ଏନଏସିର ପଲିଥିନ ଚଢ଼ାଉ ଅଭିଯାନ
ବିଜେପୁର, ୧୨।୬ (ଡି.ଏନ.ଏ): ବିଜେପୁର ଏନଏସି ପକ୍ଷରୁ ବୁଧବାର ସ୍ଥାନୀୟ ସହରର ବ୍ୟବସାୟିକ ପ୍ରତିଷ୍ଠାନରେ ପଲିଥିନ ଚଢ଼ାଉ କରାଯାଇଥିଲା । ଏଥିରେ ୧୦ କେଜି ଓଜନର ପଲିଥିନ ଜବତ ହୋଇଛି । ସ୍ବଚ୍ଛ ଓ ସୁନ୍ଦର ଓଡିଶା ଗଠନ ପାଇଁ ପରିବେଶ…
ଅଂଶୁଘାତରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ
ବେଗୁନିଆପଡା,୧୨।୬(ଡି.ଏନ୍.ଏ.)- କ୍ଷେତ୍ର ପରିଦର୍ଶନ କରି ଫେରୁଥିବାବେଳେ ବୁଧବାର ବେଗୁନିଆପଡା ବ୍ଲକ କନିଷ୍ଠ ଯନ୍ତ୍ରୀ ସୁଧୀର କୁମାର ହୋତାଙ୍କ ମୃତ୍ୟୁ ଘଟିଛି। ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ। ପ୍ରକାଶ ଯେ,…
ମଦ କାରବାର ବନ୍ଦ ପ୍ରତିବାଦରେ ବିକ୍ଷୋଭ
ତାଳଚେର, ୧୨ା୬(ନି.ପ୍ର.): ତାଳଚେର ବ୍ଲକ କଣ୍ଡାଳ ପଞ୍ଚାୟତରେ ବେଆଇନ ମଦ କାରବାର ବନ୍ଦ କରାଯିବା ଦାବିରେ ବୁଧବାର ପଞ୍ଚାବାସୀ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ପଞ୍ଚାୟତରେ ତାଳବେଡା, ବାଲୁଙ୍ଗା, ବନମାଳିପୁର, ବିଦ୍ୟାଧରପୁର, ଯଦୁନାଥପୁର, ମଦନମୋହନପୁର, ବାଲୁଙ୍ଗା ହଟିଙ୍ଗ ଆଦି…
ସୋଲାର ମାଧ୍ୟମରେ ଗ୍ରାମକୁ ହେବ ଜଳ ଯୋଗାଣ
ବଇଣ୍ଡା,୧୨।୬(ଡି.ଏନ.ଏ.): ଗ୍ରାମାଞ୍ଚଳ ଓ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଲୋକେ ପାନୀୟ ଜଳ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମଋତୁରେ ଏହି ସମସ୍ୟା ଆହୁରି ଜଟିଳ ହୋଇପଡ଼ୁଛି। ତେବେ ଜନସାଧାରଣ ଏହି ସମସ୍ୟା ଆଉ ଭୋଗିବେ ନାହିଁ। ସୋଲାର…
ଏସ୍ପିଙ୍କ ଅଫିସ ସମ୍ମୁଖରେ ନିର୍ଯାତିତା ମା’ ଝିଅଙ୍କ ଧାରଣା
ଭଦ୍ରକ ଅଫିସ, ୧୨।୬: ପୋଲିସ ଅଭିଯୋଗକୁ ଗୁରୁତ୍ୱ ନ ଦେବାରୁ ଜଣେ ନିର୍ଯାତିତା ମହିଳା ଓ ତାଙ୍କ ୫ ବର୍ଷର ଝିଅ ବୁଧବାର ଭଦ୍ରକ ଜିଲା ଏସ୍ପିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ଏସ୍ପି ରାଜେଶ ପଣ୍ଡିତ ଉକ୍ତ ମହିଳାଙ୍କୁ ଡାକି…
ଡିଆରଡିଓକୁ ସଫଳତା:ଏଚଏସଟିଡିଭି ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ୍, ୧୨।୬: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ବୁଧବାର ଏକ ବଡ ସଫଳତା ମିଳିଛି। ଧାମରାଠାରେ ଥିବା ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡ୍ରୁ ହାଇପରସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେସନ ଭେହିକିଲ୍(ଏଚଏସଟିଡିଭି)ର ସଫଳ ପରୀକ୍ଷଣ କରାଯାଇଛି। ଏହି ଭେହିକିଲ୍…
ଗଠନ ହେଲା ଭାଜପା ସଂସଦୀୟ କାର୍ଯ୍ୟନିର୍ବାହୀ କମିଟି: ଧର୍ମେନ୍ଦ୍ର, ଜୁଏଲ ହେଲେ ସ୍ବତନ୍ତ୍ର ଆମନ୍ତ୍ରିତ ଅତିଥି
ଭୁବନେଶ୍ୱର,୧୨।୬(ବ୍ୟୁରୋ): ବୁଧବାର ଭାଜପାର ସଂସଦୀୟ କାର୍ଯ୍ୟନିର୍ବାହୀ କମିଟି ଗଠନ ହୋଇଛି। ଏହି କମିଟିରେ ଓଡ଼ିଶାର ୩ ପ୍ରମୁଖ ଭାଜପା ନେତାଙ୍କୁ ସ୍ଥାନ ମିଳିଛି। ବରଗଡ଼ ଏମ୍ପି ସୁରେଶ ପୂଜାରୀ ଲୋକ ସଭା ସଚେତକ ହୋଇଥିବା ବେଳେ ସୁନ୍ଦରଗଡ଼ ଏମ୍ପି ଜୁଏଲ୍ ଓରାମ…
ସୁରେଶ ପୂଜାରୀଙ୍କୁ ନୂଆ ଦାୟିତ୍ୱ: ହେଲେ ଲୋକ ସଭା ସଚେତକ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ଭାଜପାର ସଂସଦୀୟ କାର୍ଯ୍ୟନିର୍ବାହୀ କମିଟି ଗଠନ ପରେ ବୁଧବାର ବରଗଡ଼ ଏମ୍ପି ସୁରେଶ ପୂଜାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ। ଲୋକ ସଭାର ସଚେତକ ଭାବେ ତାଙ୍କୁ ଦାୟିତ୍ୱ ମିଳିଛି। ଓଡ଼ିଶା ସହ ମଣିପୁର ଓ ତେଲେଙ୍ଗାନା ରାଜ୍ୟର ସଚେତକ ଭାବେ…
ନବୀନଙ୍କୁ ନରସିଂହଙ୍କ ସମର୍ଥନ ସହ ସମାଲୋଚନା: କହିଲେ ଓଡ଼ିଶାକୁ ‘ଫୋକସ୍ ଷ୍ଟେଟ୍’ ଦାବି ଯୁକ୍ତିଯୁକ୍ତ; ‘ସ୍ବତନ୍ତ୍ର ରାଜ୍ୟ ପାହ୍ୟା’ ଦାବି ନେଇ ଉତ୍ତର ରଖିବା ଉଚିତ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ଗୋଟିଏ ପଟେ ପ୍ରଶଂସା ଆଉ ଗୋଟିଏ ପଟେ ସମାଲୋଚନା। ଏପରି କିଛି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଗୋଟିଏ ପ୍ରସଙ୍ଗରେ ସମାଲୋଚନା କରିବା ସହ ଅନ୍ୟଟିରେ ପ୍ରଶଂସା କରିଛନ୍ତି। ନବୀନ କେନ୍ଦ୍ର…
କଟକବାସୀଙ୍କ ଲାଗି ପାଇଲଟ ପ୍ରୋଜେକ୍ଟ, ପ୍ରତି ଘରକୁ ମିଳିବ ଗୋଟିଏ ବାଲ୍ଟି: ପ୍ରତାପ ଜେନା
କଟକ ଅଫିସ,୧୨।୬: କଟକବାସୀଙ୍କ ଲାଗି ସରକାରଙ୍କ ନୂଆ ଯୋଜନା। ଅଳିଆ ଆବର୍ଜନାକୁ ଏଣେ ତେଣେ କିମ୍ବା ନାଳ ନର୍ଦ୍ଦମାରେ ନ ଫିଙ୍ଗିବା ଲାଗି ନୂଆ ପନ୍ଥା ଅବଲମ୍ବନ କରିବାକୁ ଯାଉଛନ୍ତି ସରକାର। ଏଥିରେ ପ୍ରତି ଘରକୁ ମିଳିବ ଗୋଟିଏ ଗୋଟିଏ ବାଲ୍ଟି।…
ରଜ ପରେ ବାହାରିକ ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷା ଫଳ
ଭୁବନେଶ୍ୱର, ୧୨।୬(ବ୍ୟୁରୋ): ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ରଜ ପରେ ପ୍ରକାଶ ପାଇବ। ୧୭ କିମ୍ବା ୧୮ ତାରିଖ ବେଳକୁ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ…
ବାତ୍ୟା ମୁକାବିଲା ପାଇଁ ଓଡ଼ିଶାର ପରାମର୍ଶ ନେଲା ଗୁଜୁରାଟ
ଭୁବନେଶ୍ୱର, ୧୨।୬(ବ୍ୟୁରୋ): ସାମୁଦ୍ରିକ ଝଡ଼ (ବାୟୁ) ଗୁଜୁରାଟଆଡ଼କୁ ମୁହାଁଇଛି। ଗୁରୁବାର ପୂର୍ବାହ୍ନ ସୁଧା ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ବାତ୍ୟାକୁ କିପରି ମୁକାବିଲା କରାଯିବ ଏବଂ ଧନଜୀବନକୁ କିପରି ସୁରକ୍ଷିତ ରଖାଯାଇପାରିବ ସେ…
Archives


