ନିଜେ ଟ୍ୟୁଶନ କରି ପଢ଼ା ଖର୍ଚ୍ଚ ତୁଲାଉଥିଲେ

କଟକ ଅଫିସ,୨୨ା୬: ଆମର ସମସ୍ତ ସ୍ବପ୍ନ ପୂରଣ ହେବ, ଯଦି ଆମେ ସେ ସ୍ବପ୍ନ ପଛରେ ସବୁବେଳେ ଧାଇଁବା… ଆମେରିକୀୟ ଉଦ୍ୟୋଗୀ, ସିନେ ପ୍ରଯୋଜକ ତଥା ବିଶ୍ୱର ବେଶ୍‌ ପରିଚିତ ଆନିମେଟର ୱାଲଟ୍‌ ଡିଜନୀଙ୍କର ଏହା ଏକ ଯୁଗାନ୍ତକାରୀ ମତ। ନିଜକୁ ସଫଳ ଭାବେ ଗଢ଼ି ତୋଳିବାର ସ୍ବପ୍ନ ଦେଖିବା ଓ ପରବର୍ତ୍ତୀ ସମୟରେ ଏହାକୁ ସାକାର କରିପାରିଛନ୍ତି କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ ପାଟରାସାହିର ଲିପ୍ସାରାଣୀ ସାହୁ। ଶୁକ୍ରବାର ପ୍ରକାଶ ପାଇଥିବା ଯୁକ୍ତ ଦୁଇ କଳା ପରୀକ୍ଷାରେ ଲିପ୍ସା ୫୪୦ ନମ୍ବର ରଖି ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ହେଲେ ସଫଳତାର ସ୍ବାଦ ଚାଖିଥିବା ଲିପ୍ସା ପାଠପଢ଼ିବା ପାଇଁ ଅନେକ ସଂଘର୍ଷ ଭିତରେ ଗତି କରିଛନ୍ତି। ଆର୍ଥତ୍କ ଅନଟନରେ ଘାଣ୍ଟି ହେଉଥିବା ପରିବାରରୁ ଆସି ମଧ୍ୟ ଲିପ୍ସା ଏବେ ରାଜ୍ୟର ମେଧାବୀମାନଙ୍କ ମଧ୍ୟରେ ଆଗରେ। ଏପରି କି ନିଜ ପଢାଖର୍ଚ୍ଚ ତୁଲାଇବା ପାଇଁ ଲିପ୍ସା ସ୍କୁଲ ପିଲାଙ୍କୁ ଟ୍ୟୁଶନ କରୁଥିଲେ।
ପିତା ପ୍ରଶାନ୍ତ କୁମାର ସାହୁ ଓ ମା ରଶ୍ମିତା ସାହୁଙ୍କ ଝିଅ ଲିପ୍ସା ରେଭେନ୍‌ଶା ହାୟର ସେକେଣ୍ଡାରୀ ସ୍କୁଲରେ ଯୁକ୍ତ ଦୁଇ କଳା ପଢୁଥିଲେ। କଟକରେ ରହି ପାଠପଢ଼ିବାର ଇଚ୍ଛା ଥିଲେ ମଧ୍ୟ ପରିବାରର ଆର୍ଥତ୍କ ଅଭାବ ଯୋଗୁ ପ୍ରତିଦିନ ସେ ଟାଙ୍ଗୀରୁ ଯିବା ଆସିବା କରନ୍ତି। କଲେଜରେ କ୍ଲାସ ସକାଳୁ ଥିବା ହେତୁ ସକାଳ ୬ଟାରୁ ଉଠି କଟକ ଆସିବା ପାଇଁ ପ୍ରସ୍ତୁତ ହେଉଥିଲେ। କଲେଜ ପଢ଼ା ସରିବା ପରେ ଏଠାରେ ଟ୍ୟୁସନ ହୋଇ ଘରକୁ ଫେରିଲା ବେଳକୁ ସନ୍ଧ୍ୟା ୭ଟା। ତେବେ ଦୁଇଥର ବସ୍‌ ଭଡ଼ା ଓ ଖାଇବା ଖର୍ଚ୍ଚ ବାବଦରେ ଲିପ୍ସାଙ୍କୁ ୩୦ରୁ ୪୦ ଟଙ୍କା ଦିଆଯାଉଥିଲା, ଏହାଠାରୁ ଅଧିକ ଖର୍ଚ୍ଚ ଦେବା ଆମ ପକ୍ଷେ ଅସମ୍ଭବ ବୋଲି ପ୍ରଶାନ୍ତ କହିଛନ୍ତି। ପ୍ରଶାନ୍ତଙ୍କର ପୂର୍ବରୁ ଏକ ତେଜରାତି ଦୋକାନ ଥିବା ବେଳେ ଏବେ ଏହା ବନ୍ଦ ହୋଇପଡ଼ିଛି। ଫଳରେ ପ୍ରଶାନ୍ତଙ୍କର ରୋଜଗାର ଶୂନ। ଲିପ୍ସାଙ୍କ ଭାଇ ସୌମ୍ୟକାନ୍ତ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି। ଯାହା ଦରମା ପାଆନ୍ତି ତାହା ଘର ଖର୍ଚ୍ଚକୁ ନିଅଣ୍ଟ ପଡ଼େ ବୋଲି ପ୍ରଶାନ୍ତ କହିଥିଲେ। ସନ୍ଧ୍ୟାରେ ଲିପ୍ସା ଘରକୁ ଫେରିବା ପରେ କେତେଜଣ ସ୍କୁଲ ପିଲାଙ୍କୁ ଟ୍ୟୁଶନ କରୁଥିଲେ। ଯାହା ବି ଆୟ ହୁଏ ତାହାକୁ ସେ ନିଜର ଓ ପଢ଼ା ଖର୍ଚ୍ଚରେ ଲଗାଉଥିଲେ। ଏ ନେଇ ଲିପ୍ସା କହିଛନ୍ତି, ଭଲ ରେଜଲ୍ଟ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଥିଲି। ଯେତିକି ସମୟ ମିଳେ ତାହାକୁ ପଢ଼ାରେ ହିଁ ବିନିଯୋଗ କରେ। ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ମୋର ସ୍ବପ୍ନ ରହିଛି। ଅପରପକ୍ଷେ ଆଗାମୀ ଦିନରେ ଉଚ୍ଚଶିକ୍ଷା ହାସଲ ପାଇଁ ଲିପ୍ସାଙ୍କ ବାଟରେ ଅର୍ଥ ବାଧକ ନ ସାଜୁ ବୋଲି ପ୍ରଶାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri