ରାସ୍ତାରେ ପୁଣି ପଡ଼ୁଛି ପିଲେଟ: ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର; ପ୍ରତିଦିନ ଟ୍ରକ, ଡମ୍ପରରେ ହେଉଛି ପରିବହନ

ଯୋଡ଼ା, ୯।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ରାଜ୍ୟ ରାଜପଥ ନଂ ୨ ମୁଖ୍ୟ ରାସ୍ତାରେ ଟ୍ରକ, ଡମ୍ପର ଦ୍ୱାରା ପରିବହନ ହେଉଥିବା ଲୁହାପଥର ଗୋଲି ପିଲେଟ୍‌ ରାସ୍ତାରେ ପଡୁଥିବାରୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏପରି ଅଭିଯୋଗ ହୋଇଥିଲା। ଜିଲା ପ୍ରଶାସନ ତରଫରୁ କଡ଼ା ନିୟମ ମଧ୍ୟ ଗ୍ରହଣ କରାଯାଉଥିଲା। କିନ୍ତୁ ଏହି ନିୟମକୁ ଧୀରେ ଧୀରେ ସମସ୍ତେ ଅବମାନନା କରୁଥିବା ଦେଖାଦେଇଛି। ଯୋଡା ସହର ମଧ୍ୟ ଦେଇ ଯାଇଥିବା ଏହି ରାଜପଥର ବାଂଶପାଣି ଓଭରବ୍ରିଜ୍‌, ମଙ୍ଗଳାମନ୍ଦିର ଛକ ଓ ମହାବୀର ଛକ, ଧରଣୀଧର ଛକ,ଷ୍ଟେଟ୍‌ ବ୍ୟାଙ୍କ ଛକ, ଠାରେ ବିପୁଳ ପରିମାଣରେ ଏହି ଲୁହାପଥର ଗୋଲି(ପିଲେଟ୍‌) ଟ୍ରକରୁ ଖସି ପଡିଥିବାରୁ ଦୁଇ ଚକିଆ ଯାନ, ସାଇକେଲ୍‌ ଆରୋହୀ ଏପରିକି ପଥଚାରୀମାନେ ମଧ୍ୟ ଯାତାୟାତରେ ହଇରାଣ ହେଉଛନ୍ତି।
ଏକାଧିକ ଦୁଇ ଚକିଆ ଗାଡି ଉକ୍ତ ପିଲେଟ୍‌ରେ ଖସଡା ଖାଇ ଦୁର୍ଘଟଣାଗ୍ରସ୍ତ ହେଉଥିବା ଖବର ରହିଛି ା ପିଲେଟ୍‌ ଗୁଡିକୁ ସଂପୃକ୍ତ କମ୍ପାନୀ ପକ୍ଷରୁ ଝାଡୁ ମରାଯାଇ ରାସ୍ତା କଡରେ ଜମା କରି ରଖାଯାଉଥିବାରୁ ଅସୁବିଧା ହେଉଛି। ଅତୀତରେ ସହରରେ ଏହି ପିଲେଟ୍‌ ପଡିବା ଘଟଣାକୁ କେନ୍ଦ୍ର କରି ବିଭିନ୍ନ ସମୟରେ ରାସ୍ତା ରୋକୋ , ଜନଆନ୍ଦୋଳନ ହୋଇଥିଲା। ପ୍ରଶାସନ ପକ୍ଷରୁ ଏନେଇ କଡା ନିୟମ ଜାରି କରାଯାଇଥିଲା ା ଚମ୍ପୁଆ ଉପଜିଲାପାଳ ପାରୁଲ୍‌ ପଟାଓ୍ବାରୀ ସମ୍ପୃକ୍ତ ପରିବହନ ଠିକା ସଂସ୍ଥା ମାନଙ୍କ ଉପରେ କଟକଣା ଜାରି କରିଥିଲେ ା ପରିବହନ ବେଳେ ଘୋଡଣି ଲଗାଇବା ଏବଂ ଟ୍ରକରୁ ଯେପରି ପିଲେଟ୍‌ ଗୋଲି ନଖସିବ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରି ପରିବହନ କରିବା ପାଇଁ ନିର୍ଦ୍ଦେଶ କରାଯାଇଥିଲା। ହେଲେ ବର୍ତ୍ତମାନ ଏହା ପ୍ରଶାସନର ନଜର ଆଢୁଆଳରେ ରହୁଥିବାରୁ ପରିବହନ ଠିକା ସଂସ୍ଥା ମାନେ ବେପରୁଆ ଭାବେ ପିଲେଟ୍‌ ପରିବହନ କରୁଛନ୍ତି। ଯାହା ଫଳରେ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ତେଣେ କିଛି ପିଲେଟ ପରିବହନକାରୀ ସଂସ୍ଥା ଅଞ୍ଚଳର କେତେକ ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ନିଯୁକ୍ତି ଦେଇ ସାଧାରଣ ଲୋକଙ୍କର ପ୍ରତିବାଦର ସ୍ବରକୁ ଧମକ ଦେଇ ଦମନ କରୁଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ଯୋଡାର ବରିଷ୍ଠ ନାଗରିକ ସୋମନାଥ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପିଲେଟ୍‌ ଗୁଡିକ ବୃତ୍ତାକାର ହୋଇଥିବାରୁ ଗୋଡ ଖସିଯାଇ ବହୁ ଲୋକ ଆହତ ହେଉଛନ୍ତି। ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ଯୋଡା ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?