ସରକାରୀ କଲେଜ ଅଧ୍ୟାପକ ନିଯୁକ୍ତି:କୋହଳ ହେଲା ଆବେଦନ ବୟସ ସୀମା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ସରକାରୀ କଲେଜ ଅଧ୍ୟାପକ ପଦବୀ ପୂରଣ ପାଇଁ ବୟସସୀମା ବୃଦ୍ଧି କରାଯାଇଛି। ଏଣିକି ୩୩ ବର୍ଷ ପରିବର୍ତ୍ତେ ୪୮ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଚାକିରି ପାଇଁ ଆବେଦନ କରିପାରିବେ। ୧୯୯୦ ଓଡ଼ିଶା ଶିକ୍ଷା ସେବା(କଲେଜ ଶାଖା) ଚୟନ ନିୟମ ଓ ଏହା ପରବର୍ତ୍ତୀ ସଂଶୋଧନ ଅଧିନିୟମ ଅନୁସାରେ କଲେଜ ଅଧ୍ୟାପକ ପଦବୀ ପୂରଣ ପାଇଁ ଆବେଦନ କରିବା ସକାଶେ ପ୍ରାର୍ଥୀ ସମ୍ପୃକ୍ତ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ସହିତ ପିଏଚ୍‌.ଡି., ନେଟ୍‌ ଯୋଗ୍ୟତାକୁ ବାଧ୍ୟତାମୂଳକ କରାଯାଇଛି। ଅଧିକ ଯୋଗ୍ୟତା ହାସଲ ପାଇଁ ବହୁ ସମୟ ଲାଗୁଥିବାରୁ ପ୍ରାର୍ଥୀଙ୍କର ସର୍ବୋଚ୍ଚ ବୟସସୀମା ୪୮ ବର୍ଷ ପର୍ଯ୍ୟନ୍ତ କୋହଳ କରାଯାଇଛି। ରାଜ୍ୟ ସରକାର ସରକାରୀ ଡିଗ୍ରୀ କଲେଜରେ ଖାଲିଥିବା ୬୦୬ ଅଧ୍ୟାପକ ପଦବୀ ପୂରଣ କରିବାକୁ ୨୦୧୯ ଅକ୍ଟୋବର ପହିଲାରେ ଓଡ଼ିଶା ଲୋକସେବା ଆୟୋଗକୁ ଜଣାଇଛନ୍ତି। ତେବେ ଏହି ପଦବୀ ପାଇଁ ଆବଶ୍ୟକ ପ୍ରାର୍ଥୀଙ୍କ ସଂଖ୍ୟା କମିବା ଦୃଷ୍ଟିରୁ ଏହି ବୟସସୀମାକୁ ବୃଦ୍ଧି କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା କଲେଜ, ହୋମିଓପ୍ୟାଥିକ ଓ ଆୟୁର୍ବେଦିକ କଲେଜରେ ଅଧ୍ୟାପକ ପଦବୀ ପୂରଣ ପାଇଁ ସର୍ବୋଚ୍ଚ ବୟସସୀମା ୪୫ ବର୍ଷ ରଖାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ମଙ୍ଗଳବାର କ୍ୟାବିନେଟ୍‌ ଅନୁମୋଦନ କରିଛି।
ପୁରୀ ଜିଲାର ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଇଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏହାକୁ ସତ୍ୟବାଦୀର ବନ ବିଦ୍ୟାଳୟରେ ପ୍ରତିଷ୍ଠା କରିବାକୁ ଐତିହ୍ୟ ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତ୍ତି କରାଯାଇଥିଲା। ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁର କରିଛି। ସତ୍ୟବାଦୀରେ ଏହାକୁ ସ୍ଥାପନ କରିବା ଦ୍ୱାରା ବକୁଳବନର ପ୍ରାକୃତିକ ଶୋଭାରାଜି ସୁରକ୍ଷିତ ରହିବା ସହ ଏହା ଏକ ଅବିସ୍ମରଣୀୟ ଐତିହ୍ୟର ସ୍ମାରକୀ ରୂପେ ପରିଗଣିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାନାମାରେ ଶକ୍ତିଶାଳୀ ଭୂକମ୍ପ, ଭାଙ୍ଗିଲା ୯୦୦ରୁ ଅଧିକ ଘର

ପାନାମା ସିଟି,୧୩।୧୦: ଶୁକ୍ରବାର ପାନାମାର ଦକ୍ଷିଣ ଉପକୂଳ ନିକଟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ, ସୋମବାର ୬ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?