ନୂଆ ମନ୍ତ୍ରୀ ପାଇଲେ ବ୍ୟକ୍ତିଗତ ସଚିବ
ଭୁବନେଶ୍ୱର,୨୨ା୬(ବ୍ୟୁରୋ): ରାଜ୍ୟର ନବଗଠିତ ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଭିନ୍ନ ପଦପଦବୀରେ ଥିବା ବ୍ୟକ୍ତିବିଶେଷଙ୍କୁ ଶୁକ୍ରବାର ବ୍ୟକ୍ତିଗତ ସଚିବ ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସଂସଦୀୟ ବ୍ୟାପାର ତତ୍ତ୍ୱାବଧାନରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀମାନଙ୍କୁ ଏହି ଦାୟିତ୍ୱଗୁଡିକ…
ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ୯ ଜିଲାପାଳ
ଭୁବନେଶ୍ୱର,୨୨ା୬(ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏଥିରେ ଉଭୟ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍) ଏବଂ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀ ଅନ୍ତର୍ଭୁକ୍ତ। ରାଜ୍ୟର ୩୨ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ) ପକ୍ଷରୁ ନୂଆ ଦାୟିତ୍ୱ ପ୍ରଦାନ…
କ୍ଷତିଗ୍ରସ୍ତ ଗଁ। ବୁଲିଲେ କେନ୍ଦ୍ରୀୟ ଟିମ୍
ପୁରୀ ଅଫିସ/ସାକ୍ଷୀଗୋପାଳ, ୨୨ା୬(ଡି.ଏନ୍.ଏ.): ବାତ୍ୟାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲା ଗସ୍ତ କରିଛନ୍ତି କେନ୍ଦ୍ରୀୟ ଟିମ୍। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ବିଭିନ୍ନ ଗଁା ବୁଲିବା ସହ କ୍ଷୟକ୍ଷତିର ଅନୁଧ୍ୟାନ…
ଥାନା ହାଜତରେ ଛେଳି
ପୁରୁଣା ଭୁବନେଶ୍ୱର,୨୨ା୬ (ଡି.ଏନ.ଏ.): ଥାନା ହାଜତରେ ଅପରାଧୀଙ୍କୁ ଅଟକ ରଖିବାକୁ କମିଶନରେଟ୍ ପୋଲିସ ପଛାଉଥିବା ବେଳେ ଧଉଳି ଥାନାରେ ଛେଳିକୁ ହାଜତ ଭିତରେ ରଖିବା ଫଟୋ ଭାଇରାଲ ହୋଇଛି। ଖବର ନେବାରେ ଜଣାପଡ଼ିଛି, ନିଆଳି ଥାନା ଅଧୀନ ନୂଆ ବାବ୍ଜା ଗଁାର…
ଆସିଲା ମୌସୁମୀ, ଘାରିଲା ଜଳବନ୍ଦୀ ଚିନ୍ତା: କଣ୍ଟ ପୂରିଲା, କାମ ସରିଲାନି
ଭୁବନେଶ୍ୱର, ୨୨ା୬(ବ୍ୟୁରୋ): ବର୍ଷରେ ଥରେ ଡ୍ରେନ ସଫା କରିବାକୁ ମନେପଡ଼େ। ପ୍ରତ୍ୟେକ ବର୍ଷ ମୌସୁମୀ ଆସିବା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଡ୍ରେନେଜ୍ ବିଭାଗୀୟ ଅଧିକାରୀମାନେ ମୁଖ୍ୟ ଡ୍ରେନ ଓ ସବ୍ଡ୍ରେନକୁ ସଫା କରିବାକୁ ମନ ବଳାନ୍ତି। ତାହା ବି…
ବାରକୋଟ୍ରୁ କଲରାପତରିଆ ବାଘଛାଲ ଜବତ: ଏସ୍ଟିଏଫ୍ ଜାଲରେ ର଼୍ୟାକେଟର ୩ ସଦସ୍ୟ
ଭୁବନେଶ୍ୱର, ୨୨ା୬(ବ୍ୟୁରୋ): ବାଘଛାଲ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ୍ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍ଟିଏଫ୍)। ବୁଧବାର ବିଳମ୍ବିତ ରାତିରେ ଏସ୍ଟିଏଫ ପକ୍ଷରୁ ଦେବଗଡ଼ ଜିଲା ବାରକୋଟ୍ ଅଞ୍ଚଳରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର କଲରାପତରିଆ ବାଘଛାଲ ଜବତ କରାଯିବା…
ଫନୀ: ଶତାଧିକ ସ୍କୁଲଗୃହର ପୁନରୁଦ୍ଧାର କାର୍ଯ୍ୟ ସରୁନି; କମ୍ୟୁନିଟି ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳ, କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର ହେଲା ୨୮ ବିଦ୍ୟାଳୟ
ନିମାପଡ଼ା,୨୨ା୬(ଡି.ଏନ୍.ଏ.): ପ୍ରଳୟଙ୍କରୀ ବାତ୍ୟା ଫନୀର ବିଭୀଷିକାରେ ନିମାପଡ଼ା ବ୍ଲକ ଓ ଏନ୍ଏସି ଅଞ୍ଚଳରେ ୨୬୦ଟି ବିଦ୍ୟାଳୟ ଭାଙ୍ଗିରୁଜି କ୍ଷତିଗ୍ରସ୍ତ ହୋଇଛି। ଅଦ୍ୟାବଧି ଶତାଧିକ ବିଦ୍ୟାଳୟର ପୁନରୁଦ୍ଧାର, ମରାମତି କାର୍ଯ୍ୟ ଶେଷ ହୋଇପାରି ନ ଥିବାରୁ ନିମାପଡ଼ା ଅଞ୍ଚଳର ୧୫ହଜାର ୫ଶହ ଛାତ୍ରୀଛାତ୍ର…
ସରିଲା ଶ୍ରୀଅଙ୍ଗ ଫିଟା ନୀତି: ମହାପ୍ରଭୁଙ୍କୁ ଆଜି ଫୁଲୁରୀ ତେଲ ଲାଗି
ପୁରୀ ଅଫିସ, ୨୨ା୬: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ଅଣସର ଘରେ ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ। ଚାଲିଛି ଉପଚାର। ତେବେ ଅଣସର ସମୟରେ ଠାକୁରଙ୍କ…
ନିଜେ ଟ୍ୟୁଶନ କରି ପଢ଼ା ଖର୍ଚ୍ଚ ତୁଲାଉଥିଲେ
କଟକ ଅଫିସ,୨୨ା୬: ଆମର ସମସ୍ତ ସ୍ବପ୍ନ ପୂରଣ ହେବ, ଯଦି ଆମେ ସେ ସ୍ବପ୍ନ ପଛରେ ସବୁବେଳେ ଧାଇଁବା… ଆମେରିକୀୟ ଉଦ୍ୟୋଗୀ, ସିନେ ପ୍ରଯୋଜକ ତଥା ବିଶ୍ୱର ବେଶ୍ ପରିଚିତ ଆନିମେଟର ୱାଲଟ୍ ଡିଜନୀଙ୍କର ଏହା ଏକ ଯୁଗାନ୍ତକାରୀ ମତ। ନିଜକୁ…
ମଙ୍ଗଳପୁର ପ୍ରାଥମିକ କୃଷି ସମବାୟ ସମିତିରେ ଚଢ଼ାଉ: ତଦନ୍ତବେଳେ ଅଭିଯୋଗ କଲେ ଶତାଧିକ ଚାଷୀ
ଦଶରଥପୁର,୨୨ା୬(ଡିଏନ୍ଏ): କଟକ ସେଣ୍ଟ୍ରାଲ୍ କୋ-ଅପରେଟିଭ ବ୍ୟାଙ୍କ ଦଶରଥପୁର ଶାଖା ଅଧୀନରେ ଥିବା ମଙ୍ଗଳପୁର ପ୍ରାଥମିକ କୃଷି ସମବାୟ ସମିତିରେ ଦୁର୍ନୀତି ସୀମା ଲଂଘିଛି। ଏ ସମ୍ପର୍କରେ କିଛିଦିନ ତଳେ ମଙ୍ଗଳପୁର ସରପଞ୍ଚ ଶିଶିର କୁମାର ଧଳ, ପରିଚାଳନା ପରିଷଦର କେତେଜଣ ସଭ୍ୟ…
ଶାସନ୍ଦା ସଂଖ୍ୟାଲଘୁ ବସ୍ତି ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ: କ୍ଷେତ୍ର ପରିଦର୍ଶନ କଲେ ବିଧାୟିକା
ବିଞ୍ଝାରପୁର,୨୨ା୬(ଡି.ଏନ,ଏ): ବିଞ୍ଝାରପୁର ବିଧାୟିକା ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରଖିବା ପାଇଁ ଶାସନ୍ଦା ଗ୍ରାପର ସଂଖ୍ୟାଲଘୁ ବସ୍ତିର ସୁବିଧା ପାଇଁ କେତେକ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ବିଭାଗୀୟ ଅଧିକାରୀଙ୍କୁ ନେଇ ଗୁରୁବାର…
ସଡ଼କ ସୁରକ୍ଷା ବୈଠକ: ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କୁ ନୋଟିସ
ଯାଜପୁର ଅଫିସ,୨୨ା୬: ଯାଜପୁର ଜିଲା ସଡକ ସୁରକ୍ଷା ସମ୍ପର୍କିତ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍ଏଚ୍ଏଆଇ) ଓ ପୌର ପ୍ରଶାସନର ତଥ୍ୟ ପ୍ରଦାନରେ ଅବହେଳା ଯୋଗୁ ସଡ଼କ ସୁରକ୍ଷା ଆକ୍ସନ ପ୍ଲାନ ପ୍ରସ୍ତୁତିରେ ବିଳମ୍ବ ହେଉଥିବାରୁ ବିରକ୍ତି…

