ରାଜ୍ୟ

ଘରୋଇ ହସ୍ପିଟାଲରେ ରୋଗୀ ହନ୍ତସନ୍ତ: କୋର୍ଟ, ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ହସ୍ପିଟାଲ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଘରୋଇ ହସ୍ପିଟାଲରେ ରୋଗୀମାନଙ୍କୁ ନିର୍ଯାତନା ଦିଆଯାଉଛି, ଏପରି କି ମୃତ୍ୟୁ ପରେ ମଧ୍ୟ ମୃତଦେହ ଛଡ଼ାଯାଉନାହିଁ। ଟଙ୍କା ଡିପୋଜିଟ୍‌ ନ କଲେ ଦୀର୍ଘ ସମୟ ଧରି ମୃତଦେହ ଅଟକ ରଖାଯାଉଛି। ସରକାରଙ୍କଠାରୁ ଜମି ନେଇ ହସ୍ପିଟାଲ କରୁଥିବା ଘରୋଇ ସଂସ୍ଥା…

ଭାଜପାର ‘ସଦସ୍ୟତା ଅଭିଯାନ’, ସାମିଲ ହେବେ ୧୦ ଲକ୍ଷ ଯୁବକ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଭାଜପା ପକ୍ଷରୁ ସଂଗଠନ ପର୍ବ ‘ସଦସ୍ୟତା ଅଭିଯାନ’ ଆରମ୍ଭ କରାଯାଇଛି। ଏଥିରେ ଦେଶ ତଥା ରାଜ୍ୟର ଯୁବପୀଢ଼ୀଙ୍କୁ ସାମିଲ କରାଯିବ। ନୂଆ ଭାରତ ତଥା ନୂଆ ଓଡ଼ିଶା ଲକ୍ଷ୍ୟ ରଖିଥିବା ୧୦ ଲକ୍ଷ ଯୁବକଙ୍କୁ ଜୁଲାଇ ୨୬ରୁ ଅଗଷ୍ଟ ୮…

ଶିଳ୍ପ ପାଇଁ ଜମି ନେଇ ସ୍କୁଲ, କଲେଜ ହୋଇଛି , ଏହାର ଯାଞ୍ଚ କରାଯାଉ: ସୁରେଶ ରାଉତରାୟ

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ଖୋର୍ଦ୍ଧା ଜିଲାରେ ରାଜ୍ୟସ୍ତରୀୟ ସିଙ୍ଗିଲ ଓ୍ବିଣ୍ଡୋ କମିଟି କର୍ତ୍ତୃପକ୍ଷଙ୍କ ଅନୁମୋଦିତ ଦ୍ୱାରା ୯ଟି ବୃହତ୍‌ ଶିଳ୍ପ ସ୍ଥାପିତ ହୋଇଛି। ସେଗୁଡିକ ହେଲା ହିନ୍ଦୁସ୍ଥାନ ଅର୍ବାନ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର, ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌, ଏସ୍‌ଏମ୍‌ଏସ୍‌ ଇଣ୍ଡିଆ, ଇନ୍‌ଣ୍ଡୋ ମେଶିଫ୍‌ ଫୁଡ୍‌ସ୍‌, ଅନ୍‌ମୋଲ ବିସ୍କୁଟ୍‌ସ୍‌,…

କ୍ରୀଡ଼ାକୁ ପ୍ରୋତ୍ସାହନ: ଖୁବ୍‌ଶୀଘ୍ର ଆସିବ ନୂଆ କ୍ରୀଡ଼ା ନୀତି

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ନୂତନ କ୍ରୀଡ଼ା ନୀତି (ସ୍ପୋର୍ଟସ୍‌ ପଲିସି) ଆସିବ। ଏଥିପାଇଁ ଚିଠା ନୀତି ପ୍ରସ୍ତୁତି ଚାଲିଛି। କ୍ରୀଡ଼ା ଓ କ୍ରୀଡ଼ା ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ଦେବା ସକାଶେ ଏଭଳି ପ୍ରଥମ ଥର ପାଇଁ ଏକ ସ୍ପୋର୍ଟସ୍‌ ପଲିସି ପ୍ରସ୍ତୁତ…

ରାଜ୍ୟରେ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୮୭ ସ୍ଥାନ ଚିହ୍ନଟ: ଉତ୍ପାଦନ ହେବ ୩୪୦ ମେଗାଓ୍ବାଟ୍‌

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ରାଜ୍ୟରେ ୧ରୁ ୨୫ ମେଗାଓ୍ବାଟ୍‌ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୮୭ଟି ସ୍ଥାନ ଚିହ୍ନଟ କରାଯାଇଛି। ଏହିସବୁ ପ୍ରକଳ୍ପ କେନ୍ଦ୍ରାପଡ଼ା, ରାୟଗଡ଼ା, ଫୁଲବାଣୀ, କୋରାପୁଟ, ଦେଓଗଡ଼, ଜଗତ୍‌ସିଂହପୁର, ସମ୍ବଲପୁର, ଅନୁଗୋଳ, ବରଗଡ଼, କେନ୍ଦୁଝର, କଳାହାଣ୍ଡି, ନୂଆପଡ଼ା, ଗଜପତି…

ପାଟକୁରାବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌: ଆପଣଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଚୟନ କରିଛି; ଅଞ୍ଚଳର ବିକାଶ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଶନିବାର ପାଟକୁରା ବିଧାନସଭା ନିର୍ବାଚନ। ଏହାର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ ଗୁରୁବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଗୋଟିଏ ପଟେ ଉକ୍ତ ଆସନକୁ ଭାଜପା ସ୍ବାଭିମାନ ଭାବେ ନେଇଥିବା ବେଳେ ବିଜେଡି ପାଇଁ ଏହା ସମ୍ମାନର ପ୍ରଶ୍ନ…

ସିଇଓଙ୍କୁ ଭାଜପାର ଫେରାଦ: ଡେରାବିଶ ବ୍ଲକରେ ହେଉଛି ମଦ କାରବାର; ଏବେ ବି ପାଟକୁରାରେ ବୁଲୁଛନ୍ତି ବିଜେଡି ବିଧାୟକ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଶନିବାର ପାଟକୁରାରେ ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବିଜେଡିର ବିଧାୟକ ତଥା ନେତାମାନେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରଚାର ଅବଧି ଶେଷ ହୋଇଥିବା ବେଳେ ଏବେ ବି ବିଜେଡିର ନେତାମାନେ ସେଠାରେ…

ଶନିବାର ପାଟକୁରା ନିର୍ବାଚନ: ଭାଜପା ବୁଥ୍‌ ଦଖଲ କରିବା ଆଶଙ୍କାରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୯।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଶନିବାର ଭୋଟ ଗ୍ରହଣ କରାଯିବ। ଏଥିନିମନ୍ତେ ଗୁରୁବାର ସନ୍ଧ୍ୟାରୁ ପ୍ରଚାର ଶେଷ ହୋଇଛି। ସାରା ରାଜ୍ୟର ନଜର ଏବେ ଉକ୍ତ ଆସନ ଉପରେ ଥିବା ବେଳେ ବିଜେଡି ଏହାକୁ ହାତେଇବାକୁ ପୂରା ଦମ୍‌ରେ…

ରାସ୍ତା ଖରାପ ଯୋଗୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ପ୍ରସୂତି

ମାଲକାନଗିରି,୧୯।୭(ସ୍ବ.ପ୍ର.): ଦୁର୍ଗମ ଗ୍ରାମକୁ ନାହିଁ ରାସ୍ତା। ଫଳରେ ଖଟିଆରେ ବୁହା ହେଲେ ପ୍ରସୂତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଧୁଙ୍ଗିଆପୁଟ ପଞ୍ଚାୟତ ବେଙ୍ଗପାଣି ଗ୍ରାମରେ। ଉକ୍ତ ଗ୍ରାମର ମଙ୍ଗଳା ପାଙ୍ଗିଙ୍କ ସ୍ତ୍ରୀ ସୁରିଆଙ୍କୁ ଖଟିଆରେ…

ନକଲି ମୋବିଲ କାରଖାନା ଠାବ: ୨ ଗିରଫ

ବାଲେଶ୍ୱର ଅଫିସ,୧୯।୭: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ଆରଡ଼ି ବଜାର ମଜିତ୍‌ ଗଳି ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ପୋଲିସ ଚଢ଼ାଉ କରି ନକଲି ମୋବିଲ କାରଖାନା ଠାବ କରିଛି। ଏଥିରେ ୨ଜଣଙ୍କୁ ଗିରଫ କରାଯିବା ସହ ୫ ଲକ୍ଷ ଟଙ୍କାର…

୩୦ ଫୁଟ ଲମ୍ବ ଲୁଣାଘେରି ବନ୍ଧରେ ଘାଇ: ଶତାଧିକ ଚାଷଜମିରେ ଧାନ ନଷ୍ଟ

ମହାକାଳପଡ଼ା,୧୯।୭(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଉଚ୍ଚ ଜୁଆର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଖରିନାସୀର ୮ଶହ ଏକର ଅଞ୍ଚଳରେ ଲୁଣାଘେରି ବନ୍ଧରେ ତିରିଶ ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଶତାଧିକ ଏକର ଚାଷଜମିରେ ସମୁଦ୍ର ଜୁଆର ଲୁଣିପାଣି…

ଅର୍ଥ ଥାଇ ହୋଇପାରିନି ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌

କଟକ ଅଫିସ,୧୯ା୭: ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ଏସ୍‌ସିବି ମେଡିକାଲକୁ ଆସିଥିବା ଲିଭର୍‌ ରୋଗୀମାନଙ୍କ ମଧ୍ୟରୁ ୧୧୯୬ ଜଣଙ୍କ ଲିଭର ପ୍ରତିରୋପଣ (ଲିଭର ଟ୍ରାନ୍ସପ୍ଲାଣ୍ଟ)ର ଆବଶ୍ୟକତା ଥିବା ଜଣାପଡ଼ିଛି। ବର୍ଷଓ୍ବାରୀ ଦେଖିଲେ ଏହି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। କାରଣ ୨୦୧୬-୧୭ରେ ୩୫୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri