ଏଣ୍ଡୋକ୍ରାଇନ୍ ସୋସାଇଟି ବାର୍ଷିକ ସମ୍ମିଳନୀ ଉଦ୍ଘାଟିତ ରୋଗୀଙ୍କ ପାଇଁ ଡାକ୍ତର ଦେବତାତୁଲ୍ୟ: ରାଜ୍ୟପାଳ
ବ୍ରହ୍ମପୁର ଅଫିସ,୧୫ା୧୨-ଭାରତୀୟ ସଂସ୍କୃତିରେ ଡାକ୍ତରଙ୍କୁ ଭଗବାନଙ୍କ ସଦୃଶ ବିବେଚନା କରାଯାଇଛି ା ଭଗବାନ ଯେପରି ମନୁଷ୍ୟର ସମସ୍ୟା, ବ୍ୟାଧି ଦୂର କରିଥାନ୍ତି, ସେହିପରି ଡାକ୍ତର ରୋଗୀଙ୍କ ରୋଗ ଦୂର କରିଥାନ୍ତି ା ଡାକ୍ତରମାନେ ରୋଗୀଙ୍କ ପାଇଁ ଦେବତାତୁଲ୍ୟ ବୋଲି ଶନିବାର ବ୍ରହ୍ମପୁର…
ରାଷ୍ଟ୍ରୀୟ ଲୋକ ଅଦାଲତ : ୧୫,୭୭୬ ମାମଲାର ସମାଧାନ ୭୧ କୋଟି ୪୨ ଲକ୍ଷ ଆଦାୟ ନିର୍ଦ୍ଦେଶ
କଟକ ଅଫିସ,୧୫।୧୨- ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୫,୭୭୬ ମାମଲାର ସମାଧାନ କରାଯାଇଛି। ଏଥିସହ ଏ ବାବଦରେ ୭୧ କୋଟି ୪୨ ଲକ୍ଷ ଟଙ୍କା ଆଦାୟ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ପକ୍ଷମାନଙ୍କଠାରୁ ଏହି ଟଙ୍କା ଆଦାୟ…
କୋକିଢ଼ିହ-ଗାରୋଇ ରାସ୍ତାରେ ଫସିଲା ହାଇଓ୍ବା ୧୨ ଘଣ୍ଟା ଗାଡ଼ି ଚଳାଚଳ ବାଧାପ୍ରାପ୍ତ
ନାଉଗଁା,୧୫ା୧୨(ସ୍ବ.ପ୍ର.): ନାଉଗଁ। ବ୍ଲକ ସଦର ମହକୁମାରୁ କୋରୁଅ ପଞ୍ଚାୟତ ତେଲସରାକୁ ସଂଯୋଗୀକରଣ ପାଇଁ ନାଉଗଁା-ଗାରୋଇ ରାସ୍ତା ରହିଛି। ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ଯାଉଛି। ରାସ୍ତାଟି ମୋଟ୍ ୧୫ କିମି ହୋଇଥିବାବେଳେ ପ୍ରାୟ ୩ କିମି କଂକ୍ରିଟ ହୋଇଛି। ଅବଶିଷ୍ଟ…
କଲେଜ ଛାତ୍ରୀଙ୍କୁ ଅପହରଣ
ଭାପୁର,୧୫ା୧୨(ଡି.ଏନ୍.ଏ.): ଫତେଗଡ ଥାନା ଅଞ୍ଚଳର ଜଣେ ବିବାହିତ ଯୁବକ ଯୁକ୍ତ ୨ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଅପହରଣ କରିନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଫତେଗଡ଼ ଥାନା ଅଞ୍ଚଳର ନାବାଳିକା ଛାତ୍ରୀ ଭାପୁର ବ୍ଲକର ଏକ କଲେଜରେ ଯୁକ୍ତ ୨…
ଜବରଦଖଲ ଉଚ୍ଛେଦ
ଦଶପଲ୍ଲା,୧୫ା୧୨(ଡି.ଏନ୍.ଏ.): ଦଶପଲ୍ଲା ରାଜଲକ୍ଷ୍ମୀ କଲୋନୀରେ ବହୁ ସରକାରୀ ଜାଗା ଜବରଦଖଲରେ ରହିଥିଲା। ଶନିବାର ଦଶପଲ୍ଲା ତହସିଲଦାର ପ୍ରମୋଦ କୁମାର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜବରଦଖଲ ଉଚ୍ଛେଦ ହୋଇଥିଲା। ପରେ ଉକ୍ତ ଜାଗା ତହସିଲ ଅଧୀନକୁ ଆସିଥିବା ଜଣାଯାଇଛି। ଘଟଣାସ୍ଥଳରେ ପୋଲିସ…
ମୋବାଇଲ ଟର୍ଚ୍ଚରେ ରୋଗୀ ଦେଖିଲେ ଡାକ୍ତର: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ
ନୟାଗଡ଼ ଅଫିସ,୧୫ା୧୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଦ୍ୟୁତ୍ କଟିଯାଇଥିବା ବେଳେ ଜଣେ ଡାକ୍ତର ମୋବାଇଲ୍ ଟର୍ଚ୍ଚରେ ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଜଣକ ପରେ ଜଣେ ୭ ଜଣ ରୋଗୀଙ୍କୁ…
ଡକାୟତ ଯୋଜନା ବେଳେ ପୋଲିସ ଚଢ଼ାଉ : ୩ ପିଏଲ୍ଏଫ୍ଆଇ ସଦସ୍ୟ ଗିରଫ, ଖଣ୍ଡା,ପିସ୍ତଲ,ଗୁଳି ଓ ମୁଖା ଜବତ
ଦେବଗଡ,୧୫।୧୨(ଡି.ଏନ.ଏ.)-ଗୁରୁବାର ରାତିରେ ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଆମ୍ବଗାଁ ହାଇସ୍କୁଲର ପୁରୁଣା ଛାତ୍ରାବାସ ନିକଟରେ ସଶସ୍ତ୍ର ଡକାୟତି ପାଇଁ ଯୋଜନା କରୁଥିବାବେଳେ ବାରକୋଟ ଥାନା ପୋଲିସ ୩ଜଣ ପିଏଲଏଫ୍ଆଇ ସଦସ୍ୟଙ୍କୁ ଗିରଫ କରଛି ା ସେମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବରିଷ୍ଠ ସହାୟକ ପଦୋନ୍ନତି ମାମଲା: ଦରମା ହ୍ରାସ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ
କଟକ ଅଫିସ,୧୪ା୧୨- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପଦୋନ୍ନତି ପାଇ କାର୍ଯ୍ୟ କରୁଥିବା ବରିଷ୍ଠ ସହାୟକଙ୍କ ଦରମା ହ୍ରାସ ସମ୍ପର୍କିତ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ ହୋଇଛି। ଗଣେଶ ଚନ୍ଦ୍ର ବେହେରା ଏବଂ ରଜତ କୁମାର ପଟ୍ଟନାୟକଙ୍କ ପକ୍ଷରୁ ଆଗତ ଦୁଇଟି ପୃଥକ ମାମଲାର ଏକତ୍ର…
ବରଗଡ଼ରେ ଅଲୋଡ଼ା ଶିଶୁକନ୍ୟା: ପ୍ଲାଷ୍ଟିକ୍ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଡ୍ରେନ୍ରୁ ଉଦ୍ଧାର
ବରଗଡ ଅଫିସ/ପଦ୍ମପୁର,୧୪।୧୨- ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ବରଗଡ଼ ଜିଲା ପଦ୍ମପୁର ୱାର୍ଡ ନଂ -୬ ଶାସ୍ତ୍ରୀଛକ ନିକଟ ସାହିର ଏକ ଡ୍ରେନ୍ ଭିତରୁ ଶନିବାର ସକାଳୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।…
ପୁରୀର ବିକାଶ ପାଇଁ ଓଏମ୍ସିକୁ ୬ ଖଣି ପ୍ରଦାନ
ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ପୁରୀର ବିକାଶ ପାଇଁ ଆଗେଇ ଆସିଛି ଖଣି ଓ ଇସ୍ପାତ ବିଭାଗ। ଏହି ଉପଲକ୍ଷେ ବିଭାଗ ପକ୍ଷରୁ ୬ଟି ଖୋଣ୍ଡାଲାଇଟ୍ ଖଣିକୁ ଓଡ଼ିଶା ଖଣି ନିଗମ(ଓଏମ୍ସି)କୁ ପ୍ରଦାନ କରାଯାଇଛି। ସମ୍ପୃକ୍ତ ୬ଟି ଖଣି ମଧ୍ୟରେ ଯାଜପୁରର ୩ଟି, ଖୋର୍ଦ୍ଧାର ୨ଟି…
ସିଏଏକୁ ନେଇ ପଶ୍ଚିମବଙ୍ଗ ଅଶାନ୍ତ: ହାଓଡା-ଓଡ଼ିଶା ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, ଏସବୁ ଟ୍ରେନ୍ ବାତିଲ
ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ଓଡ଼ିଶା- ହାଓଡା ମଧ୍ୟରେ ରେଳ ଚଳାଚଳ ବ୍ୟାହାତ ହୋଇଛି। ବିଶେଷକରି ପଶ୍ଚିମବଙ୍ଗର ଦକ୍ଷିଣ-ପୂର୍ବ ରେଳପଥର ଖଡଗପୁର ଓ ହାଓଡା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମେରିଗ୍ରାମ,…
ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର, ଜଣେ ଛାତ୍ର ମୃତ
ଚନ୍ଦ୍ରଗିରି,୧୪।୧୨(ଡି.ଏନ୍.ଏ.): ଗଜପତି ଜିଲା ଆର୍. ଉଦୟଗିରି ଥାନା ରଣାଲଇ ନିକଟସ୍ଥ ରାମଚନ୍ଦ୍ରପୁର ବୁଲାଣୀ ରାସ୍ତାରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ରଣାଲଇ ଗ୍ରାମରୁ ଗୋଟିଏ ଅଟୋ ଛାତ୍ରୀଛାତ୍ରଙ୍କୁ ନେଇ ତଲଡା ଲୋମ ପବ୍ଲିକ ସ୍କୁଲ ଆସୁଥିବାବେଳେ ପଛପଟୁ ଏକ ମକାମିଲିଙ୍ଗ…
Archives


