କୋଟିପତି ଯନ୍ତ୍ରୀ: ସମ୍ବଲପୁରରେ ରହିଛି ୨ ପ୍ଲଟ୍, ନଗଦ ୫୦ ଲକ୍ଷ ଟଙ୍କା ସହ ଘରୁ ବାହାରିଲାଣି ୧୦ ଭରି ସୁନା
ରାୟଗଡ଼ା,୨୯ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସହଦେବ କିଷାନ ଭିଜିଲାନ୍ସରେ ଧରା ପଡ଼ିଥିଲେ। ଯନ୍ତ୍ରୀ କିଷାନ ରାତି ପ୍ରାୟ ୭.୩୦ରେ ଜଣେ ଠିକାଦାରଙ୍କଠାରୁ ୧ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗାଡ଼ିରେ ଯିବା ବେଳେ ମାଡ଼ି…
୫ ଟନ୍ ମାଓବାଦୀ ବିସ୍ଫୋରକ ଲୁଟ୍ ଘଟଣା: ରାଉରକେଲାରେ NIAଟିମ୍-DG
ରାଉରକେଲା,୨୯ା୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା କାର୍ଯ୍ୟାଳୟରେ ପୋଲିସ ଡିଜି, ଆଇଜି, ପଶ୍ଚିମାଞ୍ଚଳ ଡିଆଇଜି, ସୁନ୍ଦରଗଡ଼ ଏସ୍ପି ଏବଂ ପୋଲିସ ଜିଲାର ଅଧିକାରୀମାନଙ୍କୁ ନେଇ ଚାଲିଥିବା ବୈଠକ ଶେଷ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲୁଟ୍ ହୋଇଥିବା ମାଓବାଦୀ ବିସ୍ଫୋରକ ଦ୍ରବ୍ୟ ଉଦ୍ଧାର…
ମିଡ୍ନାଇଟ୍ କଥା ଏବେ ବି ଭୁଲିନି, ମୋତେ ଫସାଇଥିଲେ ଏବେ ଭୋଗୁଛନ୍ତି, କାହାକୁ ଇଙ୍ଗିତ କରି କହିଲେ ପ୍ରଭାତ
ଭୁବନେଶ୍ୱର,୨୯ା୫: ୧୨ ବର୍ଷ ତଳର ମିଡ୍ନାଇଟ୍ ଅପରେଶନ କଥାକୁ ମନେ ପକାଇଛନ୍ତି ବିଜେଡି ନେତା ପ୍ରଭାତ ବିଶ୍ବାଳ। ମେ’ ୨୯କୁ ଜୀବନରେ କେବେ ଭୁଲି ପାରିବିନି ବୋଲି କହିଛନ୍ତି ପ୍ରଭାତ। ସେ ଆହୁରି ମଧ୍ୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। କହିଛନ୍ତି,…
ହାତୀପଲଙ୍କ ଉପଦ୍ରବ, ୬ ଘର ଭାଙ୍ଗିବା ସହ ଖାଇଲେ ଧାନ
ପାଟଣା,୨୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ୨୬ ଟିକିଆ ହାତୀପଲ ଆନନ୍ଦପୁର ଡିଭିଜନରୁ ବୁଧବାର ରାତିରୁ ଆସି ପାଟଣା ରେଞ୍ଜ ତଣ୍ଡବିଟ୍ରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ହାତୀପଲ ତଣ୍ଡବିଟ ଅନ୍ତର୍ଗତ ବଣମହୁଲଡିହା ଓ ବାଲି ଜୋଡ଼ି ଗ୍ରାମରେ ୬ଟି ଘର…
ଫୋନ୍ ପେ’ରେ ଲାଞ୍ଚ ନେଇ ଧରାପଡ଼ିଲେ କ୍ଷୁଦ୍ର ଜଳସେଚନ ବିଭାଗର ୨ କର୍ମଚାରୀ, ବିଲ୍ କରାଇବାକୁ କହି…
ପାରଳାଖେମୁଣ୍ଡି,୨୯ା୫(ଗିରିଧାରୀ ପରିଚ୍ଛା): କ୍ଷୁଦ୍ର ଜଳସେଚନ ବିଭାଗ ୨ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୨ ଜଣ ହେଲେ କ୍ୟାସିଅର ନରେଶ ପଟ୍ଟନାୟକ, ଆକାଉଣ୍ଟାଣ୍ଟ ସୁରଜ ପ୍ରସାଦ ଜୟସ୍ବାଲ। ଜଣେ ଠିକାଦାରଙ୍କ ୪ଟି କାମର ବିଲ୍ କରାଇ ଦେବା ପାଇଁ ୩୦ ହଜାର…
ଗିରଫ ହେଲେ ହାର୍ଡକୋର ମାଓବାଦୀ ହିଡ୍ମା
କୋରାପୁଟ,୨୯ା୫(ଅମିତାଭ ବେହେରା): ଗୁରୁବାର ଭୋର୍ରୁ ବୈପାରୀଗୁଡ଼ା ଥାନାର ପେଟିଗୁଡ଼ା ଗ୍ରାମ ନିକଟ ଜଙ୍ଗଲରୁ ଜଣେ ହାର୍ଡକୋର୍ ଏସିଏମ୍ ର଼୍ୟାଙ୍କର ମାଓବାଦୀ ମୋହନ ତଥା କୁଞ୍ଜମ ହିଡ୍ମାକୁ କୋରାପୁଟ ଡିଭିଏଫ୍ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ଅପରାହ୍ନରେ ସ୍ଥାନୀୟ ଏସ୍ପି କାର୍ଯ୍ୟାଳୟ…
୧୦ ଓ୍ବାର୍ଡ ସଭ୍ୟାସଭ୍ୟ ଡାକରେ ପଠାଇାବେ ଇସ୍ତଫାପତ୍ର
କଟକ ସଦର,୨୯ା୫(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତର ୧୦ ଜଣ ଓ୍ବାର୍ଡ ସଭ୍ୟାସଭ୍ୟ ସେମାନଙ୍କର ଇସ୍ତଫାପତ୍ର ପ୍ରଦାନ ପାଇଁ ଗୁରୁବାର କଟକ ସଦର ବିଡିଓଙ୍କୁ ଭେଟିଥିଲେ। ମାତ୍ର ଇସ୍ତଫା ସିଧାସଳଖ ବ୍ଲକରେ ନ ଦେଇ ସରପଞ୍ଚଙ୍କୁ…
ଶିବ ମନ୍ଦିରରୁ ତାଲା ଭାଙ୍ଗି ଚୋରି ଉଦ୍ୟମ କରି…
ରାଇକିଆ,୨୯ା୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଶିବ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ସିଂହଦ୍ୱାର ତାଲା ଭାଙ୍ଗି ପ୍ରବେଶ କରିବା ସହ ଭିତରର ମୁଖ୍ୟ ଫାଟକର ତାଲା ଭାଙ୍ଗିଥିଲେ। ତେବେ ମନ୍ଦିର ଭିତରୁ କୌଣସି…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆହୁରି ଘନୀଭୂତ ହୋଇ ଅପରାହ୍ନରେ…
ଭୁବନେଶ୍ୱର,୨୯ା୫: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଗୁରୁବାର ସୃଷ୍ଟି ହୋଇଛି ଗଭୀର ଅବପାତ। ଏହି ଅବପାତ ୨୦ କିମି ବେଗରେ ଉତ୍ତର ଦିଗକୁ ଗତିକରି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଦୀଘାଠାରୁ ୧୧୦ କିମି ପୂର୍ବ ଦକ୍ଷିଣପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇ…
ହୋମଗାର୍ଡ ଚାକିରି ଆଶାୟୀଙ୍କ ମୃତ୍ୟୁ: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯ା୫: ହୋମଗାର୍ଡ ଚାକିରି ଆଶାୟୀ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଉକ୍ତ ଘଟଣାରେ ମୁଁ ଦୁଃଖ ପ୍ରକାଶ ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।…
ଭୂମି ନାହିଁ କି ଘର ନାହିଁ, ପର ବାଡ଼ିରେ ବିତୁଛି ଜୀବନ
ଧର୍ମଶାଳା,୨୯ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାଯତର ଶେରପୁର ଗ୍ରାମରେ ଦୁର୍ଦ୍ଦିନ ଭିତରେ ବସବାସ କରୁଛନ୍ତି ଏକ ପରିବାର। ଯାହାଙ୍କର ଭୂମି ନାହିଁ କି ନିଜର ଘର ଖଣ୍ଡେ ବି ନାହିଁ ପର ବାଡ଼ିରେ ଘର…
ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଅଘଟଣ: ଟଳିପଡ଼ିଲେ ଜଣେ ପ୍ରାର୍ଥୀ, ୭ ଗୁରୁତର…
ଗଜପତି,୨୯।୫(ଗିରିଧାରୀ ପରିଚ୍ଛା): ଗଜପତିରେ ହୋମଗାର୍ଡ ପଦବୀ ଲାଗି ଚାଲିଥିବା ଶାରୀରିକ ପରୀକ୍ଷା ସମୟରେ ଅଘଟଣ। ଏଥିରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।…
Archives


