ରାଜ୍ୟ

ମେଟଲ୍‌ ମିଟ୍‌ ଗ୍ରାଣ୍ଡ ଫିନାଲେ ଜୁନିୟର ଗ୍ରୁପ୍‌ ରାଉଣ୍ଡ-୧: ଆଗରେ ମଦର୍ସ ପବ୍ଲିକ ସ୍କୁଲ

ଭୁବନେଶ୍ୱର,୪।୮(ବ୍ୟୁରୋ): ମେଟଲ୍‌ ମିଟ୍‌-୨୦୧୯ ଜୁନିୟର ଗ୍ରୁପ୍‌ ଗ୍ରାଣ୍ଡ ଫିନାଲେର ରାଉଣ୍ଡ-୧ ଏହା ମଧ୍ୟରେ ଶେଷ ହୋଇଛି। ଏହି ‘ଇନ୍‌ଫିନାଇଟ୍‌’ ରାଉଣ୍ଡରେ ୧୬ଟି ପ୍ରଶ୍ନ ରହିଥିବା ବେଳେ ଏଥିରେ ସର୍ବାଧିକ ୭୦ ସ୍କୋର୍‌ କରି ଆଗରେ ରହିଛି ଭୁବନେଶ୍ୱରର ମଦର୍ସ ପବ୍ଲିକ୍‌ ସ୍କୁଲ।…

ଆଜି ଶ୍ରାଦ୍ଧବାର୍ଷିକୀ: ଉତ୍କଳ ସମ୍ମିଳନୀ ପକ୍ଷରୁ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର,୪।୮(ବ୍ୟୁରୋ): ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ ପକ୍ଷରୁ ରାଜଭବନ ନିକଟସ୍ଥ ଏଲ୍‌ଆଇସି ଛକରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶବର୍ମାଙ୍କ ସଭାପତିତ୍ୱରେ ସମ୍ମିଳନୀର…

ମେଟଲ୍‌ ମିଟ୍‌-୨୦୧୯: ଗ୍ରାଣ୍ଡ ଫିନାଲେ ଆରମ୍ଭ

ଭୁବନେଶ୍ୱର,୪।୮(ବ୍ୟୁରୋ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ମେଗା କୁଇଜ୍‌ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୧୯’ର ଗ୍ରାଣ୍ଡ ଫିନାଲେ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ରବିବାର ଆରମ୍ଭ ହୋଇଛି। ପ୍ରଥମେ ଜୁନିୟର ବିଭାଗର ଟପ୍‌-୮ଟି ଟିମ୍‌ ଫିନାଲେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛନ୍ତି।…

କ୍ୱାରସମ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବାଲେଶ୍ୱର,୪।୮: ଓଡ଼ିଶା ବାଲେଶ୍ୱରର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ କ୍ୱାରସମ୍‌ (କୁଇକ୍‌ ରିଆକସନ୍‌ ସର୍ଫେସ୍‌-ଟୁ-ଏୟାର ମିଜାଇଲ୍‌)ର ସଫଳ ପରୀକ୍ଷଣ ହୋଇଛି। ରବିବାର ପୂର୍ବାହ୍ନ ୧୧ଟା ୫ରେ ଏହି ପରୀକ୍ଷଣ କରାଯାଇଛି। ଏହୀ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ଏହା ଭୂପୃଷ୍ଠରୁ ଆକାଶକୁ…

ପ୍ରଥମ ଦରମା ଟଙ୍କାରେ ଠାକୁରଙ୍କ ପାଖେ ଭୋଗ କରିଥିଲି

ଲେଖିକା ତଥା ପ୍ରାଧ୍ୟାପିକା ମିନତି ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… କେନ୍ଦ୍ରାପଡା ଜିଲା ମାର୍ଶାଘାଇଠାରେ ମୋ ଜନ୍ମ। ମାର୍ଶାଘାଇ ବାଳିକା ଉଚ୍ଚ ବିଦ୍ୟାଳୟରୁ ୧୯୮୧ରେ ଦଶମ ପାସ୍‌ କରିବା ପରେ କେନ୍ଦ୍ରାପଡା କଲେଜରେ ପଢିଥିଲି। ସେଠାରୁ ଓଡିଆ…

ରୋଡ଼ ରୋମିଓଙ୍କୁ ଗଛରେ ବାନ୍ଧି ନିସ୍ତୁକ ଛେଚିଲେ ଗାଁଲୋକେ

ବାଲେଶ୍ୱର ଅଫିସ୍‌,୪।୮: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ପଞ୍ଚାୟତର ଗୋପ ଗାଁରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଉକ୍ତ ଗାଁର ଲୋକେ ଜଣେ ରୋଡ଼ ରୋମିଓଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ମାରିଥିବା ଦେଖିବାକୁ ମିଳିଛି। ଏହି ଭିଡିଓ…

ଭୁଶୁଡ଼ି ପଡ଼ିଲାଣି ପ୍ରାଥମିକ ଶିକ୍ଷା

ଭୁବନେଶ୍ୱର, ୪ା୮(ବ୍ୟୁରୋ): ୫ମ ଶ୍ରେଣୀ ପିଲାଙ୍କୁ ମିଶାଣ ଫେଡାଣ, ହରଣ ଗୁଣନ ଜଣାନାହିଁ। ସେମାନେ ଦ୍ୱିତୀୟ ଶ୍ରେଣୀ ପାଠ ବିଷୟରେ କହିପାରୁ ନାହାନ୍ତି। ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଲାଣି। ଗୋଟିଏ ଜାତିର ମେରୁଦଣ୍ଡ ଭାଙ୍ଗିବାକୁ ହେଲେ ପ୍ରଥମେ ଶିକ୍ଷାକୁ…

କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସହ ସାତଟି ବୁଝାମଣାପତ୍ର ସ୍ବାକ୍ଷରିତ: ‘ଓଡ଼ିଶା ହେବ କୃଷିରେ ବଳକା ରାଜ୍ୟ’

ଭୁବନେଶ୍ୱର, ୪ା୮(ବ୍ୟୁରୋ): କୃଷି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅନେକ ଦୀର୍ଘ ମିଆଦୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଉନ୍ନତ ମାନର ବିହନ ସୃଷ୍ଟି ସହ କୃଷକମାନଙ୍କୁ ଅଧିକ ପରିମାଣରେ ଏହାକୁ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ବୋଲି କୃଷି ଓ…

ବିଧାନସଭାରେ ୩ ବିଧେୟକ ଗୃହୀତ

ଭୁବନେଶ୍ୱର, ୪ା୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ଆଗତ ହୋଇଥିବା ୩ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଶନିବାର ଗୃହୀତ ହୋଇଛି। ଏଥି ମଧ୍ୟରେ ଦୁଇଟି ସଂଶୋଧନ ଏବଂ ଗୋଟିଏ ବେସରକାରୀ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ବିଧେୟକ ରହିଥିଲା। ଏଗୁଡ଼ିକ ହେଉଛି- ଓଡ଼ିଶା ଲୋକାୟୁକ୍ତ(ସଂଶୋଧନ) ଅଧିନିୟମ-୨୦୧୯,…

୫ ଦଫା ଦାବି ପୂରଣ ନେଇ ରାଜ୍ୟପାଳଙ୍କୁ ଭେଟିଲା ଭାଜପା: ଓବିସି କମିଶନ ଲାଗୁ ନ ହେଲେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୪ା୮(ବ୍ୟୁରୋ):ରାଜ୍ୟରେ ଓବିସି କମିଶନ ଗଠନ, ପଛୁଆବର୍ଗ ଛାତ୍ରୀଛାତ୍ରଙ୍କୁ ବୃତ୍ତି ପ୍ରଦାନ, ଉଭୟ ସରକାରୀ ଓ ବେସରକାରୀ ନିଯୁକ୍ତି କ୍ଷେତ୍ରରେ ୨୭ପ୍ରତିଶତ ସଂରକ୍ଷଣ ବୃଦ୍ଧି, ଓବିସି ଫାଇନାନ୍ସ କର୍ପୋରେଶନ ମାଧ୍ୟମରେ ଋଣ ପ୍ରଦାନ ଏବଂ ସାମାଜିକ, ଶିକ୍ଷାଗତ ପଛୁଆବର୍ଗଙ୍କୁ(ଏସ୍‌ଇବିସି)ଙ୍କୁ ଓବିସି ବର୍ଗରେ…

ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର: ମୁକୁଳା ପଡ଼ିିଛି ସମୁଦ୍ର ତଟ

ପୁରୀ ଅଫିସ, ୪ା୮: ଦେଶର ଅନ୍ୟତମ ପ୍ରମୁଖ ତୀର୍ଥସ୍ଥଳ ହେଉଛି ଶ୍ରୀକ୍ଷେତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ସମୁଦ୍ର ସ୍ନାନ ଓ ବେଳାଭୂମି ବୁଲିବା ଲାଗି ଏଠାକୁ ଦୈନିକ ଲକ୍ଷାଧିକ ଭକ୍ତ ଏବଂ ପର୍ଯ୍ୟଟକ ଦେଶ ବିଦେଶରୁ ଛୁଟି ଆସନ୍ତି।…

ଶିଶୁ ଓ ମହିଳାଙ୍କ ସୁରକ୍ଷାକୁ ନେଇ ଜାତୀୟ କର୍ମଶାଳା: ‘ପରୀ ପାଇଁ କଥାଟିଏ’ ସମାଜରେ ନୂଆ ଜାଗରଣ ସୃଷ୍ଟି କରିଛି

ଭୁବନେଶ୍ୱର, ୪ା୮(ବ୍ୟୁରୋ): ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମ ସମାଜରେ ନୂଆ ଜାଗରଣ ସୃଷ୍ଟି କରିଛି। ନାବାଳିକାଙ୍କୁ ଉଦ୍ଧାର କରାଯାଇ ଠିକଣା ସ୍ଥାନରେ ପହଁଞ୍ଚାଇ ପାରିଛି ପୋଲିସ। ଏହି ଅଭିଯାନରେ ରାଜ୍ୟ ପୋଲିସ ଏକ ଗୁରୁଦାୟିତ୍ୱ ବହନ କରିଛି। ପୋଲିସ ନାଗରିକଙ୍କୁ ସମସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri