ଟଳିନି ରାଜ୍ୟରେ ବନ୍ୟା ସ୍ଥିତି: ବହୁ ଲୋକ ଜଳବନ୍ଦୀ, ଆଜି ପ୍ରବଳ ବର୍ଷା
ଭୁବନେଶ୍ୱର, ୧୯ା୮(ବ୍ୟୁରୋ): ରାଜ୍ୟରେ ବନ୍ୟା ସ୍ଥିତି ଟଳିଯାଇଛି ବୋଲି ସରକାର କହୁଛନ୍ତି। କିନ୍ତୁ ଏବେବି ରାଜ୍ୟର ତଳିଆ ଅଞ୍ଚଳରେ ପାଣି ମାଡ଼ିବାରେ ଲାଗିିଛି। ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ ଜିଲାର କିଛି ସ୍ଥାନରେ ପାଣି ଜମି…
ଯାଜପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ : ତିତ୍ଲି ନାମରେ ଦେଢ଼ କୋଟି ଆତ୍ମସାତ୍
ଯାଜପୁର ଅଫିସ,୧୯ା୮: ଯାଜପୁର ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍ଏସ୍) ବିଭାଗରେ ଏସ୍ଆରସି (ସ୍ପେଶିଆଲ ରିଲିଫ କମିଶନର) ପାଣ୍ଠିରୁ ତିତ୍ଲି ନାମରେ ଆବଣ୍ଟିତ ୧କୋଟି ୫୨ଲକ୍ଷ ୮୫ହଜାର ଟଙ୍କା ଆତ୍ମସାତ୍ ହୋଇଛି। ଜଣେ ଉଚ୍ଚ ପଦାଧିକାରୀଙ୍କ ପରୋକ୍ଷ ସହଯୋଗରେ…
ହୀରାକୁଦ ଡ୍ୟାମ୍ରେ ଖୋଲିଲା ଆଉ ଦୁଇଟି ଗେଟ୍
ସମ୍ବଲପୁର,୧୮।୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍ରୁ ଶନିବାର ୫ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ରବିବାର ସକାଳେ ପୁଣି ଦୁଇଟି ଗେଟ ଖୋଲାଯାଇଛି। ମୋଟ ୭ଟି ଗେଟ୍ରେ ପ୍ରତି ସେକେଣ୍ଡରେ ୧ଲକ୍ଷ ୨୭ ହଜାର ୪୮୧ କ୍ୟୁସେକ୍ ଜଳ ନିଷ୍କାସନ…
୨୪ ଘଣ୍ଟା ମଧ୍ୟରେ ଲଘୁଚାପ : ୫ ଜିଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର,୧୮।୮(ବ୍ୟୁରୋ): ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଉତ୍ତର…
ଭିଡିପି ଆସୋସିଏଟ ସର୍ଭେ: ଶୀର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ୨ୟରେ ଯୋଗୀ, ଜଗନ ତୃତୀୟ
ଭୁବନେଶ୍ୱର,୧୮।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ନେଇ ରାଜ୍ୟବାସୀ ସନ୍ତୁଷ୍ଟ ଅଛନ୍ତି। ସାରା ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପ୍ରଦର୍ଶନକୁ ଭିତ୍ତିକରି ପ୍ରସ୍ତୁତ ଏକ ରିପୋର୍ଟରେ ନବୀନ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି। ଭିଡିପି ଆସୋସିଏଟ ପକ୍ଷରୁ କରାଯାଇଥିବା ସର୍ଭେରୁ…
କମୁଛି ସବୁ ନଦୀ ଜଳସ୍ତର, ଆଜି ଝଡ଼ତୋଫାନ ସହ ବଜ୍ରପାତ ଆଶଙ୍କା
ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଉପର ମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ଼ ବନ୍ୟାର ଭୟ ଟଳିଯାଇଛି। ମହାନଦୀ ସମେତ ପ୍ରାୟ ସମସ୍ତ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ଡେପୁଟି…
ଚିଲିକାରେ ମାଲେସିଆ ଜାହାଜ ଅଟକିବା ଘଟଣା: ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଜଙ୍ଗଲ ବିଭାଗର ଭିନ୍ନ ମନ୍ତବ୍ୟ
ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଯାନ୍ତ୍ରିକ ତ୍ରୁଟି ଯୋଗୁ ମାଲେସିଆର ପଣ୍ୟବାହୀ ଜାହାଜ ‘ଟଗ୍ ଜିନ୍ ହୱା ୩୨’ ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ଚିଲିକା ମୁହାଣର ରାଜହଂସ ଓ ଖିରିସାହି ଗାଁ ନିକଟ ବଙ୍ଗୋପସାଗର ଉପକୂଳରେ ୧୧ଦିନ ହେବ ଅଟକି…
ଜଷ୍ଟିସ ଡ. ଅରିଜିତ ପଶାୟତଙ୍କୁ ଭୂମିଗୌରବ ସମ୍ମାନ
କଟକ ଅଫିସ,୧୮।୮: କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରସ୍ବତ ପୀଠ ସାରଳା ଭବନଠାରେ ଶନିବାର ସାରଳା ସାହିତ୍ୟ ସଂସଦ ଓ ଚେଳିତୋଳ କଲଚରାଲ ଏକାଡେମୀର ମିଳିତ ଆନୁକୂଲ୍ୟରେ ସୁପ୍ରିମକୋର୍ଟର ପ୍ରାକ୍ତନ ବିଚାରପତି ଡ.ଅରିଜିତ ପଶାୟତଙ୍କ ୭୫ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି। ଏଥିରେ…
ବମ୍ବେରେ ନୀତି ଆୟୋଗର ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକ: ପ୍ରାଣୀପାଳନ, ମତ୍ସ୍ୟଚାଷ କ୍ଷେତ୍ରକୁ ବୀମାଭୁକ୍ତ କରାଯାଉ
ଭୁବନେଶ୍ୱର,୧୮।୮(ବ୍ୟୁରୋ): କୃଷି କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିବା ଆବଶ୍ୟକ। କୃଷି କ୍ଷେତ୍ରରେ କୃଷକମାନଙ୍କର ଦକ୍ଷତା ବୃଦ୍ଧି, କୃଷି ଓ କୃଷିଜାତ ଦ୍ରବ୍ୟର ପରିଚାଳନା, କୃଷି ବଜାର ସମ୍ବନ୍ଧୀୟ ଜ୍ଞାନ ଏବଂ ବଳକା କୃଷିଜାତ ଦ୍ରବ୍ୟର ରପ୍ତାନି ସମ୍ବନ୍ଧୀୟ ଜ୍ଞାନକୌଶଳ ଆଦିର ବିକାଶ…
୧୯ରେ ଭଙ୍ଗାଯିବ ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା: ଆସିଲା କଣ୍ଟେନର; ଚାଲିବ ସୂଚନା କେନ୍ଦ୍ର, ପୋଲିସ ଫାଣ୍ଡି
ପୁରୀ ଅଫିସ,୧୮।୮: ମେଘନାଦ ପାଚେରି ଚତୁଃପାର୍ଶ୍ୱକୁ ମୁକ୍ତ ରଖିବା ଲାଗି ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ଆସନ୍ତା ୧୯ ତାରିଖରେ ଭଙ୍ଗାଯିବ। ମୁଖ୍ୟ ମନ୍ଦିର ସହିତ ସମ୍ପର୍କ ନ ଥିବା ସବୁ ନିର୍ମାଣକୁ…
ଛତୁଆର ମାନ ବୃଦ୍ଧି ସହ ପୁଷ୍ଟିସାଧନ ଲକ୍ଷ୍ୟ: ‘ମୋ ଛତୁଆ’ ୱେବ୍ସାଇଟ୍, ଆପ୍ ଉନ୍ମୋଚିତ
ଭୁବନେଶ୍ୱର,୧୮।୮(ବ୍ୟୁରୋ):ସମନ୍ବିତ ଶିଶୁ ବିକାଶ ଯୋଜନାରେ ପରିପୂରକ ଖାଦ୍ୟ କାର୍ଯ୍ୟକ୍ରମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ଛତୁଆ ଯୋଗାଣ ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଏବଂ କ୍ରିୟାଶୀଳତା ଆଣିବା ଲକ୍ଷ୍ୟ ରଖାଯାଇଛି। ଏହିକ୍ରମରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ‘ମୋ ଛତୁଆ’…
ଶ୍ରୀଲିଙ୍ଗରାଜ ମନ୍ଦିରର କୀର୍ତ୍ତିରାଜି ସତ୍ତା ହରାଇବାକୁ ମସୁଧା: ପୁଣି ସ୍ଥାପନ କରାଗଲାନି ବୃଷଭ
ପୁରୁଣା ଭୁବନେଶ୍ୱର,୧୮।୮(ଡି.ଏନ.ଏ.): ଏକାମ୍ର କ୍ଷେତ୍ରର ଅନେକ ପ୍ରାଚୀନ ମନ୍ଦିରର କୀର୍ତ୍ତିରାଜି ବିଭିନ୍ନ କାରଣରୁ ସତ୍ତା ହରାଉଛି। ଏହି ପରିପ୍ରେକ୍ଷୀରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଏକ ବ୍ୟତିକ୍ରମରୁ ମନ୍ଦିରର ସୂକ୍ଷ୍ମ କୀର୍ତ୍ତିରାଜିଗୁଡିକୁ ଅବ୍ୟବସ୍ଥିତ କରିବାକୁ ମଧ୍ୟ ପ୍ରଚ୍ଛଦ ପଟରେ ମସୁଧା ଚାଲିଥିବା ଗର୍ଭଗୃହର ଏକ…

