ଟଳିନି ରାଜ୍ୟରେ ବନ୍ୟା ସ୍ଥିତି: ବହୁ ଲୋକ ଜଳବନ୍ଦୀ, ଆଜି ପ୍ରବଳ ବର୍ଷା

ଭୁବନେଶ୍ୱର, ୧୯ା୮(ବ୍ୟୁରୋ): ରାଜ୍ୟରେ ବନ୍ୟା ସ୍ଥିତି ଟଳିଯାଇଛି ବୋଲି ସରକାର କହୁଛନ୍ତି। କିନ୍ତୁ ଏବେବି ରାଜ୍ୟର ତଳିଆ ଅଞ୍ଚଳରେ ପାଣି ମାଡ଼ିବାରେ ଲାଗିିଛି। ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ ଜିଲାର କିଛି ସ୍ଥାନରେ ପାଣି ଜମି ରହିଥିବାରୁ ଲୋକେ ଘରୁ ବାହାରି ନ ପାରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନବିଲରେ ପାଣି ଜମି ରହିଥିବାରୁ ହଜାର ହଜାର ହେକ୍ଟର ଧାନ ଫସଲ ଉଜୁଡ଼ିବା ପରିସ୍ଥିତି ଉପୁଜିଛି। ଅନ୍ୟପକ୍ଷରେ କଟକ ଜିଲାରେ ବନ୍ୟା ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ସେହିପରି ବାଙ୍କୀ ଥାନା ଅନ୍ତର୍ଗତ ବରହମପୁରା ପଞ୍ଚାୟତ ହଳିଆ ସାହିର ବସନ୍ତ ସାମଲଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି। ରିପୋର୍ଟ ଅନୁସାରେ, ରବିବାର ସୁଦ୍ଧା ୧୪ ଜିଲାର ୫୧ ବ୍ଲକର ୨୦୯୧ ଗାଁ, ୯ ସହରାଞ୍ଚଳ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ୩ ଲକ୍ଷ ୩୨ ହଜାର ୬୮୨ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବାବେଳେ ୯୨,୪୮୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୧୯୮ ସ୍ଥାନରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଅପରପକ୍ଷେ ରାଜସ୍ବ ବିଭାଗ ଶୁକ୍ରବାର ରିପୋର୍ଟ ଦେଇଥିଲା ଯେ, ରାଜ୍ୟର ୧୪ ଜିଲାରେ ୪୬ ବ୍ଲକର ୨୦୩୧ ଗାଁ ଓ ୯ ସହରାଞ୍ଚଳ ପ୍ରଭାବିତ ହୋଇଛି। ୩,୧୧,୯୩୧ଜଣ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବାବେଳେ ୯୨,୩୧୭ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଗୋଟିଏ ଦିନ ପରେ ଆଉ ୫ ବ୍ଲକ, ୬୦ ଗାଁ ଓ ଅଧିକ ୨୦ହଜାର ୭୫୧ ଲୋକ ବନ୍ୟାରେ ପ୍ରଭାବିତ ହେଲେ। ତେଣୁ ବନ୍ୟା ପରିସ୍ଥିତି ଏବେ ବି ସଙ୍ଗିନ ଅଛି ବୋଲି ରିପୋର୍ଟରୁ ଜଣାପଡ଼ୁଛି। ସେପଟେ ବନ୍ୟାଞ୍ଚଳରେ ସଂକ୍ରାମକ ରୋଗ ବ୍ୟାପିବା ଆରମ୍ଭ କରିଥିବାରୁ ବିପନ୍ନଙ୍କ ଚିନ୍ତା ବଢ଼ିଛି।
ପୁରୀ ଜିଲାରେ ୭୯୧ ହେକ୍ଟର ଧାନଜମିରେ ପାଣି ମାଡ଼ି ଯାଇଛି। ସୋନପୁରରେ ୪ ବ୍ଲକ ଓ ୪୬ ଗାଁ ପ୍ରଭାବିତ ହୋଇଥିବାବେଳେ ସ୍ବାସ୍ଥ୍ୟ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଲୋକଙ୍କଠାରୁ ଆରମ୍ଭ କରି ଗୃହପାଳିତ ପଶୁ ସଂକ୍ରମଣର ଶିକାର ହେଲେଣି। ଏଥିପାଇଁ ୨ ମେଡିକାଲ ଟିମ୍‌ ଓ ଗୋଟିଏ ପ୍ରାଣୀ ଚିକିତ୍ସକ ଦଳ ନିୟୋଜିତ ରହିଛନ୍ତି। କଟକ ଜିଲାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୫୫୦ଜଣ ଲୋକ ଓ ୪୮୦ ଗୃହପାଳିତ ପ୍ରାଣୀ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ଏଠାରେ ମଧ୍ୟ ସଂକ୍ରାମକ ରୋଗ ବ୍ୟାପିଥିବାରୁ ୨ଟି ମେଡିକାଲ ଟିମ୍‌ ଓ ଗୋଟିଏ ପ୍ରାଣୀ ଚିକିତ୍ସକ ଦଳକୁ ନିୟୋଜିତ କରାଯାଇଛି। ସେହିପରି ବଲାଙ୍ଗୀର ଜିଲାରେ ମଧ୍ୟ ୩ ମେଡିକାଲ ଟିମ୍‌ ନିୟୋଜିତ କରାଯାଇଛି। ବିପନ୍ନ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଏବେବି ୧୨ ଜିଲାରେ ୧୫ ଓଡ୍ରାଫ ଓ ଗୋଟିଏ ଏନ୍‌ଡିଆରଏଫ୍‌ ଟିମ୍‌ ନିୟୋଜିତ ଅଛନ୍ତି।

ଏପରିସ୍ଥଳେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଜିଲାରେ ପ୍ରବଳ ବର୍ଷା ହେବ। ତେବେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ସମେତ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର ଓ ଭଦ୍ରକ ଜିଲାରେ ଝଡ଼ତୋଫାନ ସହିତ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ବର୍ଷା ଓ କାଳବୈଶାଖୀ ସୂଚନା ପାଇବା ପରେ ବନ୍ୟା ବିପନ୍ନଙ୍କ ନିଦ ହଜିଯାଇଛି। ପଶ୍ଚିମ, ଉତ୍ତର ଓ ଉପକୂଳ ଓଡ଼ିଶାରେ ଏବେ ବର୍ଷା ହେଲେ ବିପନ୍ନଙ୍କ ସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri