ଚନ୍ଦ୍ରଭାଗାରେ ଜଳ କ୍ରୀଡ଼ାର ମଜାନେବେ ପର୍ଯ୍ୟଟକ
ପୁରୀ ଅଫିସ, ୨୯।୯: ଆସୁଛି ପର୍ଯ୍ୟଟନ ଋତୁ। ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ପୁରୀ ଜିଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରୁଛି। ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କୁ ୱାର୍ଟର ସ୍ପୋଟର୍ସ (ଜଳ କ୍ରୀଡ଼ାର)…
ନକଲି ସାର୍ଟିଫିକେଟ୍ ଦେଇ କାର୍ଯ୍ୟ କରୁଛନ୍ତି କର୍ମଚାରୀ: ଯାଞ୍ଚ କରିବାକୁ ଓସେପାର ନିର୍ଦ୍ଦେଶ
ଭୁବନେଶ୍ୱର, ୨୯।୯(ବ୍ୟୁରୋ): ନକଲି ସାର୍ଟିଫିକେଟ୍ ଦେଇ କାର୍ଯ୍ୟ କରୁଛନ୍ତି ସରକାରୀ ଅଧିକାରୀ। ଓଡ଼ିଶା ପ୍ରାଇମେରି ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓପେପା)/ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓସେପା) ଅଧୀନରେ ଅନେକ କର୍ମଚାରୀ ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରୁଛନ୍ତି। ଏଭଳି ଅଭିଯୋଗ ହେବା…
ଲୁଣିଝରା ନଦୀରେ ଚେକଡ୍ୟାମ୍ ପାଇଁ ଗ୍ରାମବାସୀଙ୍କ ଦାବି, ଜଳସମ୍ପଦ ବିଭାଗ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ
ନୟାଗଡ଼ ଅଫିସ,୨୯।୯-ନୟାଗଡ଼ବ୍ଲକ ସାଲୁଣୀ ଗ୍ରାମ ଦେଇ ଯାଇଥିବା ଲୁଣିଝରା ନଦୀରେ ଏକ ଚେକଡ୍ୟାମ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଦୀର୍ଘବର୍ଷ ହେଲାଣି ସେମାନେ ଦାବି କରି ଆସୁଥିଲେ ମଧ୍ୟ ଜଳସମ୍ପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ…
ଆର୍ଟିଓ ଅଫିସକୁ ଦଲାଲମୁକ୍ତ କରିବାକୁ ନୂଆ ପଦକ୍ଷେପ: କର୍ମଚାରୀଙ୍କ ପାଇଁ ହେବ ପରିଚୟ ପତ୍ର, ଲାଗିବ ସିସିଟିଭି
ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍ଟିଓ) କାର୍ଯ୍ୟାଳୟରେ ଦଲାଲଙ୍କ ଦ୍ୱାରା ଅନେକ ବ୍ୟକ୍ତି ଠକେଇର ଶିକାର ହେଉଛନ୍ତି। ଏପରିକି ରାଜ୍ୟ ସରକାର ଡିଜିପିଙ୍କୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟର ବିଭିନ୍ନ ଆର୍ଟିଓମାନଙ୍କରୁ ଅନେକ ଦଲାଲଙ୍କୁ ଗିରଫ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଶନିବାର…
ଜୁନାଗଡ଼ ଗଣବଳାତ୍କାର ଘଟଣା: ଗିରଫ ହେଲେ ଡ୍ରାଇଭର ଲଳିନ୍ଦ୍ର
ଜୁନାଗଡ଼,୨୮।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଘଟିଥିବା ଗଣବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ବସ୍ ଡ୍ରାଇଭର ଧର୍ମଗଡ଼ ବ୍ଲକ ପର୍ଲା ଗ୍ରାମର ଲଳିନ୍ଦ୍ର ଶବରଙ୍କୁ ଗିରଫ କରାଯାଇଛି। ପୀଡ଼ିତାଙ୍କ ବୟାନ ଆଧାରରେ ଜୁନାଗଡ଼ ପୋଲିସ ଲଳିନ୍ଦ୍ରଙ୍କୁ ଶନିବାର…
ମହାନଦୀ ଜଳବିବାଦ: ଉଭୟ ରାଜ୍ୟ ଗସ୍ତ କରିବେ ବୈଷୟିକ ଟିମ୍, ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ୱର,୨୮।୯(ବ୍ୟୁରୋ): ଓଡ଼ିଶା ଓ ପଡ଼ୋଶର ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ଶନିବାର ଟ୍ରିବ୍ୟୁନାଲ ଶୁଣାଣି କରିଛନ୍ତି। ଉଭୟ ରାଜ୍ୟର ବୈଷୟିକ ଟିମ୍ ୨ ରାଜ୍ୟ ଗସ୍ତ କରିବେ। ଏହାପରେ ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ…
ଲାଞ୍ଚୁଆ ଅଧିକାରୀଙ୍କୁ ଚିହ୍ନାଇବେ ଦଲାଲ, ତା’ ପରେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ଗତ ଦୁଇ ଦିନରେ ରାଜ୍ୟର ବିଭିନ୍ନ ଆର୍ଟିଓ କାର୍ଯ୍ୟାଳୟରୁ ଏକାଧିକ ଦଲାଲଙ୍କୁ ଗିରଫ କରାଯାଇଛି। ଏନେଇ ଶନିବାର ପ୍ରତିକ୍ରିୟା ରଖି ପରିବହନ ମନ୍ତ୍ରୀ…
ବିଜେପୁର ଉପନିର୍ବାଚନ: ପୋଲିସର ଉଚ୍ଚସ୍ତରୀୟ ବୈଠକ
ବରଗଡ଼ ଅଫିସ, ୨୮।୯: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ସବୁ ରାଜନୈତିକ ଦଳ ତତ୍ପର ହୋଇପଡିଥିବା ବେଳେ ପୋଲିସ, ପ୍ରଶାସନ ମଧ୍ୟ ପଛରେ ପଡ଼ିନାହାନ୍ତି। ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ କରିବା…
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରୀତା: କହିଲେ ‘ ଅଧୁରା କାର୍ଯ୍ୟ ପୂରା କରିବି’
ଭୁବନେଶ୍ୱର,୨୮।୯(ବ୍ୟୁରୋ): ପୁଣି ଥରେ ରୀତା ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରିଛି ବିଜେଡି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବିଜେପୁର ଉପନିର୍ବାଚନ ପାଇଁ ରୀତାଙ୍କୁ ପ୍ରାର୍ଥୀ କରାଯାଇଥିବା ଘୋଷଣା କରିଛନ୍ତି। ଏହାପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ରୀତା।…
ନିର୍ବାଚନରେ ଲଢ଼ିବାକୁ ପାଣ୍ଠି ନ ଥିବା ପ୍ରସଙ୍ଗ; କଂଗ୍ରେସକୁ ମିଳଛି ୧୦ହଜାର ସହାୟତା: ନିରଞ୍ଜନ
ଭୁବନେଶ୍ୱର,୨୮।୯(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ଲଢ଼ିବା ପରେ କଂଗ୍ରେସ ହାତରେ ବିଜେପୁର ଉପନିର୍ବାଚନରେ ଲଢ଼ିବା ପାଇଁ ପାଣ୍ଠି ନାହିଁ। ଏଣୁ କଂଗ୍ରେସକୁ ଆର୍ଥିକ ସହାୟତା ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅପିଲ କରିଥିଲେ। ତେବେ ଜଣେ ବଦାନ୍ୟ ବ୍ୟକ୍ତି କଂଗ୍ରେସକୁ…
ବିଜେପୁର ଉପନିର୍ବାଚନ: ରବିବାର ଭାଜପାର ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର,୨୮।୯(ବ୍ୟୁରୋ): ଅକ୍ଟୋବର ୨୧ରେ ବିଜେପୁର ବିଧାନସଭା ଆସନ ଲାଗି ପଡ଼ିବ ଭୋଟ। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟର ୩ ପ୍ରମୁଖ ଦଳମାନେ ପ୍ରାର୍ଥୀ ଚୟନରେ ବ୍ୟସ୍ତ। ପ୍ରଥମେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଶନିବାର ବିଜେଡି ରୀତା ସାହୁଙ୍କୁ…
କାଳିଆ ଅବସ୍ଥା ସଙ୍କଟାପନ୍ନ: ୨ ବିଶେଷଜ୍ଞ ଡାକ୍ତରଙ୍କୁ ଏସ୍ସିବି ପଠାଇବା ପାଇଁ ଏମ୍ସକୁ ଚିଠି
କଟକ ଅଫିସ, ୨୮।୯: କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯମଜ ଶିଶୁ ଜଗା କାଳିଆଙ୍କ ମଧ୍ୟରୁ କାଳିଆଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ଏସ୍ସିବି ମେଡିକାଲ ଡାକ୍ତରୀ ଦଳ ଦିଲ୍ଲୀ ଏମ୍ସର ସହାୟତା ଲୋଡ଼ିଛନ୍ତି। ୨ଜଣ ବିଶେଷଜ୍ଞଙ୍କୁ…
Archives


