ଓଡ଼ିଶା ପୋଲିସକୁ ବଡ଼ ସଫଳତା: ଅପରେଶନ ‘ସ୍ବାଭିମାନ’ରେ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ଭୁବନେଶ୍ୱର,୭।୨(ବ୍ୟୁରୋ): ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି। ଅପରେଶନ ସ୍ବାଭିମାନ ସଫଳ ହୋଇଛି। ଜାନୁୟାରୀ ୮ରୁ ଆରମ୍ଭ ହୋଇ ଜାନୁୟାରୀ ୨୦ ପର୍ଯ୍ୟନ୍ତ ଚାଲିଥିବା ଏହି ଅପରେଶନରେ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ରକୁ ପୋଲିସ ଜବତ କରିଛି। ସେଗୁଡ଼ିକ ମଧ୍ୟରେ ଇନଶାସ ୧ଟି ଲାଇଟ୍‌ ମେଶିନ ଗନ୍‌, ୩ଟି ଇନ୍‌ଶାସ ରାଇଫଲ, କାରବାଇନ ଷ୍ଟେନ୍‌ ଗନ୍‌ ୩ଟି, ୧ଟି ଏସ୍‌ଏଲ୍‌ଆର୍‌ ରାଇଫଲ, ୧ଟି ୩୦୩ ରାଇଫଲ, ୧ଟି ପିସ୍ତଲ, ୨୦୨ଟି ୫.୫୬ ଏମ୍‌ଏମ୍‌ ଗୁଳି, ୫୯ଟି ୭.୬୨ ଗୁଳି, ୪୨ଟି ୯ ଏମ୍‌ଏମ୍‌ ଗୁଳି, ୧ଟି ଟିଫିନ୍‌ ବୋମା ସହ ଅନ୍ୟାନ୍ୟ ସାମଗ୍ରୀ ଓ ଦସ୍ତାବିଜ ରହିଛି। ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଡିଜି ଅଭୟ ସୂଚନା ଦେଇଛନ୍ତି।

ଡିଜି କହିଛନ୍ତି, କିଛିଦିନ ତଳେ ଜଣେ ମାଓବାଦୀଙ୍କୁ ସ୍ବାଭିମାନ ଅଞ୍ଚଳରେ ସ୍ଥାନୀୟ ଲୋକେ ପିଟିପିଟି ହତ୍ୟା କରିଥିଲେ। ଏହାକୁ ନେଇ ମାଓବାଦୀମାନେ ତାତି ଯାଇ ସ୍ବାଭିମାନ ଅଞ୍ଚଳରେ ଲୋକଙ୍କ ଘର ପୋଡ଼ି ଦେଇଥିଲେ। ଏହାପରେ ପୋଲିସ ପକ୍ଷରୁ ଉକ୍ତ ଅଞ୍ଚଳବାସୀଙ୍କୁ ଆଶ୍ୱାସନା ଦିଆଯିବା ସହ ଅପରେଶନ ଜୋରଦାର କରାଯାଇଥିଲା। ହେନ୍ତାଳଗଡ଼ ଏବଂ ଯୋଡ଼ାଆମ୍ବ ଅଞ୍ଚଳକୁ ରାସ୍ତା ଦ୍ୱାରା ଯୋଗାଯୋଗ କରାଯାଇଥିଲା। ପରେ ପୋଲିସ ଉପରେ ଅଞ୍ଚଳବାସୀଙ୍କ ଭରସା ପାଇଥିଲା। ଜାନୁୟାରୀ ୧୫ ଓ ୨୦ତାରିଖରେ ମାଓବାଦୀଙ୍କ ସହ ପୋଲିସର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ କେହି ମାଓବାଦୀ ମୃତାହତ ହୋଇ ନ ଥିଲେ। ହେଲେ ସେବେଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସିଆର୍‌ଏଫ୍‌, ବିଏସ୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌, ଓଡ଼ିଶା ଓ ଆନ୍ଧ୍ର ପୋଲିସର ୩୨ଟି ଟିମ୍‌ ସାମିଲ ହୋଇ ଜିଲାର ସ୍ବାଭିମାନ ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ଖାନତଲାସି କରି ଅସ୍ତ୍ରଶସ୍ତ୍ର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ଡିଜି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଆଗାମୀ ଦିନରେ ଯୋଡ଼ାଆମ୍ବରେ ନୂଆ ପୋଲିସ ଥାନା କରାଯିବା ନେଇ ଯୋଜନା ରହିଛି। ସେଠାରେ ଯବାନମାନଙ୍କ ଏକ ବେସ୍‌ କ୍ୟାମ୍ପ ମଧ୍ୟ ରହିବ। ଏଥିଲାଗି ୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପୂର୍ବରୁ ସ୍ବାଭିମାନ ଅଞ୍ଚଳରେ ଗୋଟିଏ ଥାନା ରହିଛି। ଏବେ ଆଉ ଏକ ନୂଆ ଥାନା ହେବା ଦ୍ୱାରା ମାଓବାଦୀଙ୍କ ପ୍ରାଦୁର୍ଭାବ ହ୍ରାସ ପାଇବ ବୋଲି ଡିଜି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?