ରାଜ୍ୟ

ରେଞ୍ଚ ମେଡିକାଲରେ ବ୍ୟାପକ ଅବ୍ୟବସ୍ଥା: ପ୍ରତିବାଦରେ ଅଞ୍ଚଳବାସୀଙ୍କ ଧାରଣା

ନିମାପଡ଼ା,୫।୯(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ରେଞ୍ଚ ଡାକ୍ତରଖାନାରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦ ଓ ୮ ଦଫା ଦାବିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ଗୁରୁବାର ମେଡିକାଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆନ୍ଦୋଳନକାରୀମାନେ ନିମାପଡ଼ା-ପିପିଲି ରାସ୍ତାର ରେଞ୍ଚ ଛକଠାରେ…

ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌: ବାପା ମୃତ, ପୁଅ ଗୁରୁତର; କ୍ଷତିପୂରଣ ଦାବିରେ ରାସ୍ତାରୋକୋ, ୨ ଘଣ୍ଟା ଧରି ବନ୍ଦ ରହିଲା ଯାତାୟାତ

ନିମାପଡ଼ା,୫।୯(ଡି.ଏନ୍‌.ଏ.): ପୁରୀ ଜିଲା ଖେଲାର-ବଳଙ୍ଗା ରାସ୍ତାର କଅଁରପୁର କଲେଜ ଛକ ନିକଟରେ ଗୁରୁବାର ସକାଳେ ଏକ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଉଭୟ ସମ୍ପର୍କରେ ବାପା-ପୁଅ ହୋଇଥିବା ସୂଚନା ମିଳିଛି। ମୃତକ…

ତଣ୍ଡ ଗଣୁଛନ୍ତି ନିୟମ ଉଲ୍ଲଂଘନକାରୀ, ସରକାରୀ ଗାଡ଼ିରୁ ୧୫ହଜାର ଜରିମାନା ଆଦାୟ

ଭୁବନେଶ୍ୱର,୫।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଦେଶବ୍ୟାପୀ ଲାଗୁ ହେବା ପରେ ରାଜ୍ୟରେ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ବେଆଇନ୍‌ ଗାଡ଼ି ଚାଳକମାନଙ୍କୁ ମୋଟା ଅଙ୍କର ଜରିମାନା ଲଗାଯାଉଛି। ବୁଧବାର ଜଣେ ଅଟୋ…

ଓଡ଼ିଶା ଆସିବେ ଜଗା-କାଳିଆ: ଦିଲ୍ଲୀ ଗଲେ ଦୁଇ ଡାକ୍ତର

କଟକ ଅଫିସ,୫।୯: ଓଡ଼ିଶା ଆସିବେ ଜଗା-କାଳିଆ। ଅପରେଶନ ମାଧ୍ୟମରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମ୍ସରୁ ସ୍ଥାନାନ୍ତର ହେବେ। ସେମାନଙ୍କୁ ଆଣିବା ଲାଗି ଗୁରୁବାର ଶିଶୁ ରୋଗ ବିଭାଗର ଦୁଇଜଣ ଡାକ୍ତର ଶିବ ଶଙ୍କର ବରିହା ଏବଂ…

ଜେଟଲୀଙ୍କ ପାଇଁ ସର୍ବଦଳୀୟ ଶୋକସଭା, ସ୍ମୃତିଚାରଣ କଲେ ନେତା

ଭୁବନେଶ୍ୱର,୫।୯(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅରୁଣ ଜେଟଲୀଙ୍କ ସ୍ମୃତିରେ ଗୁରୁବାର ଭୁବନେଶ୍ୱରରେ ଏକ ସର୍ବଦଳୀୟ ଶୋକସଭା ଅନୁଷ୍ଠିତ ହେଉଛି। ଏଥିରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ସମସ୍ତ ଦଳର ନେତାମାନେ ଉପସ୍ଥିତ ଅଛନ୍ତି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ…

ଛାତ୍ର ନିଖୋଜ, ଘରୁ ଟ୍ୟୁସନକୁ ବାହାରି ଫେରି ନାହାନ୍ତି

ଓଡଗାଁ, ୫।୯(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁରୁ ବୁଧବାର ସନ୍ଧ୍ୟାରେ ରାଜେନ୍ଦ୍ର କୁମାର ସାହୁ ନାମକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ନିଖୋଜ ଅଛନ୍ତି। ସେ ନିକଟସ୍ଥ ଗୋଡ଼ିପାଟଣା ଗ୍ରାମର ନିରଞ୍ଜନ ସାହୁଙ୍କ ପୁଅ ଏବଂ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ଛାତ୍ର ଅଟନ୍ତି। ରାଜେନ୍ଦ୍ର…

କୋଟପୁର ଗ୍ରାମରେ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଦଶରଥପୁର,୫।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ନିଜାମପୁର ପଞ୍ଚାୟତ କୋଟପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ ଗ୍ରାମର ଜଣେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଘନଶ୍ୟାମ ଖଟୁଆ(୭୦)…

ଶୁକ୍ରବାର ଓଡ଼ିଶା ଆସିବେ ଆମିକସ୍‌ କ୍ୟୁରୀ, ଅନୁଧ୍ୟାନ କରିବେ ପୁରୀ ସ୍ଥିତି

ପୁରୀ ଅଫିସ,୫।୯: ଶୁକ୍ରବାର ଆମିକସ୍‌ କ୍ୟୁରୀ ଓ ସଲିସିଟର ଜେନେରାଲ ଓଡ଼ିଶା ଆସିବେ। ପୂର୍ବରୁ ୭ ତାରିଖରେ ଆସିବାକୁ ସ୍ଥିର ହୋଇଥିବା ବେଳେ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏନେଇ ଗୁରୁବାର ପୁରୀ ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି। ତେବେ ପୁରୀରେ…

ଲଘୁଚାପ ବର୍ଷାରେ ବେହାଲ ବ୍ରହ୍ମପୁର: ରାସ୍ତାରେ ଲହଡ଼ି ମାରୁଛି ବର୍ଷାଜଳ, ଘରେ ପଶିଲା ନର୍ଦ୍ଦମା ପାଣି

ବ୍ରହ୍ମପୁର ଅଫିସ, ୫।୯-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ବୁଧବାର ବିଳମ୍ବିତ ରାତିରୁ ବର୍ଷା ଲାଗି ରହିଛି। ଭୋରରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗୋପାଳପୁର ପାଣିପାଗ କେନ୍ଦ୍ର ଇନ୍‌ଚାର୍ଜ ଉମାଶଙ୍କର ସାହୁଙ୍କ…

ଏଟିଏମ୍‌ ମେଶିନରେ ପରିସ୍ରା କଲେ କନଷ୍ଟେବଳ, ଭିଡିଓ ଭାଇରାଲ

ବାରିପଦା ଅଫିସ,୫।୯- ବାରିପଦା ମ୍ୟୁନିସିପାଲିଟି ସଂଲଗ୍ନ ଏକ ଏଟିଏମ୍‌ରେ ଜନୈକ ପୋଲିସ କର୍ମଚାରୀ ପରିସ୍ରା କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ସେ ମୟୂରଭଞ୍ଜ ପୋଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ବେଳେ ବିଶୃଙ୍ଖଳା ଆଚରଣ ପାଇଁ ୨ ବର୍ଷ ପୂର୍ବେ…

‘ଧରିତ୍ରୀ’ ପ୍ରଭାବ: ବ୍ଲକ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୁଶାନ୍ତ ୮ ବର୍ଷ ପରେ ନ୍ୟାୟ ପାଇଲେ

କୋରୁକୋଣ୍ଡା,୫।୯(ଡି.ଏନ୍‌.ଏ.): ଶୁଣିଲେ ସରକାର, ମିଳିଲା ସହାୟତା । ୮ ବର୍ଷ ପରେ ନ୍ୟାୟ ପାଇଲେ ସୁଶାନ୍ତ। ଘଟଣାଟି ହେଉଛି ମାଲକାନଗିରି ଜିଲା ଅନ୍ତର୍ଗତ କୋରୁକୋଣ୍ଡା ବିଡିଓଙ୍କ ଗାଡ଼ି ଚାଳକ ସୁଶାନ୍ତ କୁମାର ସାହୁଙ୍କ ଆତ୍ମହତ୍ୟା ଉଦ୍ୟମର କଥା। ମାଥିଲି ଅଞ୍ଚଳର ସୁଶାନ୍ତ…

ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରିବାକୁ ଚକ୍ରାନ୍ତ: ବ୍ରଜ ତ୍ରିପାଠୀ

ପୁରୀ ଅଫିସ୍‌,୫।୯:ପୁରୀରେ ଶ୍ରୀମନ୍ଦିର ସୁରକ୍ଷା ସୌନ୍ଦର୍ଯ୍ୟକରଣ ନାଁରେ ଚାଲିଥିବା ଉଚ୍ଛେଦକୁ ଶ୍ରୀକ୍ଷେତ୍ର ସୁରକ୍ଷା ଅଭିଯାନ ବିରୋଧ କରିଛି। ସରକାର ମନମୁଖି ଭାବେ ଏଭଳି ବେଆଇନ କାର୍ଯ୍ୟ ଚଳାଇଛନ୍ତି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ କହିଛନ୍ତି। ଗୁରୁବାର ଶ୍ରୀକ୍ଷେତ୍ର ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?