ପୁରୀ ଅଫିସ,୫ା୩: କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମାଲୁଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ବିଦ୍ୟାର୍ଥୀର କପି ଧରିବାକୁ କେନ୍ଦ୍ରକରି ଜଣେ ଶିକ୍ଷକ ଆକ୍ରମଣର ଶିକାର ହୋଇଥିବା ନେଇ ମଙ୍ଗଳବାର କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ବୁଧବାର ଥାନାରେ ଆଇପିସି ୩୪୧, ୨୯୪, ୩୫୩, ନଂ. ୨୨/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ହାଇସ୍କୁଲରେ ଶିକ୍ଷକ ଅଜୟ କୁମାର ଜେନା ଓ ସ୍ତ୍ରୀ କବିତା ଦଲାଇ ଶିକ୍ଷକତା କରୁଛନ୍ତି। ଗତ ୨ତାରିଖରେ ମାଟ୍ରିକର ଶେଷ ପରୀକ୍ଷାରେ ସେ ଜଣେ ବିଦ୍ୟାର୍ଥୀଙ୍କ କପି କରୁଥିବା ଜାଣି ଧରିଥିଲେ। ଶେଷରେ ଡ୍ୟୁଟି ସାରି ଅଜୟ ଓ ତାଙ୍କ ସ୍ତ୍ରୀ ବାଇକରେ ଘରକୁ ଫେରୁଥିଲେ। ତେବେ ସ୍କୁଲ ଗେଟ୍ରୁ କିଛି ବାଟ ଦୂରରେ ଜଣେ ବ୍ୟକ୍ତି ହଠାତ୍ କାହିଁକି ମୋ ପୁଅର କପି ଧରିଲ ବୋଲି କହି ଗାଳିଗୁଳଜ କରିବା ସହ ଦମ୍ପତିକୁ ଆକ୍ରମଣ କରିଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All
ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍: ଅଭିଯୁକ୍ତ ଯୁବକ ଗିରଫ
ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…
ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…
ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…
ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା
ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…
ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ
ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍ ପରେ…
ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…
ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ
ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…
ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା
ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…
ଘରେ କରୁଥିଲେ କାମ: ବିଦ୍ୟୁତ୍ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ
କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…
Archives

