Posted inରାଜ୍ୟ

ଆଜି ଅକ୍ଷୟ ତୃତୀୟା: କରୋନା ପାଇଁ ଅଧୁରା ରହିବ ସୁନା କିଣାବିକା ସ୍ବପ୍ନ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଆଜି ଅକ୍ଷୟ ତୃତୀୟା। ଏହିଦିନଠାରୁ ସୁନା କିଣିବାକୁ ହିନ୍ଦୁ ପରମ୍ପରା ଅନୁଯାୟୀ ଶୁଭ ବୋଲି ବିବେଚନା କରାଯାଏ। ସୁନା କିଣି ଘରକୁ ଆଣିଲେ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଲୋକେ ପ୍ରତିବର୍ଷ ଅକ୍ଷୟ ତୃତୀୟାରେ କିଛିନା କିଛି ସୁନା କିଣିବାକୁ ମନସ୍ଥ କରିଥାନ୍ତି। ସେହିଭଳି ଭଲ ବେପାର ପାଇଁ ସୁନା ବ୍ୟବସାୟୀ ମଧ୍ୟ ଆଶା ରଖି ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ରଖିବା ସହ ଏହିଦିନକୁ ଅପେକ୍ଷା କରନ୍ତି। ହେଲେ କରୋନା ପାଇଁ ଏସବୁ ସ୍ବପ୍ନ ଅଧୁରା ରହିଯିବ ବୋଲି ଆଶା କରାଯାଉଛି। ଲକ୍‌ଡାଉନ୍‌ ଯୋଗୁ ସମସ୍ତ ସୁନା ଦୋକାନ ଓ ଶୋ’ରୁମ୍‌ ବନ୍ଦ ରହିଥିବାରୁ ଉଭୟ ବ୍ୟବସାୟୀ ଏବଂ ଗ୍ରାହକ ନିରାଶ ହୋଇଛନ୍ତି।

ଫନୀ ପରେ ଭାରି ପଡ଼ିଲା କରୋନା
ଗତବର୍ଷ ମେ’ ୭ ରେ ଅକ୍ଷୟ ତୃତୀୟା ପଡ଼ିଥିବାବେଳେ ଏହା ପୂର୍ବରୁ ଅର୍ଥାତ୍‌ ମେ’ ୩ରେ ବାତ୍ୟା ଫନୀ ଯୋଗୁ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ଭୁବନେଶ୍ୱର ସମେତ ରାଜ୍ୟର ବହୁ ଅଞ୍ଚଳ। ଏଥିଯୋଗୁ ଅକ୍ଷୟ ତୃତୀୟରେ ସୁନା ବିକ୍ରି ଗଭୀରଭାବେ ପ୍ରଭାବିତ ହୋଇଥିଲା। ଗତବର୍ଷ ହାତବାନ୍ଧି ବସିଥିବା ସୁନା ଦୋକାନୀ ଏବର୍ଷ ଭଲ ବେପାର କରିବାକୁ ଆଶା ରଖିଥିଲେ। ହେଲେ କରୋନା ପାଇଁ ରାଜ୍ୟର ସୁନା ବ୍ୟବସାୟୀଙ୍କୁ ସର୍ବାଧିକ କ୍ଷତି ସହିବାକୁ ପଡିଛି। ଏଭଳି ଅନେକ କାରଣ ପାଇଁ ୨୦୧୬ରୁ ଘରୋଇ ବଜାରରେ ଅକ୍ଷୟ ତୃତୀୟା ସମୟରେ ସୁନା କିଣାବିକା ଗଭୀର ଭାବେ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି।

ଅନ୍‌ଲାଇନ୍‌ରେ ସୁନା କିଣା
ଦୋକାନ ବଜାର ବନ୍ଦ ଥିଲେ ମଧ୍ୟ ଘରକୁ ସୁନା ଆଣିବାକୁ ଚାହୁଁଥିବା ଲୋକ ଏହି ଅକ୍ଷୟ ତୃତୀୟାରେ ସୁନା କିଣିପାରିବେ। କୋଭିଡ୍‌-୧୯ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଅଧିକାଂଶ ଜୁଏଲାରି ଏବଂ ବଡ଼ ବଡ଼ ସୁନା ଫ୍ରାଞ୍ଚାଇଜ୍‌ ଚଳିତବର୍ଷ ଶୋ’ ରୁମ୍‌ ପରିବର୍ତ୍ତେ ଅନ୍‌ଲାଇନ୍‌ ସେଲ୍‌ ଆରମ୍ଭ କରିଛନ୍ତି। ଗତ କିଛିଦିନ ହେଲା ଲୋକେ ଅନ୍‌ଲାଇନ୍‌ରେ ସୁନା କିଣୁଥିବାବେଳେ ଅଳଙ୍କାର ଓ କଏନ୍‌ କିଣୁଥିବା ଲୋକ ଲକ୍‌ଡାଉନ୍‌ ଉଠିବା ପରେ ହୋମ୍‌ ଡେଲିଭରି ପାଇବେ। ସେହିଭଳି ଇ-ଗୋଲ୍ଡରେ ଇନ୍‌ଭେଷ୍ଟ କରୁଥିବା ଗ୍ରାହକ ପେଟିଏମ୍‌, ଗୋଲ୍‌ଡରସ୍‌ ସହ ବିଭିନ୍ନ ବ୍ୟାଙ୍କିଙ୍ଗ୍‌ ଆପ୍ଲିକେଶନରେ ଇ-ଗୋଲ୍ଡ କିଣିବାର ଅପସନ୍‌ ପାଇପାରୁଛନ୍ତି। ତେବେ ଏହା କିଣିବା ପୂର୍ବରୁ ସୁନାର ବଜାର ଦର ଠିକ୍‌ଭାବେ ବୁଝିବା ସହ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯(ପ୍ରଭୁକଲ୍ୟାଣ ପାଲ): କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri