ରାଜ୍ୟ

ଦୁଇଟି ସ୍ଥାନରେ ହାଟକୁ ବିରୋଧ, ରାସ୍ତା ଅବରୋଧ

ରାଇକିଆ,୧୦ା୧୨(ଡ଼ି.ଏନ.ଏ)-ରାଇକିଆ ସାପ୍ତାହିକ ହାଟ ସୋମବାର ଦୁଇଟି ସ୍ଥାନରେ ଏକା ସମୟରେ ଚାଲୁଛି। ହାଟକୁ ଆସୁଥିବା ବ୍ୟବସାୟୀମାନେ ଏହାକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି। ଏପରିକି ରାସ୍ତା ଉପରେ ଦୋକାନ ଖୋଲି ପ୍ରତିବାଦ ମଧ୍ୟ କରିଛନ୍ତି। ଗତ ୧୮ ତାରିଖରେ ଆର୍‌ଏମସି…

ଦେଢ଼ ବର୍ଷ ପରେ କବର ତଳୁ କଙ୍କାଳ ଉଦ୍ଧାର

ଜି.ଉଦୟଗିରି,୧୦ା୧୨(ଡି.ଏନ.ଏ.)-ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ କନ୍ଧମାଳ ଜିଲା ଜି.ଉଦୟଗିରି ଥାନା କୁମ୍ଭାରକୁପାରେ ସୋମବାର ପୋଲିସ ଜଣେ ନାବାଳିକାଙ୍କ କଙ୍କାଳ ଉଦ୍ଧାର କରିଛି। ନାବାଳିକାଙ୍କ ବାପାଙ୍କ ଏତଲାକୁ ଭିତ୍ତି କରି ଜି.ଉଦୟଗିରି ପୋଲିସ ନଂ. ୧୩୧/୧୯ରେ ମାମଲା ରୁଜୁକରି ତଦନ୍ତ ଚଳାଇଛି। ପ୍ରକାଶ…

ମହିଳାଙ୍କୁ ଗଣବଳାତ୍କାର ଘଟଣା:୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୦।୧୨(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅଇଁଠାପାଲି ଥାନା ଅଞ୍ଚଳର ଶିବ ଶଙ୍କର ନାଏକ(୨୫), ଡୋଲାମଣୀ ଭୋଇ (୩୦),…

୮ ଦିନରେ ୫୫୨ ଚାଳକଙ୍କୁ ୫.୫୫ ଲକ୍ଷ ଟଙ୍କାର ଚାଲାଣ

ବ୍ରହ୍ମପୁର ଅଫିସ,୧୦ା୧୨-ସଡକ ଦୁର୍ଘଟଣା ମୃତ୍ୟୁସଂଖ୍ୟା ହ୍ରାସ କରିବା ଉଦ୍ଦେଶ୍ୟ ନେଇ ସରକାର ଟ୍ରାଫିକ ନିୟମ ସଂଶୋଧନ କରିଥିଲେ। ନୂଆ ମୋଟରଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ସାରା ଭାରତ ବର୍ଷରେ ଲାଗୁ ହୋଇଥିଲା। ଓଡ଼ିଶାରେ ଏହି ନିୟମ ଲାଗୁ ବେଳେ ପୋଲିସ ଓ…

କର୍ନାଟକ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା:ଆଇଟି ନୀତି, ପୁଞ୍ଜିନିବେଶ ଉପରେ ଆଲୋଚନା

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ପୂର୍ବାହ୍ନରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଅଶ୍ବଥ ନାରାୟଣଙ୍କ ସହ ସାକ୍ଷାତ କରିଛନ୍ତି। ଏଥିରେ ଉଭୟଙ୍କ ମଧ୍ୟରେ ଆଇଟି ନୀତି, ପୁଞ୍ଜିନିବେଶ ସୁଯୋଗ ସହ ଆଇଟି କ୍ଷେତ୍ରରେ ଉଭୟ ରାଜ୍ୟ ମିଳିତଭାବେ…

ବିଜେଡି-ଭାଜପା ମଧ୍ୟରେ ଅନୈତିକ ସନ୍ଧି ରହିଛି: ନିରଞ୍ଜନ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ବିଜେଡି ଏବଂ ଭାଜପା ମଧ୍ୟରେ ଅନୈତିକ ସନ୍ଧି ରହିଛି। ଲୋକ ସଭା ହେଉ କି ରାଜ୍ୟ ସଭାରେ ପ୍ରସଙ୍ଗ ଉତ୍‌ଥାପନ ନ କରିବା ଏବଂ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା ବେଳେ ସାମିଲ ନ ହେବା ବିଜେଡି-ଭାଜପା ମଧ୍ୟରେ…

୩ ବରିଷ୍ଠ ଓଏଏସ୍‌ଙ୍କ ବଦଳି

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜସ୍ବ ପର୍ଷଦ ସଦସ୍ୟଙ୍କ ଅଧୀନରେ ଥିବା ଭୁବନେଶ୍ୱର ଅତିରିକ୍ତ ରିଭିଜନାଲ କୋର୍ଟ ଅତିରିକ୍ତ…

ଓଏଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ୧୪ ବିଡିଓ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି। ୧୪ଜଣ ବିଡିଓଙ୍କୁ ବଦଳି କରି ଅନ୍ୟତ୍ର ନିଯୁକ୍ତି ଦେଇଛନ୍ତି। ଏନେଇ ସୋମବାର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଉଦଳା ବିଡିଓ…

ରାଜସ୍ବ ଆଦାୟ ହ୍ରାସକୁ ନେଇ ବଢୁଛି ଚିନ୍ତା

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି। ସମଗ୍ର ବିଶ୍ୱରେ ଦେଖାଦେଇଥିବା ମାନ୍ଦାବସ୍ଥାର ପ୍ରଭାବ ଓଡିଶା ଉପରେ ନାହିଁ ବୋଲି ରାଜ୍ୟ ସରକାର କହି ଆସୁଛନ୍ତି। ତେବେ ରାଜସ୍ବ ସଂଗ୍ରହରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ନେଇ ରାଜ୍ୟର ଆର୍ଥିକ ସ୍ଥିତି ଚିନ୍ତାଜନକ ହେବା…

ଲୋୟର ପିଏମ୍‌ଜିରେ ଅଙ୍ଗନଓ୍ବାଡି କର୍ମୀ:୧୬ ଦଫା ଦାବି ନେଇ ଗର୍ଜିଲେ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ):ଦୀର୍ଘ ଦିନରୁ ଦାବି ପୂରଣ ହେଉ ନ ଥିବାରୁ ଅଲ୍‌ ଓଡ଼ିଶା ଅଙ୍ଗନଓ୍ବାଡି ଳେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ କର୍ମୀମାନେ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆସୋସିଏଶନ ପକ୍ଷରୁ ହଜାର ହଜାର ଅଙ୍ଗନଓ୍ବାଡି କର୍ମୀ ମାଷ୍ଟରକାଣ୍ଟିନଠାରେ ଏକତ୍ର ହୋଇ ଏକ ବିଶାଳ ଶୋଭାଯାତ୍ରାରେ…

ନୂଆ ପିଆଜ ଆସିଲେ ଦର କମିବ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଗତ ୨/୩ ମାସ ହେବ ପିଆଜର ଅହେତୁକ ଦର ବୃଦ୍ଧି ଲୋକମାନଙ୍କୁ ଅତିଷ୍ଠ କରି ରଖିଛି। ନୂଆ ଅମଳ ନ ଆସିବା ଯାଏ ରାଜ୍ୟରେ ପିଆଜ ଦର୍‌ କମିବା ଆଶା କ୍ଷୀଣ। ତେବେ ଆଉ ମାସେ ଏଭଳି ଦର୍‌ ବୃଦ୍ଧି କଷ୍ଟ…

‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର’ ପ୍ରତିଷ୍ଠା ଲାଗି ତତ୍ପରତା: ଦିଲ୍ଲୀରେ ଜମି ମାଗିଲେ ନବୀନ

ଭୁବନେଶ୍ୱର,୯ା୧୨(ବ୍ୟୁରୋ):ନୂଆଦିଲ୍ଲୀରେ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର’ ପ୍ରତିଷ୍ଠା ଲାଗି ସହଯୋଗ ଲୋଡ଼ି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘଦିନ ହେଲା ରାଜ୍ୟ ସରକାରଙ୍କ ଦ୍ୱାରା ଏହା ପ୍ରତିଷ୍ଠା ହେବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri