ନୂଆ ମୋଟର ଯାନ ଆଇନ:ଶେଷ ବେଳକୁ ଆର୍‌ଟିଓରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ରାଜ୍ୟ ସରକାର ଦେଇଥିବା ୩ ମାସର ଡେଡ୍‌ ଲାଇନ୍‌ ଆଉ ୪ଦିନରେ ସରୁଛି। ନୂଆ ମୋଟର ଯାନ ଆଇନକୁ କଡାକଡ଼ି ପାଳନ କରିବାକୁ ଟ୍ରାଫିକ ପୋଲିସ ଓ ଆର୍‌ଟିଓ ପୂରା ପ୍ରସ୍ତୁତ ରହିଛି। ହେଲେ ଏବେବି ବହୁ ଗାଡ଼ି ଚାଳକ ଡ୍ରାଇଭିଂ ଲାଇସେନ୍ସ ଓ ବିଭିନ୍ନ କାଗଜପତ୍ର ଠିକ୍‌ କରିପାରି ନାହାନ୍ତି। ଯାଞ୍ଚ ଓ ଜରିମାନାରୁ ମୁକୁଳିବା ପାଇଁ ଆର୍‌ଟିଓ ଅଫିସକୁ ଦୌଡୁଛନ୍ତି। ଆରମ୍ଭରୁ ସଜାଗ ନ ହୋଇ ଏବେ ଶେଷ ବେଳକୁ ହଠାତ୍‌ ବହୁ ସଂଖ୍ୟାରେ ଲୋକେ ପହଞ୍ଚୁଥିବାରୁ ଆର୍‌ଟିଓ ଅଫିସରେ ଅସମ୍ଭାଳ ଭିଡ଼ ହେଉଛି। ପରିସ୍ଥିତି ଏପରି ହୋଇଛି ଭୁବନେଶ୍ୱର ଆର୍‌ଟିଓ-୧ରେ ପ୍ରତିଦିନ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଉଛି। ଏହାସତ୍ତ୍ୱେ ଭିଡ ନିୟନ୍ତ୍ରଣ କଷ୍ଟକର ହୋଇପଡୁଛି। ସକାଳୁ ଅଫିସ ଭିତରୁ ୫୦ ମିଟର ଯାଏ ଲମ୍ବା ଧାଡ଼ି ଲାଗି ରହୁଛି। ଆର୍‌ଟିଓ ପକ୍ଷରୁ ଖୋଲାଯାଇଥିବା କ୍ୟାମ୍ପ ଅଫିସରେ ମଧ୍ୟ ପ୍ରବଳ ଭିଡ଼ ହେଉଛି। ସ୍ବଳ୍ପ କର୍ମଚାରୀ ଓ ଅଧିକ କାର୍ଯ୍ୟ ଚାପ ରହୁଥିବାରୁ ରାତି ୮ଟା ପର୍ଯ୍ୟନ୍ତ ଅଫିସରେ କାର୍ଯ୍ୟ ହେଉଥିଲେ ମଧ୍ୟ ସରୁନାହିଁ। ଅନେକ ସମୟରେ ନେଟ୍‌ ଫେଲ୍‌ ହେଉଥିବାରୁ ଟଙ୍କା ଜମା ହୋଇପାରୁନାହିଁ।
ସୂଚନାନୁସାରେ, ଏବେ କିଛିଦିନ ହେବ ପ୍ରତ୍ୟହ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଲୋକେ ଲର୍ନିଂ ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି। ଆରଟିଓ-୧ ପକ୍ଷରୁ ଖୋଲାଯାଇଥିବା ଦୁଇଟି କ୍ୟାମ୍ପ ଅଫିସରେ ଆବେଦନକାରୀଙ୍କ ସଂଖ୍ୟା ୨ଶହ ଛୁଉଁଛି। ହେଲେ ଆବଶ୍ୟକ ସ୍ଲଟ୍‌ ନ ଥିବାରୁ ଅନେକ ନିରାଶ ହୋଇ ଫେରୁଛନ୍ତି। ଏପରି କି ୨୦୨୦ ଫେବୃୟାରୀ ପର୍ଯ୍ୟନ୍ତ ଆରଟିଓ-୧ ଓ ଆର୍‌ଟିଓ-୨ରେ କୌଣସି ସ୍ଲଟ୍‌ ନ ଥିବା ସୂଚନା ମିଳିଛି। ତେଣୁ ଆବେଦନ କରିପାରି ନ ଥିବା ଗାଡ଼ି ଚାଳକ ଯାଞ୍ଚବେଳେ ଧରାପଡିଲେ ୧୦ ଗୁଣା ଜରିମାନା ଦେବା ନିଶ୍ଚିତ। ଗାଡିର ଫିଟ୍‌ନେସ୍‌ ପାଇଁ ମଧ୍ୟ ଲୋକଙ୍କୁ ଭିଡ଼ ଲଗାଇବାକୁ ପଡୁଛି। ଏହାର ଫାଇଦା ନେଇ ଦଲାଲ ପୁଣି ମାତିଲେଣି। ଆର୍‌ଟିଓ ଅଫିସକୁ ଆସିଥିବା ରମେଶ ବେହେରା କୁହନ୍ତି, କର୍ମଚାରୀ ଅଭାବ ଯୋଗୁ ଲର୍ନିଂ ଲାଇସେନ୍ସ ପାଇବାରେ ବିଳମ୍ବ ହେଉଛି। ସ୍ଲଟ୍‌ ଆଉ ନ ଥିବାରୁ ଆବେଦନ ମଧ୍ୟ ହୋଇପାରୁନି। ତେଣୁ ସରକାର ସମୟସୀମାକୁ ଆଉ ଗୋଟିଏ ମାସ ବଢାଇବାକୁ ସେ ନିବେଦନ କରିଛନ୍ତି।

ଯାଞ୍ଚରେ କୋହଳ କରାଯିବ ନାହିଁ : ମନ୍ତ୍ରୀ
ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଆଉ ୪ ଦିନରେ ଡେଡ୍‌ ଲାଇନ୍‌ ଶେଷ ହେଉଛି। ଡିସେମ୍ବର ୧ରୁ ନୂଆ ମୋଟର ଆଇନକୁ କଡାକଡି ଲାଗୁ କରାଯିବ। ଯାଞ୍ଚ ବି କଡ଼ାକଡ଼ି ହେବ। ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ ଓ କାର୍ଯ୍ୟାନୁଷ୍ଠାନ ହେବ। ଲୋକଙ୍କୁ ପୂର୍ବରୁ ସଚେତନ କରାଯିବା ସହ ଯଥେଷ୍ଟ ସମୟ ଦିଆଯାଇଥିଲା। ଆଉ କୋହଳ କରାଯିବାର ପ୍ରଶ୍ନ ଉଠୁନି।
ଆର୍‌ଟିଓ-୧ ପ୍ରଦୀପ ମହାନ୍ତି କହିଛନ୍ତି, ସରକାର ୩ମାସ ସମୟ ଦେଇଥିଲେ। ଏହା ମଧ୍ୟରେ ଅନେକ ଲୋକେ ଲାଇସେନ୍ସ କଲେ ନାହିଁ। କିନ୍ତୁ ଶେଷ ବେଳକୁ ହଠାତ ଆସିଯିବାରୁ ସମସ୍ୟା ହେଉଛି। ଆଉ ସ୍ଲଟ୍‌ ମଧ୍ୟ ଫାଙ୍କା ନ ଥିବାରୁ ଲୋକଙ୍କୁ କିଭଳି ଲର୍ନିଂ ଲାଇସେନ୍ସ ଦେଇହେବ ସେନେଇ ବ୍ୟବସ୍ଥା କରାଯାଉଛି। ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି, ଯେଉଁମାନେ ନିୟମ ପାଳନ କରିବେ ନାହିଁ ନୂଆ ମୋଟର ଆଇନ ଅନୁସାରେ ଫାଇନ୍‌ ଗଣିବେ। ବାକି ୪ଦିନ ଭିତରେ ଗାଡିର କାଗଜପତ୍ର ଠିକ୍‌ କରିଦେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri