ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୩୦।୮(ବ୍ୟୁରୋ) : ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ସକାଳ ୧୦ଟା ଏବଂ ଫେରିବା ସମୟ ଅପରାହ୍ନ ୫ଟା ୩୦ ମିନିଟ ଧାର୍ଯ୍ୟ କରିଛନ୍ତି। ଏହି ସମୟ ପରେ ଆସୁଥିବା ଏବଂ ପୂର୍ବରୁ ଯାଉଥିବା କାର୍ମଚାରୀମାନଙ୍କୁ ଅନୁପସ୍ଥିତ ବୋଲି…
ଜରାଜୀର୍ଣ୍ଣ ଅଲଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଅବ୍ୟବସ୍ଥାରେ ଚାଲିଛି ୧୮୮ ପିଲାଙ୍କ ପାଠପଢ଼ା
କାଶୀନଗର, ୩୦ା୮(ଡି.ଏନ.ଏ.)-କାଶୀନଗର ବ୍ଲକ୍ ଅଲଡ଼ାଗ୍ରାମ ଉଚ୍ଚ ୟୁପି ସ୍କୁଲ ଅବ୍ୟବସ୍ଥାରେ ଚାଲିଛି। ବିଦ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଏଠାରେ ପାଠପଢ଼ା ଚାଲିଛି। ବହୁ ପୁରୁଣା ଏହି ବିଦ୍ୟାଳୟରେ ୧୮୮ ଛାତ୍ରୀଛାତ୍ର ରହିଥିବାବେଳେ ଏଠାରେ ଅଷ୍ଟମ ଶ୍ରେଣୀ ଯାଏ ପିଲା ପଢ଼ୁଛନ୍ତି।…
ଆଜିଠାରୁ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା
ଭୁବନେଶ୍ୱର,୩୦-୮(ବ୍ୟୁରୋ):ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଯୁକ୍ତ ୨ କଲେଜଗୁଡିକରେ ଖାଲିଥିବା ସିଟ୍ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଥିବା ବେଳେ ଯୋଗ୍ୟ ବିବେଚିତ ଛାତ୍ରୀଛାତ୍ର ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ…
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ:ଗଠନ ହେଲା ସଚିବସ୍ତରୀୟ କମିଟି
ଭୁବନେଶ୍ୱର,୩୦-୮(ବ୍ୟୁରୋ):ଦୀର୍ଘଦିନ ଧରି ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ଜୋର୍ ଧରିଛି। ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତର ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ଲାଗି ବାରମ୍ବାର ଦାବି କରାଯାଉଛି। ତୁରନ୍ତ ପଦକ୍ଷେପ ନେବା ପାଇଁ ବିଭିନ୍ନ ପ୍ରାନ୍ତରୁ ଆସି…
୩ ଶୀର୍ଷ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ: ମୁଖ୍ୟ ଶାସନ ସଚିବଙ୍କୁ ୨୦, ଉନ୍ନୟନ କମିଶନର ୧୫ ଏବଂ ଏପିସିଙ୍କୁ ୫ ବିଭାଗ ଦାୟିତ୍ୱ
ଭୁବନେଶ୍ୱର,୩୦-୮(ବ୍ୟୁରୋ):ରାଜ୍ୟ ପ୍ରଶାସନର ଶୀର୍ଷସ୍ତରରେ ସରକାରୀ କାର୍ଯ୍ୟକୁ ଉତ୍ତମ ରୂପେ ତର୍ଜମା କରାଯିବ। ବିଭାଗୀୟ ଅନୁଶୀଳନ ପରେ ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀ ଫାଇଲଗୁଡିକ ତଦାରଖ କରିବେ। ଏହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଫାଇଲ ସିଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ)କୁ…
ଦାଦନ ଯାଇ ଜୀବନ ଗଲା
କାମାକ୍ଷାନଗର, ୩୦।୮(ଡି.ଏନ୍.ଏ.) – ଢେଙ୍କାନାଳ ଜିଲାରେ ଦାଦନ ଦୁଃଖର ଦାରୁଣ ଚିତ୍ର ପଦାକୁ ଆସିଛି। ପେଟ ପାଟଣା ଚିନ୍ତାରେ ବାଙ୍ଗାଲୋର ଯାଇଥିବା ଜଣେ ଯୁବକ ରୋଗଗ୍ରସ୍ତ ହୋଇ ଘରକୁ ଫେରିବା ବାଟରେ ଟ୍ରେନ୍ରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ କାମାକ୍ଷାନଗର ବ୍ଲକ…
ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ ଅଚାନକ ପହଞ୍ଚିଲେ ମନ୍ତ୍ରୀ
ଭୁବନେଶ୍ୱର, ୩୦-୮(ବ୍ୟୁରୋ):ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଗୁରୁବାର ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପରିଦର୍ଶନ କରିଛନ୍ତି ା ମନ୍ତ୍ରୀ ସାହୁ ପୂର୍ବାହ୍ନ ୧୦ଟାରେ ନିର୍ଦ୍ଦେଶାଳୟରେ ଅଚାନକ ପହଞ୍ଚତ୍ଥିଲେ। ମନ୍ତ୍ରୀ ଉକ୍ତ କାର୍ଯ୍ୟାଳୟରେ ଲାଗିଥିବା ବାୟୋମେଟ୍ରିକ୍ ଏବଂ କର୍ମଚାରୀମାନଙ୍କ ଉପସ୍ଥାନ ଯାଞ୍ଚ କରିଥିଲେ ା…
ଦିଲ୍ଲୀ ଏମ୍ସରୁ ସ୍ଥାନାନ୍ତର ହେବେ ଜଗା-କାଳିଆ:୭ରୁ ଏସ୍ସିବିରେ ଚିକିତ୍ସା
ଭୁବନେଶ୍ୱର,୩୦-୮(ବ୍ୟୁରୋ):ଅପରେଶନ ମାଧ୍ୟମରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମ୍ସରୁ ସ୍ଥାନାନ୍ତର ହେବେ। ଆସନ୍ତା ୭ ତାରିଖରେ ଓଡ଼ିଶାରେ ପହଞ୍ଚତ୍ବା ପରେ ସେମାନଙ୍କୁ ସିଧା କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯିବ…
ଧୋଇଗଲା କଲଭର୍ଟ ପାର୍ଶ୍ୱ ରାସ୍ତା
ଫୁଲବାଣୀ ଅଫିସ,୩୦ା୮- ତୁମୁଡ଼ିବନ୍ଧ ବ୍ଲକର ଉପାନ୍ତ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ଲଙ୍କାଗଡ଼ ପଞ୍ଚାୟତ କାରୁକୁଡି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ କିଛିଦିନ ଧରି ଲଗାଣବର୍ଷାରେ ଗ୍ରାମକୁ ସଂଯୋଗ କରୁଥିବା ଏକ ନାଳ ଉପରେ ନିର୍ମିତ କଲଭର୍ଟ…
ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ଉତ୍ତେଜନା
ଖଲ୍ଲିକୋଟ,୩୦ା୮(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଭିକାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ନେଇ ଗୁରୁବାର ଉତ୍ତେଜନା ଦେଖା ଦେଇଛି। ଖାଦ୍ୟ ଥାଳିରେ ପୋକ ବାହାରିବା ନେଇ ଛାତ୍ରୀଛାତ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଖବର ପାଇ ଗ୍ରାମବାସୀ ଓ…
ଭଞ୍ଜନଗର ସହରରେ ଜବରଦଖଲ ଉଚ୍ଛେଦ
ଭଞ୍ଜନଗର,୩୦।୮(ଡି.ଏନ.ଏ)- ବହୁ ପ୍ରତିକ୍ଷିତ ଭଞ୍ଜନଗର ଏନ୍ଏସିର ଖଲାସି ସାହିରୁ ଗୁରୁବାର ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଉଚ୍ଛେଦ ଆରମ୍ଭ ସମୟରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ଉଚ୍ଛେଦ ପ୍ରକ୍ରିୟା ସ୍ବାଭାବିକ ହୋଇଥିଲା। ଖଲାସି ସାହିରେ ଆଜି ୪୦ ପ୍ରତିଶତ ଉଚ୍ଛେଦ…
ବିପଦପୂର୍ଣ୍ଣ ଅବସ୍ଥାରେ ପୋଲ
ଯୋଡ଼ା, ୩୦।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ରାଜ୍ୟ ରାଜପଥ ନଂ ୨ ବାମେବାରୀ-ବାଂଶପାଣି ରାସ୍ତା ରେ ଥିବା ବିଭିନ୍ନ ପୋଲ ଗୁଡିକ ଭାଙ୍ଗି ଜରାଜୀର୍ଣ୍ଣ ହୋଇପଡିଛି। ଜରିବାହାଲ ଡିଆଇଏଲ ଛକ ନିକଟସ୍ଥ ପୋଲ, ଜୁରୁଡି ହାଟପଦା ନିକଟସ୍ଥ ପୋଲ, ଜୁରୁଡି ଦଲକି…
Archives


