ପୂଜାସ୍ଥଳୀ ଥିଲେ ବି ହେଉନି ବିକାଶ

କେନ୍ଦୁଝର, ୨୧ା୮- ଅବହେଳିତ ପୂଜା ସ୍ଥଳୀଗୁଡିକର ପୁନରୁଦ୍ଧାର କରିବା ସହ ପୁରାତନ ସଂସ୍କୃତିର ସୁରକ୍ଷା ପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ବିକାଶ ହୋଇପାରୁନାହିଁ। ପ୍ରତ୍ୟେକ ଜିଲାରେ ସ୍ବତନ୍ତ୍ର ଉନ୍ନୟନ କାଉନସିଲ ଗଠନ କରାଯାଇ ଏହି ସବୁ ପୂଜାସ୍ଥଳୀ ଗୁଡିକର ସୁରକ୍ଷା କରିବା ସହ ବିକାଶ କରିବା ପାଇଁ ପଦକ୍ଷେପ ନିଆଯାଇଛି। କେନ୍ଦୁଝର ଜିଲାରେ ସମୁଦାୟ ୪୨୭ ପୂଜାସ୍ଥଳୀ ଚିହ୍ନଟ କରାଯାଇ ସେସବୁର ବିକାଶ କରାଯାଉଛି। ତେବେ ଏବେ ମଧ୍ୟ ବହୁ ପୂଜାସ୍ଥଳୀ ଏପରି ଅଛି ଯାହାର ଚିହ୍ନଟ ହୋଇ ପାରିନାହିଁ କିମ୍ବା ବିକାଶ ହୋଇ ପାରୁ ନାହିଁ। ଏମିତି କେତେକ ମନ୍ଦିର ଅଛି ଯାହାକୁ ନେଇ ଲୋକଙ୍କ ପ୍ରଗାଢ଼ ବିଶ୍ୱାସ ମଧ୍ୟ ରହିଛି। କୌଣସି ସୁବିଧା ନ ଥିବାରୁ ଲୋକେ ସେଠାକୁ ଯାଇ ହଇରାଣ ହରକତ ହେଉଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ହରିଚନ୍ଦନପୁର ବ୍ଲକର ତଅଁଳାହୋତା ଓ ଖୁଦପଶି ଗ୍ରାମରେ ଥିବା ମା ରଙ୍ଗାପାଟ ଶାଳ ସମେତ ଜିଲାର ଅନେକ ପୂଜାସ୍ଥଳୀର ବିକାଶ ହୋଇପାରିନାହିଁ। ଲୋକ ଦେଖାଣିଆ ଭାବେ କେତେକ ପୂଜା ସ୍ଥଳୀର ବିକାଶ କରାଯାଇ ଏଭଳି ଅନେକ ପୂଜାସ୍ଥଳୀକୁ ଅଣଦେଖା କରାଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
ହୁଣ୍ଡା ପଞ୍ଚାୟତ ଅଧୀନ ତଅଁଳାହୋତାଠାରେ ଥିବା ପୂଜାସ୍ଥଳୀରେ ବହୁ କାଳରୁ ସ୍ଥାନୀୟ ଲୋକ ମାନଙ୍କ ଆସ୍ଥାବିଶ୍ୱାସର ଦେବୀ ରଙ୍ଗାପାଟ ପୂଜାପାଇ ଆସୁଛନ୍ତି। ଅଶ୍ୱତଥ ବୃକ୍ଷ ମୂଳରେ ଦେବୀ ପୂଜାପାଇ ଆସୁଥିବା ବେଳେ ଆମ୍ବ, କୁସୁମ,ସାହାଡା,ବେଲ ଆଦି ଗଛ ଘେରି ରହିଛି ା ଏହି ଦେବୀଙ୍କ ଉପରେ ଲୋକଙ୍କ ଅଗାଢ ବିଶ୍ୱାସ ରହିଛି ା ଏଠାରେ ମାନସିକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକମତ ରହିଛି। ଏହି ପୂଜାସ୍ଥଳୀରେ ଲୋକେ ୭ ଦିନ ବା ୨୧ ଦିନ ମାନସିକ କରି ଅଧିଆ ପଡିରହିଥାନ୍ତି ବୋଲି ସ୍ଥାନୀୟ ନିବାସୀ ପ୍ରକାଶ ନାୟକ କହିଛନ୍ତି। କିନ୍ତୁ ଏହି ପୂଜାସ୍ଥଳୀରେ ପାଚେରୀ ନାହିଁ କିମ୍ବା ପାଣି ବ୍ୟବସ୍ଥା ନାହିଁ ା ପାଖରେ ଘର ନ ଥିବାରୁ ଭକ୍ତ ମାନେ ବହୁ ଅସୁବିଧା ଭୋଗନ୍ତି। ତେନ୍ତଳାପଶି ପଞ୍ଚାୟତର ଖୁଦପଶି ଗ୍ରାମରେ ରହିଥିବା ମା’ ରଙ୍ଗପାଟ ଠାକୁରାଣୀ ସ୍ଥାନରେ ମଧ୍ୟ ପାଚେରି ଓ ଅନ୍ୟାନ୍ୟ ବ୍ୟବସ୍ଥା ନ ଥିବାରୁ ଅବହେଳିତ ହୋଇ ରହିଛି ା
ସବୁଆଡେ ଜଙ୍ଗଲ ପଦା ହେବାକୁ ବସିଥିବା ବେଳେ ଏହି ପୂଜାସ୍ଥଳୀ ଗୁଡିକରେ ଥିବା ବିଭିନ୍ନ ପ୍ରକାରର ବୃକ୍ଷଲତା ଜଙ୍ଗଲ ପରିବେଶର ସୁରକ୍ଷା କରୁଛି ା ଏସବୁ କେବଳ ଧାର୍ମିକ ଦୃଷ୍ଟି କୋଣରୁ ସମୃଦ୍ଧ ନୁହେଁ। ଏହା ଗ୍ରାମରେ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିଥାଏ। ଏଣୁ ଏସବୁର ବିକାଶ ଓ ସୁରକ୍ଷା ହେବା ଜରୁରୀ ବୋଲି ପରିବେଶବିତ ଡ. ବିମ୍ବାଧର ବେହେରା କହିଛନ୍ତି। ପୂର୍ବତନ ଅଧ୍ୟକ୍ଷ ସ୍ବତନ୍ତ୍ର ଉନ୍ନୟନ କାଉନସିଲ ରାମରାୟ ମୁଣ୍ଡିଆ କହିଛନ୍ତି ଯେ ଯେଉଁ ସବୁ ପୂଜାସ୍ଥଳୀ ଚିହ୍ନଟ କରାଯାଇଥିଲା ଓ ଅର୍ଥ ଅନୁମୋଦିତ ହୋଇଥିଲା ସେସବୁର ଉନ୍ନତି କରଣ ଓ ବିକାଶ କରାଯାଇଛି ା ଯେଉଁ ସବୁ ରହିଯାଇଛି ସେସବୁ ପରବର୍ତ୍ତୀ ସମୟରେ ନୂତନ କାଉନସିଲ ନିଷ୍ପତ୍ତି କ୍ରମେ କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

(ନରେଶ ଚନ୍ଦ୍ର ପଟ୍ଟନାୟକ)


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?