କୂଳ ଖାଉଛି ବୁଢ଼ାବଳଙ୍ଗ :ଆତଙ୍କିତ ଅବସ୍ଥାରେ ୧୫ ପରିବାର

ବାଲେଶ୍ୱର ଅଫିସ, ୨୪।୮(ମାନସ ବିଶ୍ୱାଳ) -ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଦହପଡ଼ା ପଞ୍ଚାୟତ ଦହପଡ଼ା ଗ୍ରାମ ଦେଇ ପ୍ରବାହିତ ହୋଇଥିବା ବୁଢ଼ାବଳଙ୍ଗ ନଦୀ କୂଳ ଖାଇବାରେ ଲାଗିଛି। ବହୁ ସ୍ଥାନରେ ମାଟି ଅତଡ଼ା, ଗର୍ତ୍ତ ହୋଇ ନଦୀକୂଳରେ ଥିବା ବଡ଼ ବଡ଼ ଗଛଗୁଡ଼ିକ ମଧ୍ୟ ଉପୁଡି ପଡୁଛି। ନଦୀ ପାର୍ଶ୍ୱରେ ଥିବା ୧୫ରୁ ଊର୍ଦ୍ଧ୍ୱ ପରିବାରଙ୍କ ପାଖାପାଖି ୪୦ରୁ ୫୦ ଡିସିମିଲ ଜମି ବିଲୀନ ହେବା ସହ ଆଉ ମାତ୍ର ୨ଶହ ମିଟର ଦୂରରେ ନଦୀଟି ପ୍ରବାହିତ ହେଉଛି। ଆଉ କେତେଟା ବର୍ଷ ପରେ ଉକ୍ତ ଗ୍ରାମ ନଦୀରେ ବିଲୀନ ହେବାର ଆଶଙ୍କା କରି ନଦୀକୂଳବାସୀ ପରିବାର ଭୟଭୀତ ହୋଇପଡ଼ିଛନ୍ତି।
ଦହପଡ଼ା ଗ୍ରାମ ଏକ ଦ୍ୱୀପ ସଦୃଶ। ଗ୍ରାମର ଦୁଇ ପାର୍ଶ୍ୱରେ ବୁଢ଼ାବଳଙ୍ଗ ନଦୀ ଏବଂ ଅନ୍ୟ ଦୁଇ ପାର୍ଶ୍ୱରେ ଏହାର ଶାଖା ନଦୀ ପ୍ରବାହିତ ହେଉଛି। ନଦୀରେ ଟିକିଏ ବନ୍ୟା ଆସିଲେ ଚତୁଃପାର୍ଶ୍ୱରେ ପାଣି ମାଡ଼ିଯାଏ। ଚଳିତବର୍ଷ ଉପରମୁଣ୍ଡରେ ଲଗାଣ ବର୍ଷା ହେବା ଯୋଗୁ ନଦୀରେ ପ୍ରଥମ ବନ୍ୟାଜଳ ଆସିଥିଲା। ବନ୍ୟା ଛାଡ଼ିବା ପରେ ନଦୀ କୂଳରୁ ମାଟି ଅତଡ଼ା ଖାଇବା ସହ କିଛି ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଥିଲା। ନଦୀକୂଳରେ ଥିବା ୪ଟି ବଡ଼ ବଡ଼ ଗଛ ଉପୁଡ଼ି ଭାଙ୍ଗିପଡ଼ିଛି। ନଦୀଟି କେତେବେଳେ କୂଳ ଖାଇ ପାର୍ଶ୍ୱରେ ଥିବା ଘରଦ୍ୱାର ନଷ୍ଟ ହୋଇଯିବ ସେହି ଆଶଙ୍କାରେ ରହିଛନ୍ତି ନଦୀକୂଳରେ ଅବସ୍ଥିତ ୧୫ରୁ ଊର୍ଦ୍ଧ୍ୱ ପରିବାର ଲୋକେ। ପୂର୍ବରୁ ନଦୀଟି ଅପରପାର୍ଶ୍ୱରେ ଥିବା ଫୁଲାଡ଼ି ଗ୍ରାମର କୂଳ ଖାଉଥିଲା। ପ୍ରଶାସନ ପକ୍ଷରୁ ନଦୀର ଉଭୟ ପାର୍ଶ୍ୱରେ ପଥର ପ୍ୟାକିଂ ହୋଇଥିଲା। ସେହିପରି ନଦୀର ଅପରପାର୍ଶ୍ୱରେ ଏକ ବୃହତକାର ବାଲି ଉତ୍ସ ସୃଷ୍ଟି ହେବାରୁ ନଦୀ ସ୍ରୋତ କମ୍‌ ହେବା ସହ ବାଲିଚର ପଡୁଛି। ମାତ୍ର ଦହପଡ଼ା ପାର୍ଶ୍ୱରେ ନଦୀର ସ୍ରୋତ ଜୋର୍‌ ବୋହିବା ସହ କୂଳ ଖାଉଛି। ପ୍ରଶାସନ ପକ୍ଷରୁ ନଦୀବନ୍ଧରେ ପଥର ପ୍ୟାକିଂ ସହ କୃତ୍ରିମ ଭାବେ ସୃଷ୍ଟି ହୋଇଥିବା ବାଲି ଉତ୍ସକୁ ଖୋଳାଗଲେ ନଦୀର ସ୍ରୋତ ଉଭୟପାର୍ଶ୍ୱରେ ସମାନ ଭାବେ ପ୍ରବାହିତ ହେବ। ଫଳରେ ବିପଦ ଟଳିବ। ଗ୍ରାମ ତଥା ନଦୀକୂଳିଆ ପରିବାରର ହରେକୃଷ୍ଣ ପ୍ରଧାନ, ଗୌରାଙ୍ଗ ପ୍ରଧାନ, ଲମ୍ବୋଧର ପ୍ରଧାନ, ହେମନ୍ତ ପ୍ରଧାନ, ଯଶୋବନ୍ତ ପ୍ରଧାନ, ସରୋଜ ପ୍ରଧାନ, ମନ୍ମଥ ପ୍ରଧାନ, ଲକ୍ଷ୍ମୀ ମଣି ପ୍ରଧାନ, କନକଲତା ପ୍ରଧାନ, ଉଷାମଣି ପ୍ରଧାନ, ଅତ ପ୍ରଧାନ ପ୍ରମୁଖ ଏହାର ପ୍ରତିକାର ପାଇଁ ଦାବି ଜଣାଇଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଭୀମ ପ୍ରଧାନ କୁହନ୍ତି, ପୂର୍ବରୁ ନଦୀଟି ଫୁଲାଡ଼ି ପାର୍ଶ୍ୱରେ କୂଳ ଖାଉଥିବା ବେଳେ ପ୍ରାୟ ୧୦ବର୍ଷ ହେବ ସେଠାରେ ଏକ ବାଲି ଉତ୍ସ ଗଢ଼ି ଉଠିଛି। ଫଳରେ ସେପଟେ ନଦୀର ସ୍ରୋତ କମିବା ସହ ଆମ ପାର୍ଶ୍ୱରେ ନଦୀ କୂଳ ଖାଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ବାଲି ଉତ୍ସକୁ ଭାଙ୍ଗିଲେ ନଦୀର ସ୍ରୋତ ଉଭୟ ପାର୍ଶ୍ୱରେ ସମାନ୍ତରାଳ ଭାବେ ବୋହିବା ସହ ବିଶେଷ କ୍ଷତି ହେବ ନାହଁି ବୋଲି ପ୍ରକାଶ କରିଛନ୍ତି।
ବୃନ୍ଦାବନ ପ୍ରଧାନ କୁହନ୍ତି, ନଦୀଟି କୂଳ ଖାଇବାରେ ଲାଗିଛି। ଗତ ୫ବର୍ଷ ମଧ୍ୟରେ ବିଶେଷ ଭାବେ କୂଳରୁ ମାଟି ଅତଡ଼ା ଖାଇବା ସହ ଗର୍ତ୍ତମାନ ସୃଷ୍ଟି ହେଉଛି। ଏଥିରେ ଆମର ଜମିବାଡ଼ି ନଦୀ ଗର୍ଭରେ ମିଶିଗଲାଣି। ଫଳରେ ଆମେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛୁ।
ଏ ସମ୍ପର୍କରେ ଜିଲା ଜଳସେଚନ ବିଭାଜନ ଏସ୍‌ଡିଓ ନିର୍ମଳକାନ୍ତି ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦହପଡ଼ା ଗ୍ରାମର ସମସ୍ୟା ସହ ଅବଗତ ଅଛି। କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଛି। ବର୍ଷାଦିନରେ ନଦୀରେ ଜଳ ଅଧିକ ଥିବାରୁ ପଦକ୍ଷେପ ନେବା ସମ୍ଭବ ହୋଇପାରିନାହଁି। ଯଥାଶୀଘ୍ର ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡି: ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି, ଦୋକାନ-ବ୍ୟାଙ୍କରେ ନର୍ଦ୍ଦମା ଜଳ, ଜଳବନ୍ଦୀ ବସଷ୍ଟାଣ୍ଡ ବାସିନ୍ଦା

ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି।…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ନୂଆ ପ୍ରଦେଶ ପ୍ରଭାରୀ ଘୋଷଣା କଲା ଭାଜପା: ସ୍ମୃତି, ବୈଜୟନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ଓଡ଼ିଶା ଦାୟିତ୍ୱରେ କିଏ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?