ବଲାଣିରୁ ଚାଲିବ ଟାଟା-ବଡବିଲ ପାସେଞ୍ଜର: ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକଙ୍କ ବଲାଣି ପରିଦର୍ଶନ

କେନ୍ଦୁଝର , ୯ା୮ (ସ୍ବ.ପ୍ର) – ଅନେକ ବର୍ଷ ପରେ ବଲାଣି ବାସୀଙ୍କର ସ୍ବପ୍ନ ସାକାର ହେବାକୁ ଯାଉଛି। ଟାଟା- ବଡବିଲ ପାସେଞ୍ଜର ଟ୍ରେନ୍‌ ଅଳ୍ପ କିଛି ମାସ ମଧ୍ୟରେ ବଲାଣିରୁ ଖାଦାନ ଷ୍ଟେଶନରୁ ଚାଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ା ଗୁରୁବାର ଦକ୍ଷିଣ-ପୂର୍ବ ରେଳ ପଥର ମହାପ୍ରବନ୍ଧକ ଲଳିତ ଚନ୍ଦ୍ର ତ୍ରିବେଦୀ ବଲାଣି ଖାଦାନ ପରିଦର୍ଶନରେ ଆସିଥିବା ବଲାଣି ବିକାଶ ପରିଷଦର ପ୍ରତିନିଧି ଦଳଙ୍କୁ ଏହି ସୂଚନା ଦେଇଛନ୍ତି। ତ୍ରିବେଦୀ ନୂତନ ଭାବେ ଦକ୍ଷିଣ- ପୂର୍ବ ରେଳପଥର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବଲାଣି ଖାଦାନ ଷ୍ଟେଶନକୁ ଏହା ହେଉଛି ତାଙ୍କର ପ୍ରଥମ ପରିଦର୍ଶନ। ପରିଦର୍ଶନ ସମୟରେ ଦକ୍ଷିଣ- ପୂର୍ବ ରେଳ ପଥର ଚକ୍ରଧରପୁର ଡିଭିଜନର ଡିଆରଏମ ଛତ୍ରପାଲ ସିଂହଙ୍କ ସହ ଦକ୍ଷିଣ-ପୂର୍ବ ରେଳ ପଥର ଅନେକ ଉଚ୍ଚପଦାଧିକାରୀ ଉପସ୍ଥିତିରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ବଲାଣି ଖାଦାନ ଷ୍ଟେଶନରେ ଓହ୍ଲାଇଥିଲେ। ପରେ ପ୍ରବନ୍ଧକ କାର୍ତ୍ତିକ ନାୟକ ଓ ପରିଦର୍ଶନକାରୀ ଦଳଙ୍କୁ ସ୍ବାଗତ କରିଥିଲେ ା ପରେ ବଲାଣି ଖଣିର ମହାପ୍ରବନ୍ଧକ ଅରୁଣ କୁମାର ମିଶ୍ର ବଲାଣି ଖଣିର ଲୋଡିଂ ପ୍ଲାଣ୍ଟ ପରିଦର୍ଶନ କରାଇଥିଲେ ା ଏହା ପରେ ବଲାଣି ବିକାଶ ପରିଷଦର ଆବାହକ ଶୁବାଶିଷ ନନ୍ଦ, ସଭାପତି ଲମ୍ବୋଦର ପଲେଇ, ସମ୍ପାଦକ ଶିବାଶିଷ ନନ୍ଦ ଏବଂ କମଳଲୋଚନ ମହାନ୍ତି ପ୍ରମୁଖ ତ୍ରିବେଦୀଙ୍କ ସହ ଟାଟା-ବଡବିଲ ପାସେଞ୍ଜର ଟ୍ରେନ୍‌କୁ ବଲାଣି ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ନେଇ ଆଲୋଚନା କରିବା ସହିତ ଦାବି ଉପସ୍ଥାପିତ କରିଥିଲେ। ତେବେ ଦକ୍ଷିଣ- ପୂର୍ବ ରେଳ ପଥ ପକ୍ଷରୁ ଟାଟା-ବଡବିଲ ପାସେଞ୍ଜର ଟ୍ରେନକୁ ଚଳାଚଳ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ନେଇ ସୂଚନା ଦେବା ସହିତ କିଛି ମାସରେ ଷ୍ଟେଶନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରକାଶ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?