ଜାରି ହେଲା ଗାଇଡ୍‌ଲାଇନ: କ୍ୱାରାଣ୍ଟାଇନ ପରେ କାମକୁ ଯାଇପାରିବେ ଶ୍ରମିକ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଅନ୍ୟରାଜ୍ୟରୁ ଓଡ଼ିଶାକୁ ଆସିଥିବା ଓ ରାଜ୍ୟ ଭିତରେ ଥିବା ଶ୍ରମିକଙ୍କୁ ଆଶ୍ୱସ୍ତି ମିଳିଛି। ବିଭିନ୍ନ ଜିଲାରେ ଥିବା ୨,୬୧୦ ରିଲିଫ କ୍ୟାମ୍ପରେ ୧୪ଦିନ କ୍ୱାରାଣ୍ଟାଇନ୍‌ ବିତାଇ ସାରିଥିବା ଶ୍ରମିକମାନେ ରାଜ୍ୟ ଭିତରେ ଯେକୌଣସି ସ୍ଥାନକୁ କାମ କରିବାକୁ ଯାଇପାରିବେ। ଶନିବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ଏକ ଗାଇଡଲାଇନ ଜାରି କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଶିଳ୍ପ ସଂସ୍ଥା, ଏଜେନ୍ସି କିମ୍ବା ଠିକାଦାର ଶ୍ରମିକଙ୍କୁ କାର୍ଯ୍ୟସ୍ଥଳକୁ ନେଇ ଯିବାବେଳେ ସରକାରଙ୍କ ଲକ୍‌ଡାଉନ ଗାଇଡ୍‌ଲାଇନ ଏବଂ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ଭାବେ ପାଳନ କରିବେ। ଶ୍ରମିକଙ୍କୁ ନେବାବେଳେ ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ସହ କେଉଁଠିକୁ ଯାଉଛନ୍ତି ଓ କେଉଁ ଯାନରେ ଯାଉଛନ୍ତି ସେନେଇ ସମସ୍ତ ସୂଚନା ଜିଲା ଶ୍ରମ ଅଧିକାରୀ(ଡିଏଲ୍‌ଓ)ଙ୍କ ଜରିଆରେ ଜିଲାପାଳଙ୍କୁ ଦେବାକୁ ପଡ଼ିବ। ଜିଲାପାଳ ଏନେଇ ପାସ୍‌ ଇସ୍ୟୁ କରିବେ। ଆବଶ୍ୟକ ହେଲେ ଜିଲାପାଳ ଏନେଇ ବସ୍‌ ମଧ୍ୟ ଯୋଗାଇ ଦେବେ। ଏହାର ସମସ୍ତଖର୍ଚ୍ଚ ଠିକାଦାର, ଶିଳ୍ପ ସଂସ୍ଥା ବହନ କରିବେ। ଯଦି କୌଣସି ଶ୍ରମିକ ଶିଳ୍ପ ସଂସ୍ଥା, ଠିକାଦାର କିମ୍ବା ଏଜେନ୍ସି ସହିତ କାର୍ଯ୍ୟପାଇଁ ଯାଉ ନ ଥିବେ ସେପରି ସ୍ଥଳେ ବିଡିଓ/ଡିଏଲଓ ଶ୍ରମିକଙ୍କ ବିଷୟରେ ଜିଲାପାଳ/ଡିଆରଡିଓଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଶ୍ରମିକଙ୍କ ଯିବାଆସିବା ପାଇଁ ଆର୍‌ଟିଓଙ୍କ ସହଯୋଗରେ ବସ୍‌ ଯୋଗାଇ ଦେବେ। ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କରାଯିବ। ଏନେଇ ଜିଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ବର୍ତ୍ତମାନ ସମସ୍ତ ବସ୍‌ ଚଳାଚଳ ବନ୍ଦ ଥିବାବେଳେ ଶ୍ରମିକଙ୍କୁ ନେବା ଲାଗି ଜିଲାପାଳ ଛିଡ଼ା ହୋଇ ରହିଥିବା ବସ୍‌କୁ ବ୍ୟବହାର କରିପାରିବେ। ଉକ୍ତ ବସ୍‌ଗୁଡ଼ିକର ସେହିମାସର ସମସ୍ତ ଟିକସ ଛାଡ଼ କରାଯିବ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗପକ୍ଷରୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି। ଯେଉଁ ଶ୍ରମିକମାନେ କ୍ୱାରାଣ୍ଟାଇନ ଅବଧି ଶେଷ କରିଛନ୍ତି, ସେମାନଙ୍କୁ ସରପଞ୍ଚ କିମ୍ବା ସହରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁଣିଥରେ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନେଇ ପାରିବେ ନାହିଁ। ଏନେଇ ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ସରପଞ୍ଚଙ୍କ ପାଇଁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବେ। ଜିଲାପାଳମାନେ ନିଜ ଜିଲାରେ କାର୍ଯ୍ୟଗୁଡ଼ିକୁ ତଦାରଖ କରିବେ। ପିଡି ଡିଆରଡିଏମାନେ ଜିଲାର ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବେ। ଡିଏଲ୍‌ଓ ପ୍ରତ୍ୟେକ ଦିନ କାର୍ଯ୍ୟଗୁଡ଼ିକର ରିପୋର୍ଟ ପିଡିଡିଆର୍‌ଡିଏଙ୍କୁ ପ୍ରଦାନ କରିବେ। ରାଜ୍ୟସ୍ତରରେ କୃଷି ଉପତ୍ାଦନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟିରେ ଶ୍ରମ, ପରିବହନ ବିଭାଗର ଅଧିକାରୀ ସଦସ୍ୟ ରହିବେ। ସେମାନେ ଶ୍ରମିକଙ୍କ ଯାତାୟାତ ବିଷୟରେ ନିୟମିତ ସମୀକ୍ଷା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?