ରାଜ୍ୟ

ସଭ୍ୟ ସଂଗ୍ରହ ଅଭିଯାନକୁ ନବୀନଙ୍କ ଗୁରୁତ୍ୱ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ସଭ୍ୟ ସଂଗ୍ରହ କାର୍ଯ୍ୟ ଜାରି ରହିଛି। ସଭ୍ୟ ସଂଗ୍ରହ ସମୟରେ ଯୁବବର୍ଗ…

ଅକ୍ଟୋବର ୪,୧୪ରେ ଖଣି ନିଲାମ ନେଇ ବିଜ୍ଞପ୍ତି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୪ ଏବଂ ୧୪ରେ ପର୍ଯ୍ୟାୟକ୍ରମେ ୨୦ଟି ଖଣି ପାଇଁ ନିଲାମ ବିଜ୍ଞପ୍ତି ପ୍ରକାଶ ପାଇବ। ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ସରୁଥିବା ଖଣିଗୁଡିକର ନିଲାମ ପ୍ରକ୍ରିୟା ତ୍ୱରାନ୍ବିତ କରାଯିବ। ଗତ…

ପୋଲାଭରମ୍‌ ସିଇଓଙ୍କୁ ନଭେମ୍ବର ୭ରେ ଏନ୍‌ଜିଟିରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି) ଇନ୍ଦିରା ସାଗର ପୋଲାଭରମ ପ୍ରକଳ୍ପର ସିଇଓଙ୍କୁ ଆସନ୍ତା ନଭେମ୍ବର ୭ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲାଭରମ ପ୍ରକଳ୍ପ ପରିବେଶକୁ ବ୍ୟାପକ କ୍ଷତି ପହଞ୍ଚାଯାଉଛି ବୋଲି ଆଗତ ଅଭିଯୋଗ ନେଇ ଟ୍ରିବ୍ୟୁନାଲ ଏହି ନିର୍ଦ୍ଦେଶ…

ମହାନଦୀ ଜଳ ବିବାଦ: ଆଜି ଶୁଣାଣି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଓଡ଼ିଶା ଓ ପଡୋଶୀ ଛତିଶଗଡ ମଧ୍ୟରେ ମହାନଦୀକୁ ନେଇ ବିବାଦ ଲାଗି ରହିଛି। ଟ୍ରିବ୍ୟୁନାଲ ଶନିବାର ଏହି ମାମଲାରେ ଶୁଣାଣି କରିବାକୁ ଯାଉଛି। ଏହାର ଦିନକ ପୂର୍ବରୁ ଓଡିଶା ଏବଂ ଛତିଶଗଡର ପ୍ରତିନିଧି ଦଳ ନୂଆଦିଲ୍ଲୀସ୍ଥିତ ଓଡିଶା ଭବନଠାରେ ଏକ…

୭ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲାର କେତେକ ସ୍ଥାନରେ…

ପ୍ରଦର୍ଶିତ ହେଲା ଫନୀ ସମ୍ପର୍କିତ ବୃତ୍ତଚିତ୍ର

ଭୁବନେଶ୍ୱର,୨୮।୯(ବ୍ୟୁରୋ): ସାମୁଦ୍ରିକ ଝଡ ‘ଫନୀ’ର ସଫଳ ମୁକାବିଲା ଉପରେ ପର୍ଯ୍ୟବସିତ ବୃତ୍ତଚିତ୍ର ଶୁକ୍ରବାର ନ୍ୟାଶନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ ରାତି ୯ଟାରେ ପ୍ରସାରିତ ହୋଇଯାଇଛି। ଏହି ବୃତ୍ତ ଚିତ୍ରର ନାମ ‘ ମେଗା ସାଇକ୍ଲୋନ୍‌ ଫନୀ: ରେସକ୍ୟୁଙ୍ଗ୍‌ ଏ ମିଲିୟନ’। ମୁଖ୍ୟମନ୍ତ୍ରୀ ନବୀନ…

ଆଜିଠୁ ଗଡ଼ିବ ୪ ନୂଆ ମେମୁ ଟ୍ରେନ: କଟକରୁ ପୁରୀ, ଭଦ୍ରକ ଓ ପାରାଦୀପ ଚଳାଚଳ କରିବ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ପୂର୍ବତଟ ରେଳପଥ ୪ଟି ନୂଆ ମେମୁ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଶନିବାରଠାରୁ ଏହି ଟ୍ରେନଗୁଡ଼ିିକ ପୁରୀ-କଟକ, କଟକ-ଭଦ୍ରକ, କଟକ-ପାରାଦ୍ୱୀପ ସେକ୍ସନ ମଧ୍ୟରେ ଚଳାଚଳ କରିବ। ପୁରୀ-କଟକ ମେମୁ ଟ୍ରେନ(୬୮୪୧୫-୬୮୪୧୬) କଟକ-ପୁରୀ ପାସେଞ୍ଜର(୫୮୪୧୫-୫୮୪୧୬) ବଦଳରେ ଚଳାଚଳ କରିବ।…

କମିଶନରେଟ ପୋଲିସ ସହ ବସ୍‌ ମାଲିକଙ୍କ ବୈଠକ: ଓଭରବ୍ରିଜ ଉପରେ ହିଁ ଯିବ ଦୂରଗାମୀ ବସ୍‌

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ଦୂରଗାମୀ ବସ୍‌କୁ ଓଭରବ୍ରିଜ୍‌ ତଳେ ନ ଯିବାକୁ ପୋଲିସ କମିଶନର ନିର୍ଦ୍ଦେଶ ରହିଥିଲା। ଯେଉଁମାନେ ନିୟମ ଭାଙ୍ଗି ଓଭରବ୍ରିଜ ତଳେ ଯିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା…

ଅସୁସ୍ଥ ହାତୀର ସ୍ବାସ୍ଥ୍ୟରେ ଉନ୍ନତି

ନରାଜ,୨୮।୯(ଡି.ଏନ୍‌.ଏ.): ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ବାଅଁ।ରାଠାରେ ଗୁରୁବାରଠାରୁ ଏକ ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସକ ଓ ବନ ବିଭାଗ ରାତିତମାମ ଜଗରହି ଚିକିତ୍ସା କରିବାରୁ ଶୁକ୍ରବାର ତା’ ସ୍ବାସ୍ଥ୍ୟରେ ଉନ୍ନତି ହୋଇଛି ବୋଲି ଚିକିତ୍ସା କରୁଥିବା ଓୟୁଏଟିର ପ୍ରଫେସର ଡ. ନିରଞ୍ଜନ…

ବ୍ଲକ ଅଫିସ ସମ୍ମୁଖରେ ଭାଜପାର ବିକ୍ଷୋଭ

ବାରଙ୍ଗ/ବାଲିଅନ୍ତା,୨୮।୯(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ନାଁ ବଦଳାଇ ହଡ଼ପ କରିବା ଓ ବିଭିନ୍ନ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗରେ ଭାଜପା ବାରଙ୍ଗ ମଣ୍ଡଳ ପକ୍ଷରୁ ଶୁକ୍ରବାର ବିକ୍ଷୋଭ କରିଛି। ବାଙ୍କୀ ଭାଜପା ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢୀଙ୍କ…

ଅଧିକାଂଶ ଯୁବପିଢ଼ି ହୃଦ୍‌ରୋଗର ଶିକାର ହେଉଛନ୍ତି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ପରିସରରେ ଶୁକ୍ରବାର ‘ବିଶ୍ୱ ହୃଦୟ ଦିବସ’ ଅବସରରେ ଦୁଇଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ହୃଦ୍‌ରୋଗ ବିଶେଷଜ୍ଞ ଡା.…

କମିଶନରେଟ ପୋଲିସରେ ଗଡ଼ିଲା ନୂଆ ୮ ପିସିଆର

ଭୁବନେଶ୍ୱର,୨୮।୯(ବ୍ୟୁରୋ): ନାଲ୍‌କୋ ସହାୟତାରେ ରାଜଧାନୀରେ ଗଡ଼ିଛି ଆଉ ୮ ନୂଆ ପିସିଆର। ଶୁକ୍ରବାର ସକାଳେ ପୋଲିସ କମିଶନରଙ୍କ ମୁଖ୍ୟାଳୟରେ ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ ଏବଂ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପତାକା ଦେଖାଇ ନୂଆ ପିସିଆର ଭ୍ୟାନକୁ ଶୁଭାରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri