ରାଜ୍ୟ

ଅଭିଜ୍ଞଙ୍କ ଭିତରେ ଅନେକ ନୂଆ ମୁହଁ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ୧୧୨ ବିଧାନସଭା ଆସନରେ ବିଜୟୀ ହୋଇ ପଞ୍ଚମଥର ଲାଗି ରାଜ୍ୟରେ ସରକାର ଗଠନ କରିଛି। ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳର ୧୧ କ୍ୟାବିନେଟ୍‌ ମନ୍ତ୍ରୀ ଓ…

ପିତ୍ତଳହଣ୍ଡା କାରିଗରଙ୍କ ମୃତ୍ୟୁ ଘଟଣା: ଚିକିତ୍ସାରେ ଅବହେଳା ଅଭିଯୋଗ

ଖଣ୍ଡପଡ଼ା,୩୦ା୫(ସ୍ବ.ପ୍ର.): ଭୁବନେଶ୍ୱରସ୍ଥିତ କିମ୍‌ସରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଗତ କିଛିଦିନ ତଳେ ହୋଇଥିବା ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ସେ ହେଉଛନ୍ତି ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତସ୍ଥ ମାଧବଚୌଧୁରୀ ପାଟଣାର ବିଶିଷ୍ଟ ପିତ୍ତଳହଣ୍ଡା କାରିଗର ଗଙ୍ଗାଧର ମହାରଣା(୮୦)।…

ସିଙ୍ଗପୁରରେ କାଳବୈଶାଖୀର ତାଣ୍ଡବ: ସରକାରୀ ସହାୟତା ଦାବି

ନୂଆଗାଁ,୩୦।୫ (ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତସ୍ଥ ସିଙ୍ଗପୁର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ଲୀଳା ଘଟିଛି। ଏହା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଓ ୩୦ ପରିବାର ରହୁଛନ୍ତି। ଅଧିକାଂଶ ଲୋକ ଦିନ ମଜୁରିଆ ଭାବେ…

ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଶପଥ ଗ୍ରହଣ: ନୂଆ ମନ୍ତ୍ରୀଙ୍କୁ ‘ଟାଇମ୍‌’ ମନ୍ତ୍ର

ଭୁବନେଶ୍ୱର,୩୦ା୫(ବ୍ୟୁରୋ):ରାଜ୍ୟରେ ପୁଣିଥରେ ବିଜେଡି କ୍ଷମତାସୀନ ହୋଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି। ମନ୍ତ୍ରୀମାନଙ୍କ ବିଭାଗ ମଧ୍ୟ ବଣ୍ଟନ ଶେଷ ହୋଇଛି। ବୁଧବାର ଅପରାହ୍ନରେ…

ମନ୍ଦୋରଧରଙ୍କ ମନ ଦହି ପଖାଳରେ: ଗାଁକୁ ବିପଦ ଆସିଲେ ଶୁଭେ ବଂଶୀ ସୁର

ବଅଁରପାଳ, ୩୦।୫: ଗଡ଼ଦୁର୍ଗ ଭାବେ ପରିଚିତ ବଅଁରପାଳ ବ୍ଲକ ବଳରାମପ୍ରସାଦର ପାଟଣା ଠାରେ ରହିଛି ଅନେକ ଦେବଦେବୀ ପୀଠ। ହେଲେ ପ୍ରଭୁ ମନ୍ଦୋରଧର ସେଥିରୁ ଅନ୍ୟତମ। ବିଷ୍ଣୁଙ୍କ ଅବତାର ଭାବେ ରାଜାରାଜୁଡ଼ା ଅମଳରୁ ଠାକୁର ଏଠାରେ ପୂଜା ପାଇ ଆସୁଛନ୍ତି। ପ୍ରତ୍ୟେକ୍ଷ…

ପ୍ରସ୍ତୁତ ହେବ ବିକାଶମୂଳକ ଯୋଜନା:ବଦଳିବ ସହରାଞ୍ଚଳ କଳେବର

ଢେଙ୍କାନାଳ ଅଫିସ,୩୦।୫: ବଦଳିବ ଢେଙ୍କାନାଳ ଜିଲାର ପ୍ରମୁଖ ସହରାଞ୍ଚଳର କଳେବର। ସହରବାସୀ ଅତ୍ୟାଧୁନିକ ସୁବିଧା ହାତପାହାନ୍ତାରେ ପାଇବେ। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବ। ଏ ନେଇ ଖୁବ୍‌ଶୀଘ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କହିଛନ୍ତି।…

ଗୁଣାତ୍ମକ ଶିକ୍ଷାରେ ଜିଲା ପଛୁଆ: ମାଟ୍ରିକ ପରୀକ୍ଷାରେ ୪୦୦୦ ପିଲା ଫେଲ୍‌

ଢେଙ୍କାନାଳ ଅଫିସ, ୩୦ା୫: ଗୁଣାତ୍ମକ ଶିକ୍ଷାରେ ପଛରେ ପଡ଼ିଛି ଢେଙ୍କାନାଳ ଜିଲା। ମାଟ୍ରିକ ପରୀକ୍ଷାରେ ୪ ହଜାର ପିଲା ଅକୃତକାର୍ଯ୍ୟ ହେବା ପରେ ଏପରି ଚିତ୍ର ପଦାକୁ ଆସିଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛି ଜିଲା ଶିକ୍ଷା ବିଭାଗ। ଏହାପରେ ମାଟ୍ରିକ୍‌…

ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦ: ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା

ଢେଙ୍କାନାଳ ଅଫିସ, ୩୦।୫: ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ଅଞ୍ଚଳବାସୀ। ଅନବରତ ୧୨ ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍‌ କାଟ ପରେ ଅସହ୍ୟ ଗରମରେ ସନ୍ତୁଳି ହେଉଥିବା ଉତ୍ତ୍ୟକ୍ତ ଉପଭୋକ୍ତା ବୁଧବାର ରାତି…

ଢେଙ୍କାନାଳ କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ: ପାସ୍‌ ହାର ୭୧.୨୮%, ସୁବ୍ରତ ଟପ୍ପର

ଢେଙ୍କାନାଳ ଅଫିସ, ୩୦।୫: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ପରୀକ୍ଷା ଫଳ ବୁଧବାର ସକାଳ ସାଢ଼େ ୯ଟାରେ ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌ ହାର ରହିଛି ୭୧.୨୮%। ପଦାର୍ଥ ବିଜ୍ଞାନ ଛାତ୍ର ସୁବ୍ରତ କୁମାର ପଣ୍ଡା କଲେଜ ଟପ୍ପର ହୋଇଛନ୍ତି। ଏଗ୍ରିଗେଟ୍‌କୁ…

ଅନୁଗୋଳ ଷ୍ଟାଡିୟମରେ ଖୋଲିଲା ସରକାରୀ ଆମ୍ବ ବଜାର: ଚାଷୀ, ଖାଉଟିଙ୍କୁ ମିଳିବ ଲାଭ

ଅନୁଗୋଳ ଅଫିସ, ୩୦।୫: ଅନୁଗୋଳ ଜିଲାରେ ଉତ୍ତମ କିସମର ଆମ୍ବ ପ୍ରଦର୍ଶନ ସହ ସୁଲଭ ଦରରେ ବିକ୍ରି କରିବା ଉଦ୍ଦେଶ୍ୟରେ ବୁଧବାର ଅନୁଗୋଳ ଷ୍ଟାଡିୟମ ପାର୍ଶ୍ୱରେ ସରକାରୀ ଆମ୍ବ ବଜାର ଖୋଲାଯାଇଛି। ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଏହାକୁ ଉଦ୍‌ଘାଟନ…

ଅନୁଗୋଳ ପୌର କାର୍ଯ୍ୟାଳୟରେ ଜିଲାପାଳ: ସଫେଇ ସାର୍ଟିଫିକେଟ ଆଣିବାକୁ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୩୦।୫: ଅନୁଗୋଳ ପୌରାଞ୍ଚଳରେ ପରିମଳ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଶାସକ ତଥା ଜିଲାପାଳ ମନୋଜ କୁମାର ମହାନ୍ତି। ବୁଧବାର ଜିଲାପାଳ ପୌର କାର୍ଯ୍ୟାଳୟରେ ପହଞ୍ଚି ସଫେଇ ଓ କର୍ମଚାରୀଙ୍କ ଉପସ୍ଥାନ ଯାଞ୍ଚ କରିବା ସହ ଅସନ୍ତୋଷ…

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେନି ନବୀନ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ନରେନ୍ଦ୍ର ମୋଦି ଲଗାତ।ର ଦ୍ୱିତୀୟଥର ପାଇଁ ଗୁରୁବାର ପ୍ରଧାନମନ୍ତ୍ରୀ ପଦର ଶପଥ ନେବେ। ଏହି ଶପଥ ଗ୍ରହଣ ଉତ୍ସବକୁ ଦେଶବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। ଅନୁରୂପଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ହେଲେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri