୟର ଶତପ୍ରତିଶତ ଆଦାୟ କରାଯିବାକୁ ନିର୍ଦ୍ଦେଶ ରହିଛି। ଏହାକୁ ଦୃଷ୍ଟିରେ ରଖି ଖଣି ଲିଜ୍‌ଧାରୀମାନଙ୍କଠାରୁ କ୍ଷତିପୂରଣ ବାବଦରେ ଦ୍ୱିତୀୟ ପର୍ଯ୍ୟାୟରେ ୧୬ ହଜାର ୮୩୩.୫୪ କୋଟି ଟଙ୍କା ଆଦାୟ କରାଯାଇ ଓଏମ୍‌ବିଏଡିସି ପାଣ୍ଠିରେ ଜମା କରାଯାଇଥିଲା ବୋଲି ଅତୁଲ୍ୟ କହିଛନ୍ତି। ଖବରଦାତା ସମ୍ମିଳନୀରେ ଉପମହାଲେଖାକାର ଏସ୍‌. ଶୁଭମ ବୈଜନାଥ ଏବଂ ଏନ୍‌. ବାଲ୍‌କ୍ରିଷ୍ଣ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?